ସୀତାକାନ୍ତ ମିଶ୍ର
ଦେଖଣା
ସୀତାକାନ୍ତ ମିଶ୍ର | |
|---|---|
| ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୯୫ – ୨୦୦୦ | |
| ପୂର୍ବ ଅଧିକାରୀ | କୃଷ୍ଣ ଚନ୍ଦ୍ର ସିଂହ ମାନ୍ଧାତା |
| ପର ଅଧିକାରୀ | ଭାଗବତ ବେହେରା |
| ନିର୍ବାଚନ ମଣ୍ଡଳୀ | ନୟାଗଡ଼ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୮ ମଇ ୧୯୬୧ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଜୀବନ ସାଥୀ | ଉର୍ମିଳା ମିଶ୍ର |
| ବାପା/ବୋଉ | ନରସିଂହ ମିଶ୍ର (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ସୀତାକାନ୍ତ ମିଶ୍ର (ଜନ୍ମ: ୧୮ ମଇ ୧୯୬୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସୀତାକାନ୍ତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସୀତାକାନ୍ତ ମିଶ୍ର ୧୯୬୧ ମସିହାର ମଇ ମାସ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନରସିଂହ ମିଶ୍ର ଏବଂ ପତ୍ନୀଙ୍କ ନାମ ଉର୍ମିଳା ମିଶ୍ର ।[୧] ତାଙ୍କର ଶିକ୍ଷାଗତ ଯୋଗତ୍ୟା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ସୀତାକାନ୍ତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]