ଶ୍ରୀହରି ପଣ୍ଡା
ଦେଖଣା
(ବ୍ୟବହାରକାରୀ:Raj K. Mohapatra (Puri)/ଶ୍ରୀହରି ପଣ୍ଡାରୁ ଲେଉଟି ଆସିଛି)
ଶ୍ରୀହରି ପଣ୍ଡା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଶ୍ରୀହରି ପଣ୍ଡା ୨୨ ଜୁଲାଇ ୧୯୭୧ ଗୌଡ଼ଗାଁ, କପ୍ତିପଦା, ମୟୂରଭଞ୍ଜ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଜୀବନସାଥୀ | ବିଦ୍ୟୁତ୍ଲତା ପଣ୍ଡା |
ଶ୍ରୀହରି ପଣ୍ଡା (ଜନ୍ମ: ୨୨ ଜୁଲାଇ ୧୯୭୧) ଜଣେ ଭାରତୀୟ ଓଡ଼ିଆ-ଭାଷୀ ପ୍ରାବନ୍ଧିକ । ତାଙ୍କ ରଚିତ ବହୁ ସାହିତ୍ୟ ଓ ଆଧ୍ୟାତ୍ମିକ ତତ୍ତ୍ୱମୁଳକ ଆଲୋଚନା ଦୈନିକ ସମୟ, ସମ୍ବାଦ, ଧ୍ୱନି ପ୍ରତିଧ୍ୱନି, ପ୍ରମେୟ ତଥା ଉତ୍କଳ ପ୍ରସଙ୍ଗ, ନୀଳାଦ୍ରି, ଅମୃତ ଅନୁଭବ ଆଦି ପତ୍ରିକାମାନଙ୍କରେ ପ୍ରକାଶିତ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଶ୍ରୀହରି ପଣ୍ଡା ମୟୂରଭଞ୍ଜର ଗୌଡ଼ଗାଁରେ ୧୯୭୧ ଜୁଲାଇ ୨୨ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପୀତାମ୍ବର ଓ ମାତାଙ୍କ ନାମ ଭାବନାମଣି ପଣ୍ଡା । ସେ ଓଡ଼ିଆ ଓ ଇତିହାସରେ ସ୍ନାତକୋତ୍ତର ଶିକ୍ଷାଲାଭ କରି ମାର୍ଗଦର୍ଶକ ଅନାଦି ଚରଣ ଗାଁଣଙ୍କ ସହାୟତାରେ ଚିତ୍ତରଞ୍ଜନ ଦାସଙ୍କ ପ୍ରବନ୍ଧ ଉପରେ ଗବେଷଣା କରି ଡକ୍ଟରେଟ ଲାଭ କରିଥିଲେ । ସେ ବୃତ୍ତିରେ ଅଧ୍ୟାପକ ଥିଲେ । ୨୦୧୪ ମସିହାରୁ ସେ ଓଡ଼ିଆ ଗଳ୍ପ, କବିତା, ପ୍ରବନ୍ଧ ରଚନା କରିଆସୁଛନ୍ତି ।
ରଚନାବଳୀ
[ସମ୍ପାଦନା]- ମୟୂରଭଞ୍ଜିଆ ସାରସ୍ବତ ସାଧକ (୨୦୨୨, ସହସଙ୍କଳକ ରାଜକିଶୋର ମହାପାତ୍ରଙ୍କ)
- ଅମୃତ ସୋପାନ (ପ୍ରବନ୍ଧ)
- ଆଧ୍ୟାତ୍ମିକ ଅନ୍ୱେଷା (ପ୍ରବନ୍ଧ)
- ଜୀବନ ଜିଗୀଷା (ପ୍ରବନ୍ଧ)
- ଚିତ୍ତରଞ୍ଜନ ଦାସଙ୍କ ପ୍ରବନ୍ଧର ଦିଗ ଓ ଦିଗନ୍ତ (ସମାଲୋଚନା)
- ଶ୍ରୀଜଗନ୍ନାଥ
- ଆମ ସଂସ୍କୃତିରେ ଓଷା ବ୍ରତ ଓ ପର୍ବପର୍ବାଣୀ (ବିଦ୍ୟୁତଲତା ପଣ୍ଡାଙ୍କ ସହ)
- ଆମ କଥା ଆମ ସଂସ୍କୃତି, ପ୍ରକାଶକ (ପ୍ରବନ୍ଧ)
- କାଳଜୟୀ ସ୍ରଷ୍ଟା, ସୃଷ୍ଟି ଓ ଅନ୍ୟାନ୍ୟ ପ୍ରବନ୍ଧ
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଆଧ୍ୟାତ୍ମିକ ଚେତନା ସଂଘ, ପୁରୀ
- ଧ୍ୱନି ପ୍ରତିଧ୍ୱନି ପାଠକ ସମ୍ମାନ
- ବାଣୀପୀଠ ସମ୍ମାନ ଏବଂ ବାଣିପୀଠ ଉପାଧି "ଵାଣିଶ୍ରୀ "
- ସମୟର ଚକ୍ର ଜ୍ୟୋତି ସମ୍ମାନ
- ପ୍ରଶାନ୍ତ ସ୍ମୃତି ସମ୍ମାନ
- ଧ୍ୱନି ପ୍ରତିଧ୍ୱନି ସାଗରୀକା ପ୍ରବନ୍ଧ ସମ୍ମାନ ୨୦୨୪[୧]
ଆଧାର
[ସମ୍ପାଦନା]- ↑ "ଧ୍ୱନି ପ୍ରତିଧ୍ଵନି". Retrieved 2024-08-31.