Jump to content

ବ୍ୟବହାରକାରୀ:Abha S Pradhan/ପରଖଘର

ଉଇକିପିଡ଼ିଆ‌ରୁ
ପୁଣ୍ୟପ୍ରଭା ଦେବୀ
ଜନ୍ମ ଓ ଜନ୍ମସ୍ଥାନ (1938-10-07) ୭ ଅକ୍ଟୋବର ୧୯୩୮ (ବୟସ ୮୭)
ବାମ୍ଫି ସାହି, କଟକ ଜିଲ୍ଲା
ବୃତ୍ତିକବି, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକା
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀପ୍ରହଲ୍ଲାଦ ଚନ୍ଦ୍ର ମହାନ୍ତି
ସମ୍ପର୍କୀୟବିଦ୍ୟୁତପ୍ରଭା ଦେବୀ

ପୁଣ୍ୟପ୍ରଭା ଦେବୀ (ଜନ୍ମ: ୭ ଅକ୍ଟୋବର ୧୯୩୮) ଓଡ଼ିଆ ଭାଷାର ଜଣେ କବି[], ଶିଶୁ ସାହିତ୍ଯିକା ଓ ଔପନ୍ୟାସିକ[] । ସେ କଟକ ଜିଲ୍ଲାର ବାମ୍ଫି ସାହିରେ ଜନ୍ମ ଗ୍ରହଣ କରିଥିଲେ[] । ଲେଖକ ଓ କବି ପରିବାରରେ ଜନ୍ମ ହୋଇଥିବା ହେତୁ ବାଲ୍ୟକାଳରୁ ତାଙ୍କ ଉପରେ ପିତା ନିମାଇଁ ଚରଣ ଦାସ ଓ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଭଉଣୀ ବିଦ୍ୟୁତ୍‌ପ୍ରଭା ଦେବୀଙ୍କ ପ୍ରଭାବ ପଡ଼ିଥିଲା[] । ୧୯୫୬ ମସିହାରେ କେତେକ ଛୋଟ ଗୀତକୁ ନେଇ ପ୍ରକାଶିତ ´´ଟିକି ରାଇଜ´´ ଥିଲା ତାଙ୍କର ପ୍ରଥମ ଶିଶୁ କବିତା ସଙ୍କଳନ[] । ୧୯୬୦ ମସିହାରେ ତାଙ୍କର ଦ୍ୱିତୀୟ ପୁସ୍ତକ ´´କାଳିଆ ବଳଦ ଗଲା ଗଲା´´ ତାଙ୍କୁ ଓଡ଼ିଆ ସାହିତ୍ୟରେ ଶ୍ରେଷ୍ଠ ଶିଶୁ ସାହିତ୍ୟ ଭାବରେ ଜାତୀୟ ପୁରସ୍କାର ଆଣିଦେଇଥିଲା[] । ସେ ମଧ୍ୟ ଇଂରାଜୀ, ବଙ୍ଗଳା, ହିନ୍ଦୀ, ତେଲୁଗୁ, ଅସମିଆ, ପ୍ରଭୃତି ଭାଷାରେ ପ୍ରବୀଣା[] । ସେ ବିବାହ ପରେ ୧୯୬୪ ମସିହାରୁ ବିଶାଖାପାଟଣା ଠାରେ ରହିଆସୁଛନ୍ତି[] । ତାଙ୍କର ବ‌ହୁତ ଶିଶୁ ସାହିତ୍ୟ, ସ୍ୱାମୀ ପ୍ରହଲ୍ଲାଦ ଚନ୍ଦ୍ର ଦାସଙ୍କ ଦ୍ୱାରା ଇଂରାଜୀ ଭାଷାରେ ଅନୁବାଦିତ ହୋଇ ´´ନ୍ୟାସ୍‌ନାଲ୍ ବୁକ୍ ଟ୍ରଷ୍ଟ´´ ଦ୍ୱାରା ରିଡ଼ର୍‌ସ ବୁଲେଟିନ୍‌ରେ ପ୍ରକାଶିତ ହେଉଛି ଏବଂ ତେଲୁଗୁ ଭାଷାରେ ମଧ୍ୟ ଅନୁବାଦ କରାଯାଉଛି[] । ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ମଧ୍ୟ ´´ବିପୁଳ´´ରେ ପ୍ରକାଶ ପାଉଛି[]

ସାହିତ୍ୟ ସର୍ଜନା

[ସମ୍ପାଦନା]
  1. ଟିକି ରାଇଜ
  2. କାଳିଆ ବଳଦ ଗଲା ଗଲା
  3. ପିଲାଙ୍କ ମେଘଦୂତ
  4. ପୁନଶ୍ଚ ପୃଥିବୀ[]
  5. ସରୋଗେଟ୍ ମଦର[]
  6. ସୁଦୂର ସୈକାତ[]
  7. ଅବ୍ୟକ୍ତ
  8. ଶୂନ୍ୟ ମନ୍ଦିର
  9. ସ୍ତୁତି ଓ ସମାପ୍ତି
  10. ଗଡି ଚାଲୁଥିବା ଚକ
  11. ହଜି ଯାଇଥିବା ଝିଅ
  12. ଅନ୍ୟ ଏକ ଶ୍ରବଣ କୁମାର

ଶିଶୁ ସାହିତ୍ୟ

[ସମ୍ପାଦନା]
  1. ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ରତ୍ନ (୨୦୧୦)[]
  2. ସାହିତ୍ୟ ପ୍ରଭା (୨୦୧୦)
  3. ଜାତୀୟ ପୁରସ୍କାର (୧୯୬୦)[]
  4. ଆକାଶବାଣୀ ପୁରସ୍କାର (୧୯୬୨)[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. "Poems". books.google.co.in. Retrieved 28 October 2018.
  2. 1 2 3 4 5 6 7 8 9 "Straight from the heart". www.thehindu.com. Retrieved 28 October 2018.
  3. 1 2 3 4 5 6 "'Shishu Sahitya Ratna' award for Punyaprava". www.newindianexpress.com. Retrieved 28 October 2018.