ବ୍ୟବହାରକାରୀଙ୍କ ଆଲୋଚନା:Nishānt Omm

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Nishānt Omm, ଧନ୍ୟବାଦ – ~~~~

--ସୁଭ (ଆଳାପ) ୧୮:୧୦, ୭ ମଇ ୨୦୨୧ (IST)[reply]

ଆପଣଙ୍କ ନିକଟର ସମ୍ପାଦନା[ସମ୍ପାଦନା]

ଆଦରର @Nishānt Omm:, ଆପଣ ନିକଟରେ ଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପି ପ୍ରସଙ୍ଗରେ କରିଥିବା ସମ୍ପାଦନା ଅନାବଶ୍ୟକ ମନେକରି ମୁଁ ପଛକୁ ଫେରାଇଦେଲି । ଓଡ଼ିଆରେ ଇଂରାଜୀ ଶବ୍ଦକୁ ଲେଖିବା ପାଇଁ ଧରାବନ୍ଧା ନିୟମ ନାହିଁ । ପ୍ରଚଳିତ ଧାରା ଅଛି । willକୁ ଆଗରୁ "ଉଇଲ" ଲେଖାଯିବା ବେଳେ ଅନେକ ଜାଗାରେ "ୱିଲ୍" ମଧ୍ୟ ପ୍ରଚଳିତ । ଉଭୟ ତର୍କ ଦିଗରୁ ଠିକ । "application"କୁ "ଆପ୍ଲିକେସନ" ଲେଖା ମଧ୍ୟ ପ୍ରଚଳିତ ପୁଣି "ଆପ୍ଲିକେଶନ୍" ଲେଖିବା ବି ପ୍ରଚଳିତ । ତେଣୁ ନିହାତି ଆବଶ୍ୟକ ନ ଥିଲେ British-American-South African-Australian ଭଳି ଏସବୁ ବିଭିନ୍ନତା ରଖାଯାଇପାରେ । ତେଣୁ ମୋର ସେ ପଛକୁ ଫେରା । --ସୁଭ (ଆଳାପ) ୧୮:୨୦, ୭ ମଇ ୨୦୨୧ (IST)[reply]

@Nishānt Omm: ନିକଟରେ ଅନେକ ପ୍ରସଙ୍ଗରେ ବିନା ଆଲୋଚନାରେ ଆପଣ କରିଥିବା ବଦଳଗୁଡ଼ିକୁ ପଛକୁ ଫେରାଇବାକୁ ବାଧ୍ୟ ହେଲି କାରଣ ବୈଦେଶିକ ଶବ୍ଦ କ୍ଷେତ୍ରରେ ଓଡ଼ିଆରେ ପ୍ରଚଳିତ ବନାନକୁ ସବୁବେଳେ ମୂଳ ଭାଷାର ଉଚ୍ଚାରଣ ଉପରେ ଅଗ୍ରାଧୀକାର ଦିଆଯାଏ । ଉଦାହରଣ ସ୍ୱରୂପ ଜର୍ମାନୀକୁ ଜର୍ମାନ ଭାଷାରେ "Deutschland" କୁହାଯାଉଥିଲେ ହେଁ ଓଡ଼ିଆରେ "ଜର୍ମାନୀ" ପ୍ରଚଳିତ । ତେଣୁ ପ୍ରସଙ୍ଗରେ କେବଳ ଆରମ୍ଭରେ ବନ୍ଧନୀ ଭିତରେ "Deutschland" ଲେଖି ବାକି ସବୁଠି ଜର୍ମାନୀ ଲେଖାଯିବ । ସେହିଭଳି "ଇଟିଲି", "ଇଂଲଣ୍ଡ", "ଅଷ୍ଟ୍ରେଲିଆ", "କାନାଡ଼ା" ଆଦି ବନାନ ବହୁପ୍ରଚଳିତ ହୋଇଥିବାରୁ ସେଗୁଡ଼ିକ ବଦଳାଇବାରେ କୌଣସି ଆବଶ୍ୟକତା ନାହିଁ । --ସୁଭ (ଆଳାପ) ୧୪:୨୦, ୨୪ ଜୁଲାଇ ୨୦୨୧ (IST)[reply]

ଚେତାବନୀ[ସମ୍ପାଦନା]

@Nishānt Omm:, ବାରମ୍ବାର ଅନୁରୋଧ ସତ୍ତ୍ୱେ ଆପଣ ଅଧିକରୁ ଅଧିକ ପ୍ରସଙ୍ଗରେ ଶବ୍ଦର ବନାନ ବିନା ଆଲୋଚନାରେ ବଦଳାଇବା ଉଇକିପିଡ଼ିଆ ନିୟମର ବିରୋଧାଭାସ (ବହୁପ୍ରଚଳିତ ଶବ୍ଦକୁ ଅଗ୍ରାଧୀକାର) ଏବଂ ଅନ୍ୟ ଉଇକିଆଳିଙ୍କ ପ୍ରତି ଅନାଦର ମଧ୍ୟ । ଏଣୁ ଏହି ଅନୁରୋଧକୁ ଶେଷ ଚେତାବନୀ ମନେକରିବେ । ଏହା ପରେ ମଧ୍ୟ ଆପଣ ବିନା ଆଲୋଚନାରେ ପ୍ରସଙ୍ଗର ବନାନ ବା ଉଚ୍ଚାରଣ ଆଦିରୁ ଓଡ଼ିଆ ଉଚ୍ଚାରଣ କାଢ଼ି ଅନ୍ୟ ଉଚ୍ଚାରଣ ପୂରାଇଲେ ଆପଣଙ୍କ ଆକାଉଣ୍ଟ ସୀମିତ/ଅସୀମିତ କାଳ ପାଇଁ ଅଟକାଯିବ । ଆଶା ଆପଣ ଏ ବାବଦରେ ସଚେତନ ହୋଇ ବଦଳ କରିବା ଆଗରୁ ଆଲୋଚନା କରିବେ । --ସୁଭ (ଆଳାପ) ୧୧:୪୨, ୧୩ ଅଗଷ୍ଟ ୨୦୨୧ (IST)[reply]

@Nishānt Omm:, ଆପଣଙ୍କୁ ଚେତାବନୀ ଦେବା ସତ୍ତ୍ୱେ ଆପଣ ପୁଣି ଥରେ ପୂର୍ବଭଳି ବଦଳ କରି ଉଇକିପିଡ଼ିଆର ମୂଳ ନୀତିର ବିରୁଦ୍ଧାଚରଣ କରିଛନ୍ତି, ତେଣୁ ଆପଣଙ୍କୁ ୩ଦିନ (୭୨ଘଣ୍ଟା) ନିମନ୍ତେ କୌଣସି ପ୍ରସଙ୍ଗ ପୃଷ୍ଠାରେ ବଦଳ କରିବାରୁ ଅଟକାଯାଉଛି

ଓଡ଼ିଆ ଉଇକିପିଡ଼ିଆ ବାବଦରେ ଆପଣଙ୍କର କିଛି ପ୍ରଶ୍ନ ଥିଲେ ଆପଣଙ୍କ ଏହି ଆଲୋଚନା ପୃଷ୍ଠାରେ, ମୋ ଆଲୋଚନା ପୃଷ୍ଠାରେ, ଇମେଲ ମାଧ୍ୟମରେ, ଚାଟସଭାରେ କିମ୍ବା ଫେସବୁକ କୋଠରେ ପଚାରନ୍ତୁ ।
ଯଦି ଆପଣ ମୋ ବିରୁଦ୍ଧରେ ଅଭିଯୋଗ କରିବାକୁ କିମ୍ବା ଏହି ଅଟକର ପୁନର୍ବିଚାର ଚାହୁଁଛନ୍ତି, ତେବେ ଅନ୍ୟ ପରିଚାଳକଙ୍କୁ ଅନୁରୋଧ କରିପାରିବେ । ଧନ୍ୟବାଦ ସହ --MKar (ମୋ ଆଲୋଚନା) ୧୦:୨୦, ୧୪ ଅଗଷ୍ଟ ୨୦୨୧ (IST)[reply]
@Nishānt Omm: ଦୁଃଖର ବିଷୟ ଆପଣଙ୍କୁ ଅନେକ ଥର ଚେତାବନୀ ଦେବା ପରେ ଓ ଜଣେ ପରିଚାଳକ ୭୨ଘଣ୍ଟା ପାଇଁ ବଦଳାଇବା ପରେ ମଧ୍ୟ ଆପଣ ପୁଣିଥରେ ସମାନ ବିରୁଦ୍ଧାଚରଣ କରିଛନ୍ତି । ଆପଣଙ୍କୁ ସପ୍ତାହେ ପାଇଁ ଅଟକାଗଲା । ଏହା ପରେ ଯଦି ସମାନ ଧରଣର ଅସଦାଚରଣ ଜାରୀ ରହେ ତାହେଲେ ଏକ ବର୍ଷ ଧରି ଅଟକାଯିବ । --ସୁଭ (ଆଳାପ) ୧୯:୪୭, ୧୭ ଅଗଷ୍ଟ ୨୦୨୧ (IST)[reply]