ବ୍ୟବହାରକାରୀ:Abha S Pradhan/ପରଖଘର

ଉଇକିପିଡ଼ିଆ‌ରୁ
ପୁଣ୍ୟପ୍ରଭା ଦେବୀ
ଜନ୍ମ ଓ ଜନ୍ମସ୍ଥାନ (1938-10-07) ୭ ଅକ୍ଟୋବର ୧୯୩୮ (ବୟସ ୮୫)
ବାମ୍ଫି ସାହି, କଟକ ଜିଲ୍ଲା
ବୃତ୍ତିକବି, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକା
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀପ୍ରହଲ୍ଲାଦ ଚନ୍ଦ୍ର ମହାନ୍ତି
ସମ୍ପର୍କୀୟବିଦ୍ୟୁତପ୍ରଭା ଦେବୀ

ପୁଣ୍ୟପ୍ରଭା ଦେବୀ (ଜନ୍ମ: ୭ ଅକ୍ଟୋବର ୧୯୩୮) ଓଡ଼ିଆ ଭାଷାର ଜଣେ କବି[୧], ଶିଶୁ ସାହିତ୍ଯିକା ଓ ଔପନ୍ୟାସିକ[୨] । ସେ କଟକ ଜିଲ୍ଲାର ବାମ୍ଫି ସାହିରେ ଜନ୍ମ ଗ୍ରହଣ କରିଥିଲେ[୨] । ଲେଖକ ଓ କବି ପରିବାରରେ ଜନ୍ମ ହୋଇଥିବା ହେତୁ ବାଲ୍ୟକାଳରୁ ତାଙ୍କ ଉପରେ ପିତା ନିମାଇଁ ଚରଣ ଦାସ ଓ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଭଉଣୀ ବିଦ୍ୟୁତ୍‌ପ୍ରଭା ଦେବୀଙ୍କ ପ୍ରଭାବ ପଡ଼ିଥିଲା[୨] । ୧୯୫୬ ମସିହାରେ କେତେକ ଛୋଟ ଗୀତକୁ ନେଇ ପ୍ରକାଶିତ ´´ଟିକି ରାଇଜ´´ ଥିଲା ତାଙ୍କର ପ୍ରଥମ ଶିଶୁ କବିତା ସଙ୍କଳନ[୨] । ୧୯୬୦ ମସିହାରେ ତାଙ୍କର ଦ୍ୱିତୀୟ ପୁସ୍ତକ ´´କାଳିଆ ବଳଦ ଗଲା ଗଲା´´ ତାଙ୍କୁ ଓଡ଼ିଆ ସାହିତ୍ୟରେ ଶ୍ରେଷ୍ଠ ଶିଶୁ ସାହିତ୍ୟ ଭାବରେ ଜାତୀୟ ପୁରସ୍କାର ଆଣିଦେଇଥିଲା[୨] । ସେ ମଧ୍ୟ ଇଂରାଜୀ, ବଙ୍ଗଳା, ହିନ୍ଦୀ, ତେଲୁଗୁ, ଅସମିଆ, ପ୍ରଭୃତି ଭାଷାରେ ପ୍ରବୀଣା[୨] । ସେ ବିବାହ ପରେ ୧୯୬୪ ମସିହାରୁ ବିଶାଖାପାଟଣା ଠାରେ ରହିଆସୁଛନ୍ତି[୩] । ତାଙ୍କର ବ‌ହୁତ ଶିଶୁ ସାହିତ୍ୟ, ସ୍ୱାମୀ ପ୍ରହଲ୍ଲାଦ ଚନ୍ଦ୍ର ଦାସଙ୍କ ଦ୍ୱାରା ଇଂରାଜୀ ଭାଷାରେ ଅନୁବାଦିତ ହୋଇ ´´ନ୍ୟାସ୍‌ନାଲ୍ ବୁକ୍ ଟ୍ରଷ୍ଟ´´ ଦ୍ୱାରା ରିଡ଼ର୍‌ସ ବୁଲେଟିନ୍‌ରେ ପ୍ରକାଶିତ ହେଉଛି ଏବଂ ତେଲୁଗୁ ଭାଷାରେ ମଧ୍ୟ ଅନୁବାଦ କରାଯାଉଛି[୩] । ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ମଧ୍ୟ ´´ବିପୁଳ´´ରେ ପ୍ରକାଶ ପାଉଛି[୩]

ସାହିତ୍ୟ ସର୍ଜନା[ସମ୍ପାଦନା]

  1. ଟିକି ରାଇଜ
  2. କାଳିଆ ବଳଦ ଗଲା ଗଲା
  3. ପିଲାଙ୍କ ମେଘଦୂତ
  4. ପୁନଶ୍ଚ ପୃଥିବୀ[୨]
  5. ସରୋଗେଟ୍ ମଦର[୨]
  6. ସୁଦୂର ସୈକାତ[୨]
  7. ଅବ୍ୟକ୍ତ
  8. ଶୂନ୍ୟ ମନ୍ଦିର
  9. ସ୍ତୁତି ଓ ସମାପ୍ତି
  10. ଗଡି ଚାଲୁଥିବା ଚକ
  11. ହଜି ଯାଇଥିବା ଝିଅ
  12. ଅନ୍ୟ ଏକ ଶ୍ରବଣ କୁମାର

ଶିଶୁ ସାହିତ୍ୟ[ସମ୍ପାଦନା]

  1. ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ରତ୍ନ (୨୦୧୦)[୩]
  2. ସାହିତ୍ୟ ପ୍ରଭା (୨୦୧୦)
  3. ଜାତୀୟ ପୁରସ୍କାର (୧୯୬୦)[୩]
  4. ଆକାଶବାଣୀ ପୁରସ୍କାର (୧୯୬୨)[୩]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Poems". books.google.co.in. Retrieved 28 October 2018.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Straight from the heart". www.thehindu.com. Retrieved 28 October 2018.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "'Shishu Sahitya Ratna' award for Punyaprava". www.newindianexpress.com. Retrieved 28 October 2018.