ବ୍ୟବହାରକାରୀ:Abha S Pradhan/ପରଖଘର
ପୁଣ୍ୟପ୍ରଭା ଦେବୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବାମ୍ଫି ସାହି, କଟକ ଜିଲ୍ଲା | ୭ ଅକ୍ଟୋବର ୧୯୩୮
ବୃତ୍ତି | କବି, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ପ୍ରହଲ୍ଲାଦ ଚନ୍ଦ୍ର ମହାନ୍ତି |
ସମ୍ପର୍କୀୟ | ବିଦ୍ୟୁତପ୍ରଭା ଦେବୀ |
ପୁଣ୍ୟପ୍ରଭା ଦେବୀ (ଜନ୍ମ: ୭ ଅକ୍ଟୋବର ୧୯୩୮) ଓଡ଼ିଆ ଭାଷାର ଜଣେ କବି[୧], ଶିଶୁ ସାହିତ୍ଯିକା ଓ ଔପନ୍ୟାସିକ[୨] । ସେ କଟକ ଜିଲ୍ଲାର ବାମ୍ଫି ସାହିରେ ଜନ୍ମ ଗ୍ରହଣ କରିଥିଲେ[୨] । ଲେଖକ ଓ କବି ପରିବାରରେ ଜନ୍ମ ହୋଇଥିବା ହେତୁ ବାଲ୍ୟକାଳରୁ ତାଙ୍କ ଉପରେ ପିତା ନିମାଇଁ ଚରଣ ଦାସ ଓ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଭଉଣୀ ବିଦ୍ୟୁତ୍ପ୍ରଭା ଦେବୀଙ୍କ ପ୍ରଭାବ ପଡ଼ିଥିଲା[୨] । ୧୯୫୬ ମସିହାରେ କେତେକ ଛୋଟ ଗୀତକୁ ନେଇ ପ୍ରକାଶିତ ´´ଟିକି ରାଇଜ´´ ଥିଲା ତାଙ୍କର ପ୍ରଥମ ଶିଶୁ କବିତା ସଙ୍କଳନ[୨] । ୧୯୬୦ ମସିହାରେ ତାଙ୍କର ଦ୍ୱିତୀୟ ପୁସ୍ତକ ´´କାଳିଆ ବଳଦ ଗଲା ଗଲା´´ ତାଙ୍କୁ ଓଡ଼ିଆ ସାହିତ୍ୟରେ ଶ୍ରେଷ୍ଠ ଶିଶୁ ସାହିତ୍ୟ ଭାବରେ ଜାତୀୟ ପୁରସ୍କାର ଆଣିଦେଇଥିଲା[୨] । ସେ ମଧ୍ୟ ଇଂରାଜୀ, ବଙ୍ଗଳା, ହିନ୍ଦୀ, ତେଲୁଗୁ, ଅସମିଆ, ପ୍ରଭୃତି ଭାଷାରେ ପ୍ରବୀଣା[୨] । ସେ ବିବାହ ପରେ ୧୯୬୪ ମସିହାରୁ ବିଶାଖାପାଟଣା ଠାରେ ରହିଆସୁଛନ୍ତି[୩] । ତାଙ୍କର ବହୁତ ଶିଶୁ ସାହିତ୍ୟ, ସ୍ୱାମୀ ପ୍ରହଲ୍ଲାଦ ଚନ୍ଦ୍ର ଦାସଙ୍କ ଦ୍ୱାରା ଇଂରାଜୀ ଭାଷାରେ ଅନୁବାଦିତ ହୋଇ ´´ନ୍ୟାସ୍ନାଲ୍ ବୁକ୍ ଟ୍ରଷ୍ଟ´´ ଦ୍ୱାରା ରିଡ଼ର୍ସ ବୁଲେଟିନ୍ରେ ପ୍ରକାଶିତ ହେଉଛି ଏବଂ ତେଲୁଗୁ ଭାଷାରେ ମଧ୍ୟ ଅନୁବାଦ କରାଯାଉଛି[୩] । ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ମଧ୍ୟ ´´ବିପୁଳ´´ରେ ପ୍ରକାଶ ପାଉଛି[୩] ।
ସାହିତ୍ୟ ସର୍ଜନା
[ସମ୍ପାଦନା]- ଟିକି ରାଇଜ
- କାଳିଆ ବଳଦ ଗଲା ଗଲା
- ପିଲାଙ୍କ ମେଘଦୂତ
- ପୁନଶ୍ଚ ପୃଥିବୀ[୨]
- ସରୋଗେଟ୍ ମଦର[୨]
- ସୁଦୂର ସୈକାତ[୨]
- ଅବ୍ୟକ୍ତ
- ଶୂନ୍ୟ ମନ୍ଦିର
- ସ୍ତୁତି ଓ ସମାପ୍ତି
- ଗଡି ଚାଲୁଥିବା ଚକ
- ହଜି ଯାଇଥିବା ଝିଅ
- ଅନ୍ୟ ଏକ ଶ୍ରବଣ କୁମାର
ଶିଶୁ ସାହିତ୍ୟ
[ସମ୍ପାଦନା]- ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ରତ୍ନ (୨୦୧୦)[୩]
- ସାହିତ୍ୟ ପ୍ରଭା (୨୦୧୦)
- ଜାତୀୟ ପୁରସ୍କାର (୧୯୬୦)[୩]
- ଆକାଶବାଣୀ ପୁରସ୍କାର (୧୯୬୨)[୩]