ମୋହନା ସିଂ ଜିତରବାଲ

ଉଇକିପିଡ଼ିଆ‌ରୁ
ମୋହନା ସିଂ (ଜିତରବାଲ)
ବ୍ୟକ୍ତିଗତ ସବିଶେଷ
ଜନ୍ମ (1992-01-22) ୨୨ ଜାନୁଆରୀ ୧୯୯୨ (ବୟସ ୩୨)
ଝୁଞ୍ଝୁନୁ, ରାଜସ୍ଥାନ, ଭାରତ
ବୃତ୍ତିଯୁଦ୍ଧ ବିମାନ ଚାଳକ
Military service
ଆନୁଗତ୍ୟ ଭାରତ
Branch/service ଭାରତୀୟ ବାୟୁସେନା
ର‍୍ୟାଙ୍କ Flight Lieutenant

ମୋହନ ସିଂ ଜିତରବାଲ ଭାରତର ପ୍ରଥମ ମହିଳା ଯୁଦ୍ଧ ବିମାନ ଚାଳକମାନଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି ।[୧][୨][୩] ତାଙ୍କୁ ତାଙ୍କର ଦୁଇ ସହଯୋଗୀ ଭାବନା କଣ୍ଠ ଏବଂ ଅବନୀ ଚତୁର୍ବେଦୀଙ୍କ ସହ ପ୍ରଥମ ମହିଳା ଯୁଦ୍ଧ ବିମାନଚାଳକ ଭାବରେ ଘୋଷଣା କରାଯାଇଥିଲା । ଜୁନ ୨୦୧୬ ମସିହାରେ ଏହି ତ୍ରି ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ସେନାଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଦେଶର ସେବା କରିବା ପାଇଁ ସେମାନଙ୍କୁ ୧୮ ଜୁନ ୨୦୧୬ ମସିହାରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଆନୁଷ୍ଠାନିକ ଭାବରେ ନିର୍ଦ୍ଦେଶ ଦେଇଥିଲେ ।[୪] ପରୀକ୍ଷାମୂଳକ ଭିତ୍ତିରେ ମହିଳାଙ୍କ ପାଇଁ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ ଖୋଲିବାକୁ ଭାରତ ସରକାର ନିଷ୍ପତ୍ତି ନେବା ପରେ ଏହି ତିନିଜଣ ମହିଳା ପ୍ରଥମେ ଏହି କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଥିଲେ ।[୫]

ଜୀବନୀ[ସମ୍ପାଦନା]

ମୋହନା ସିଂ ବାୟୁସେନା ବିଦ୍ୟାଳୟ, ନୂଆଦିଲ୍ଲୀ ଏବଂ ବିଟେକ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ରେ ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଏମର୍ଜିଂ ଟେକ୍ନୋଲୋଜି, ଅମୃତସର, ପଞ୍ଜାବରୁ ତାଙ୍କ ପାଠପଢ଼ା ସମାପ୍ତ କରିଛନ୍ତି । ତାଙ୍କ ପିତା ପ୍ରତାପ ସିଂ ଜଣେ ଭାରତୀୟ ବାୟୁସେନା କର୍ମଚାରୀ ଏବଂ ମାତା ମଞ୍ଜୁ ସିଂ ଜଣେ ଶିକ୍ଷକ ଅଟନ୍ତି ।[୬] ମୋହନା ବଡ଼ ହେବାପରେ ରୋଲର ସ୍କେଟିଂ, ବ୍ୟାଡମିଣ୍ଟନ, ଗୀତ ଏବଂ ଚିତ୍ର ଭଳି ଅନ୍ୟାନ୍ୟ କାର୍ଯ୍ୟକଳାପକୁ ଭଲ ପାଉଥିଲେ ।[୭]

୯ ମାର୍ଚ୍ଚ ୨୦୨୦ ମସିହାରେରେ ତାଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ନାରୀ ଶକ୍ତି ପୁରସ୍କାରରେ ପୁରସ୍କୃତ କରିଥିଲେ ।[୮][୯]

ବୃତ୍ତି[ସମ୍ପାଦନା]

ଜୁନ ୨୦୧୯ ମସିହାରେ, ସେ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଯୁଦ୍ଧ ବିମାନ ଚାଳକ ହୋଇଥିଲେ । ସେ ୨୦୧୯ ମସିହାରେ ଉଭୟ ଏୟାର-ଟୁ-ଏୟାର ଏବଂ ଏୟାର-ଟୁ-ଗ୍ରାଉଣ୍ଡ ଯୁଦ୍ଧ ମୋଡରେ ତାଲିମ ନେଇ ହକ୍ ଏମକେ.୧୩୨ରେ ୩୮୦ ଘଣ୍ଟାରୁ ଅଧିକ ଉଡ଼ାଣ ସମାପ୍ତ କରିଥିଲେ ।[୧୦]

ଆଧାର[ସମ୍ପାଦନା]

  1. "Meet The Trio Who Will Be India's First Women Fighter Pilots". NDTV.com. Retrieved 2017-11-20.
  2. "Latest Current Affairs and News About Bhawana Kanth - Current Affairs Today". currentaffairs.gktoday.in (in ଆମେରିକୀୟ ଇଂରାଜୀ). Archived from the original on 2019-05-23. Retrieved 2017-11-20.
  3. Mohammed, Syed (2016-06-19). "For IAF's first women fighter pilots Mohana Singh, Bhawana Kanth & Avani Chaturvedi, sky is no limit". The Economic Times. Retrieved 2017-11-20.
  4. Krishnamoorthy, Suresh (2016-06-18). "First batch of three female fighter pilots commissioned". The Hindu (in Indian English). ISSN 0971-751X. Retrieved 2017-11-20.
  5. "Air Force's First 3 Women Fighter Pilots May Fly Mig-21 Bisons From November". NDTV.com. Retrieved 2017-11-20.
  6. "India's First Women Fighter Pilots Get Wings". NDTV.com. Retrieved 2017-11-20.
  7. "Supported by parents, Bhawana Kanth to script IAF history, become a fighter pilot". News18. Retrieved 2017-11-20.
  8. "Flying MiG-21 Bison matter of pride: Flt Lt Bhawana Kanth". Livemint (in ଇଂରାଜୀ). 2020-03-09. Retrieved 2020-04-10.
  9. "Keep striving for your dreams with hard work, determination: IAF's women fighter pilots". ANI News (in ଇଂରାଜୀ). Retrieved 2021-03-21.
  10. "Mohana Singh becomes first woman fighter pilot to fly Hawk advanced jet". New Indian Express. Retrieved 1 June 2019.