Jump to content

ଅରୁଣ ଚନ୍ଦ୍ର ସାହୁ

ଉଇକିପିଡ଼ିଆ‌ରୁ
ଅରୁଣ ଚନ୍ଦ୍ର ସାହୁ
ଜନ୍ମ (1954-01-26) ୨୬ ଜାନୁଆରୀ ୧୯୫୪ (ବୟସ ୭୦)
ଇଟାମାଟି, ନୟାଗଡ଼
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତିଉଦ୍ଭିଦ ବିଜ୍ଞାନ ଅଧ୍ୟାପକ
ଉଲ୍ଲେଖନୀୟ କୃତିଜିନ୍ ବିଜ୍ଞାନର ଜୟଯାତ୍ରା
ବୈବାହିକ-ସାଥୀଭାନୁମତୀ ସାହୁ
ପିତାମାତା(s)ସାବିତ୍ରୀ ସାହୁ (ମାତା), ହରିହର ସାହୁ (ପିତା)
ପୁରସ୍କାରରାଜଧାନୀ ପୁସ୍ତକ ମେଳା ପୁରସ୍କାର, ୨୦୧୪

ଅରୁଣ ଚନ୍ଦ୍ର ସାହୁ (ଜନ୍ମ: ୨୬ ଜାନୁଆରୀ ୧୯୫୪) ଜଣେ ଓଡ଼ିଆ ଅଧ୍ୟାପକ, ଉଦ୍ଭିଦ ବିଜ୍ଞାନୀ, କବି, ଗାଳ୍ପିକ ଓ ବିଜ୍ଞାନ ଲେଖକ । ସେ ଜିନ୍ ବିଜ୍ଞାନର ଜୟଯାତ୍ରା ପୁସ୍ତକ ପାଇଁ ବିଶେଷ ଜଣାଶୁଣା । ଅଧ୍ୟାପନା ବୃତ୍ତିରୁ ସେ ସେବାନିବୃତ ହୋଇ ସାରିଛନ୍ତି ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଅରୁଣ ଚନ୍ଦ୍ର ୧୯୫୪ ମସିହାରେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟି ଠାରେ ଜନ୍ମଗ୍ରହଣ କରିଥିଲେ । ଭଲ ପାଠ ପଢ଼ୁଥିବାରୁ ୬ଷ୍ଠ ଶ୍ରେଣୀରୁ ବିଜ୍ଞାନରେ ସ୍ନାତକୋତ୍ତର ଶ୍ରେଣୀରେ ପଢ଼ିବା ପର୍ଯ୍ୟନ୍ତ ବୃତ୍ତି ପାଉଥିଲେ । ବାଣୀବିହାରରେ ସ୍ନାତକୋତ୍ତର ପଢ଼ିବା ବେଳେ ଆଲାହାବାଦ ବ୍ୟାଙ୍କରେ ଲିଖିତ ଓ ମୌଖିକ ପରୀକ୍ଷା ଦେଇ ସମଗ୍ର ଓଡ଼ିଶାରେ ପ୍ରଥମ ହୋଇଥିଲେ । ବେଶ୍ କିଛିଦିନ ଉକ୍ତ ବ୍ୟାଙ୍କରେ କାର୍ଯ୍ୟ କଲାପରେ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଉଦ୍ଭିଦ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ ଯୋଗଦେଲେ । ପୁଣି କିଛିଦିନ ପରେ ଇଣ୍ଟରଭ୍ୟୁ ଦେଇ ସାରା ଭାରତରେ ୭ମ ସ୍ଥାନ ଅଧିକାର କରି ଆଲାହାବାଦ ବ୍ୟାଙ୍କର ମ୍ୟାନେଜମେଣ୍ଟ ଟ୍ରେନି (ପ୍ରୋବେସନାରୀ ଅଫିସର କ୍ୟାଡ଼ର) ଭାବେ କାମ କଲେ । ଶେଷରେ ଓପିଏସସି ଦ୍ୱାରା ମନୋନୀତ ହୋଇ ଉଚ୍ଚଶିକ୍ଷା ବିଭାଗରେ ଅଧ୍ୟାପକ ଭାବେ ୧୯୮୦ରୁ ଅଧ୍ୟାପନା ଆରମ୍ଭ କରି ୨୦୧୨ରେ ସମ୍ବଲପୁର ଗଙ୍ଗାଧର ମେହେର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ରୂପେ ଅବସର ନେଲେ ।[] ଜଣେ କବି ଓ ବିଜ୍ଞାନ ଲେଖକ ଭାବେ ସେ ଅନେକ ପୁସ୍ତକ ଲେଖିବା ସହିତ ନିଜ ପିତା ହରିହର ସାହୁଙ୍କ କବିତାବଳୀର ସଂପାଦନା କରିଛନ୍ତି । ତାଙ୍କ ଧର୍ମପତ୍ନୀ ଭାନୁମତୀ ସାହୁ ମଧ୍ୟ ଜଣେ ସୁଲେଖିକା ।

ରଚନାବଳୀ

[ସମ୍ପାଦନା]

କବିତା

  • ଶାଢ଼ି ୨୦୦୨
  • ଅନ୍ଧାରରେ ଇନ୍ଦ୍ରଧନୁ ୨୦୦୭
  • ନଷ୍ଟ ନକ୍ଷତ୍ର ୨୦୧୩
  • ଶବ୍ଦମାନଙ୍କୁ ନେଇ ସ୍ୱପ୍ନ ୨୦୧୪
  • ଅଦୃଶ୍ୟ ଚିତ୍ରପଟ୍ଟ ୨୦୧୫
  • ପଞ୍ଜୁରୀର ପ୍ରଜାପତି ୨୦୧୭
  • ନିଃଶବ୍ଦ ବଂଶୀସ୍ୱନ ୨୦୨୧
  • The Rainbow in Darkness ୨୦୧୪

ବିଜ୍ଞାନ

  • ଉପକାରୀ ଉଦ୍ଭିଦ ୨୦୦୩
  • ଉଦ୍ଭିଦମାନଙ୍କ ମଧ୍ୟରେ ଘୃଣା ଓ ପ୍ରେମ ୨୦୧୨
  • ଜିନ୍ ବିଜ୍ଞାନର ଜୟଯାତ୍ରା ୨୦୧୪[][][]
  • ମାନବ ସେବାରେ ଉଦ୍ଭିଦ ୨୦୧୫
  • ବିଜ୍ଞାନ ଦର୍ପଣରେ ଆଜି ୨୦୧୬
  • ମଙ୍ଗଳ ପଥେ (ବିଜ୍ଞାନ ଉପନ୍ୟାସ) ୨୦୧୯

ଅନ୍ୟାନ୍ୟ

  • ଆଜିର ଦିବସ (ସାଧାରଣ ଜ୍ଞାନ) ୨୦୧୬
  • ମାଧ୍ୟମିକ ବିଜ୍ଞାନ ୨ୟ ଖଣ୍ଡ (ସହଲେଖକ) ୧୯୮୮
  • Self Assessment in Botany ୧୯୯୨
  • କବି ହରିହର ସାହୁଙ୍କ 'ଜୀବନ ମରଣ ସଖା' କବିତା (ସଂପାଦନା) ୨୦୧୪
  • ମରୀଚିକାରେ ମଣିଷଟିଏ (ଗଳ୍ପ) ୨୦୦୦
  • Biomolecules And Cell Biology With Practical
  • Outlines of Plant Biotechnology

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ମହେଶ ପ୍ରସାଦ ପୁରୋହିତ ମେମୋରିଆଲ ପୁରସ୍କାର, ୨୦୧୦ (ଓଡ଼ିଶା ବଟାନିକାଲ ସୋସାଇଟି, ବୁବନେଶ୍ୱରଙ୍କ ଦ୍ୱାରା ଉଦ୍ଭିଦ ବିଜ୍ଞାନୀଙ୍କୁ ଓଡ଼ିଶାରେ ଜନପ୍ରିୟ କରାଇବା ନିମନ୍ତେ ଉଦ୍ଦିଷ୍ଟ)
  • ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୧୪ ବିଜ୍ଞାନ ସାହିତ୍ୟ ପାଇଁ
  • ଓଡ଼ିଶା ବିଜ୍ଞାନ ଏକଡ଼େମୀର 'ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର - ୨୦୧୫ ଜିନ୍ ବିଜ୍ଞାନର ଜୟଯାତ୍ରା ପାଇଁ
  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର ୨୦୧୭ 'ମାନବ ସେବାରେ ଉଦ୍ଭିଦ' ପାଇଁ
  • ଓଡ଼ିଶା ପରିବେଶ ସମିତି ଦ୍ୱାରା ଡାଃ ବି ସି ପଣ୍ଡା ମେମୋରିଆଲ ପୁରସ୍କାର, ୨୦୨୨
  • କଳିଙ୍ଗ ପୁସ୍ତକମେଳା ପୁରସ୍କାର, ୨୦୧୬