ଭାନୁମତୀ ସାହୁ
ଦେଖଣା
ଭାନୁମତୀ ସାହୁ | |
|---|---|
| ଜନ୍ମ | ୨୫ ଅକ୍ଟୋବର ୧୯୬୧ |
| ଜାତୀୟତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
| ଉଲ୍ଲେଖନୀୟ କୃତି | ବାଘର ପଞ୍ଝା |
| ବୈବାହିକ-ସାଥୀ | ଅରୁଣ ଚନ୍ଦ୍ର ସାହୁ |
| ପିତାମାତା | ଶରତ ପ୍ରଭା ସାହୁ (ମାତା), ଭାଗବତ ସାହୁ (ପିତା) |
| ପୁରସ୍କାର | କଳିଙ୍ଗ ପୁସ୍ତକ ମେଳା ପୁରସ୍କାର, ୨୦୧୬ |
ଭାନୁମତୀ ସାହୁ (ଜନ୍ମ: ୨୫ ଅକ୍ଟୋବର ୧୯୬୧) ଜଣେ ଓଡ଼ିଆ କବୀ, ଗାଳ୍ପିକା ଓ ଔପନ୍ୟାସିକା । ସେ ବାଘର ପଞ୍ଝା ଉପନ୍ୟାସ ପାଇଁ ୨୦୧୬ରେ କଳିଙ୍ଗ ପୁସ୍ତକ ମେଳା ପୁରସ୍କାର ପାଇଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଭାନୁମତୀ ୧୯୬୧ ମସିହାରେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁଠାରେ ଜନ୍ମଗ୍ରହଣ କରିଥିଲେ । ସେ ଇତିହାସରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ଦୈନିକ ଧ୍ୱନି ପ୍ରତିଧ୍ୱନିରେ ତାଙ୍କର ଏଡ଼ସ ଉପରେ ଆଧାରିତ ପ୍ରଥମ ଉପନ୍ୟାସ ମାୟା ପ୍ରକାଶ ପାଇଥିଲା । ତାଙ୍କର ଗୋଟିଏ ଶିଶୁ କିଶୋର ବିଜ୍ଞାନ ଗଳ୍ପ ପୁସ୍ତକ ରାଜ୍ୟ ସରକାରଙ୍କଦ୍ୱାରା ମନୋନୀତ ହୋଇ ବିଭିନ୍ନ ବିଦ୍ୟାଳୟକୁ ପଠାଯାଇଥିଲା । ସେ ପ୍ରଫେସର ଅରୁଣ ଚନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ ।[୧]
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ଉଦବେଳିତ ତରଙ୍ଗ ୨୦୦୮
- ବିଷକନ୍ୟା ୨୦୧୬
- ଶ୍ରୀକୃଷ୍ଣ କୃଷ୍ଣା ୨୦୨୫
ଉପନ୍ୟାସ
[ସମ୍ପାଦନା]- ମାୟା ୨୦୦୨
- ମରୁଭୂମିର ଶୋଷ ୨୦୦୬
- ଧୂମାୟିତ ଧରିତ୍ରୀ ୨୦୧୪
- ବାଘର ପଞ୍ଝା ୨୦୧୫
- ନିର୍ବାସନ ୨୦୧୬
- ବିଷଣ୍ଣ ବୈଶାଖ ୨୦୧୬
- ଅସଂପୂର୍ଣ୍ଣା ୨୦୧୭
- ପଦ୍ମାଳୟା ପ୍ୟଲେସ୍ ୨୦୧୭
- ମୀରା ମାଇଁ ୨୦୧୮
- ନୀଳ ଜହ୍ନ ୨୦୧୯
- ଚକ୍ରବ୍ୟୁହ ୨୦୨୧
- ରକ୍ତ ତର୍ପଣ ୨୦୨୨
- ତଥାପି ଶୂନ୍ୟତା ୨୦୨୨
- ଅମୁହାଁ ସୁଡ଼ଙ୍ଗ ୨୦୨୨
- ଆରୋହଣ ୨୦୧୧
- ପଞ୍ଚପର୍ଣ୍ଣା ୨୦୧୭
- ମୁଁ ବି କର୍ଣ୍ଣ ୨୦୨୩
- ରାଣୀ ମହଲ ୨୦୨୩
- ସମୟର ଚୋରାବାଲିରେ ୨୦୨୩
- ସରୋଗେଟ୍ ମଦର ୨୦୨୪[୨]
- ସଦାନନ୍ଦର ପୃଥିବୀ ୨୦୨୪
ଗଳ୍ପ
[ସମ୍ପାଦନା]- ଅବ୍ୟକ୍ତ ସ୍ୱର ୨୦୦୨
- ଯେ ମନ ଉଡ଼େ ଯେତେ ଦୂର ୨୦୦୬
- ଜୟନ୍ତ, ତୋ ମା' ଜିତିଯାଇଛି ୨୦୦୭
- ଅଜଣା ଠିକଣା ୨୦୦୮
- ତର୍ପଣ ୨୦୧୧
- ଧୂମକେତୁର ଶୋଷ ୨୦୧୪
- ଅଜ୍ଞାତବାସ ୨୦୧୪
- ଛଞ୍ଚାଣର ଆଖି ୨୦୧୪
- ଲଜ୍ଜା ୨୦୧୫
- ରୁଦ୍ଧଦ୍ୱାରର ଶବ୍ଦ ୨୦୧୬
- ଶୂନ୍ୟ ଭାବନା ୨୦୧୭
- ସନ୍ନ୍ୟାସିନୀ ୨୦୧୮
- ଜୀବନ ବଗିଚାରେ ୨୦୧୯
- ସୁମିତ୍ରାର କାନ୍ଦ ୨୦୨୦
- ଅଦୃଶ୍ୟ ଆଖି ୨୦୨୦
- ମୁଠାଏ ପ୍ରତିଶ୍ରୁତି ୨୦୨୧
- ଛାୟା ବଳୟ ୨୦୨୨
- ଅୟମାରମ୍ଭ ୨୦୨୩
- ଭଲ ପାଇବାର ରଙ୍ଗ ୨୦୨୪[୩]
- ପ୍ରିୟା [୪]
- କଥା ଦେଇଛି ମୃତ୍ୟୁକୁ ୨୦୨୫
ବିଜ୍ଞାନ
[ସମ୍ପାଦନା]- ଫଳ ଖାଇବା ସୁସ୍ଥ ରହିବା (ସହ ଲେଖିକା) ୨୦୨୩
- ଜହ୍ନମାମୁଁ ଓ ମଙ୍ଗଳ ମାଉସୀ ୨୦୨୩
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଭୁବନେଶ୍ୱରର ଓଡ଼ିଶା ମହିଳା ସାମ୍ବାଦିକା ସଂଘଦ୍ୱାରା ଜାତୀୟସ୍ତରୀୟ ସମ୍ମାନ ୨୦୦୨
- ଶ୍ୱେତ ସଂକେତ ଗଳ୍ପ ସମ୍ମାନ ୨୦୧୮
- ସୁଧନ୍ୟା ଉପନ୍ୟାସ ସମ୍ମାନ ୨୦୧୮
- ଓଡ଼ିଶା ଲେଖିକା ସଂସଦ ପକ୍ଷରୁ 'ସୁଧାଂଶୁବାଳା ପଣ୍ଡା ଉପନ୍ୟାସ ସମ୍ମାନ[୫]
- କଳିଙ୍ଗ ପୁସ୍ତକମେଳା ପୁରସ୍କାର, ୨୦୧୬ ବାଘର ପଞ୍ଝା ପାଇଁ
- ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୨୪ ସଦାନନ୍ଦର ପୃଥିବୀ ପାଇଁ[୬]
ଆଧାର
[ସମ୍ପାଦନା]- ↑ ମହାନ୍ତି, ଅଶୋକ (୨୦୦୭). ଓଡ଼ିଆ ଲେଖକ ପରିଚିତି. ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନ୍ସ. pp. ୧୯୫.
- ↑ https://sambadepaper.com/epaper/1/80/2025-06-22/1
- ↑ https://www.prameyaepaper.com/maps-preview/120788
- ↑ https://dharitriepaper.in/edition/17403/chhutidina/page/14
- ↑ https://dharitriepaper.in/edition/17143/chhutidina/page/9#
- ↑ "ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା". ସମାଜ (in ଓଡ଼ିଆ). ଭୁବନେଶ୍ୱର. 15 December 2024. Archived from the original on 27 December 2024. Retrieved 12 April 2025.
{{cite news}}: CS1 maint: unrecognized language (link)