ଅଚ୍ୟୁତାନନ୍ଦ ମହାନ୍ତି
ଅଚ୍ୟୁତାନନ୍ଦ ମହାନ୍ତି | |
|---|---|
| ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୬୭ – ୧୯୭୩ | |
| ପୂର୍ବ ଅଧିକାରୀ | କୃଷ୍ଣ ଚନ୍ଦ୍ର ସିଂହ ମାନ୍ଧାତା |
| ପର ଅଧିକାରୀ | ଭାଗବତ ବେହେରା |
| ନିର୍ବାଚନ ମଣ୍ଡଳୀ | ନୟାଗଡ଼ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ମଇ ୧୩, ୧୯୩୦ |
| ମୃତ୍ୟୁ | ୧୮ ନଭେମ୍ବର ୨୦୦୩ (ବୟସ ୭୩) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଉତ୍କଳ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସ୍ୱାଧୀନ |
| ଜୀବନ ସାଥୀ | ରେଣୁବାଳା ମହାନ୍ତି, ରମାମଣି ମହାନ୍ତି |
| ବାପା/ବୋଉ | କ୍ଷେତ୍ରବାସୀ ମହାନ୍ତି (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଅଚ୍ୟୁତାନନ୍ଦ ମହାନ୍ତି (୧୩ ମଇ ୧୯୩୦ - ୧୮ ନଭେମ୍ବର ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଅଚ୍ୟୁତାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଅଚ୍ୟୁତାନନ୍ଦ ମହାନ୍ତି ୧୯୩୦ ମସିହାର ମଇ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ କ୍ଷେତ୍ରବାସୀ ମହାନ୍ତି ଏବଂ ପତ୍ନୀଙ୍କ ନାମ ରମାମଣି ମହାନ୍ତି ଓ ରେଣୁବାଳା ମହାନ୍ତି ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଅଚ୍ୟୁତାନନ୍ଦ ଓଡ଼ିଶା ରାଜନୀତିରେ ଥରେ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ଓ ଥରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଅଚ୍ୟୁତାନନ୍ଦ ୨୦୦୩ ମସିହାର ନଭେମ୍ବର ମାସ ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।