ବ୍ୟବହାରକାରୀଙ୍କ ଆଲୋଚନା:Nishānt Omm
ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।
ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।
ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?
|
|
ଆପଣ କିପରି ସାହାଯ୍ୟ କରିପାରିବେ:
|
|
ଅଧିକ ଜାଣିବା କଥା...
|
--ସୁଭ (ଆଳାପ) ୧୮:୧୦, ୭ ମଇ ୨୦୨୧ (IST)
ଆପଣଙ୍କ ନିକଟର ସମ୍ପାଦନା[ସମ୍ପାଦନା]
ଆଦରର @Nishānt Omm:, ଆପଣ ନିକଟରେ ଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପି ପ୍ରସଙ୍ଗରେ କରିଥିବା ସମ୍ପାଦନା ଅନାବଶ୍ୟକ ମନେକରି ମୁଁ ପଛକୁ ଫେରାଇଦେଲି । ଓଡ଼ିଆରେ ଇଂରାଜୀ ଶବ୍ଦକୁ ଲେଖିବା ପାଇଁ ଧରାବନ୍ଧା ନିୟମ ନାହିଁ । ପ୍ରଚଳିତ ଧାରା ଅଛି । willକୁ ଆଗରୁ "ଉଇଲ" ଲେଖାଯିବା ବେଳେ ଅନେକ ଜାଗାରେ "ୱିଲ୍" ମଧ୍ୟ ପ୍ରଚଳିତ । ଉଭୟ ତର୍କ ଦିଗରୁ ଠିକ । "application"କୁ "ଆପ୍ଲିକେସନ" ଲେଖା ମଧ୍ୟ ପ୍ରଚଳିତ ପୁଣି "ଆପ୍ଲିକେଶନ୍" ଲେଖିବା ବି ପ୍ରଚଳିତ । ତେଣୁ ନିହାତି ଆବଶ୍ୟକ ନ ଥିଲେ British-American-South African-Australian ଭଳି ଏସବୁ ବିଭିନ୍ନତା ରଖାଯାଇପାରେ । ତେଣୁ ମୋର ସେ ପଛକୁ ଫେରା । --ସୁଭ (ଆଳାପ) ୧୮:୨୦, ୭ ମଇ ୨୦୨୧ (IST)
- @Nishānt Omm: ନିକଟରେ ଅନେକ ପ୍ରସଙ୍ଗରେ ବିନା ଆଲୋଚନାରେ ଆପଣ କରିଥିବା ବଦଳଗୁଡ଼ିକୁ ପଛକୁ ଫେରାଇବାକୁ ବାଧ୍ୟ ହେଲି କାରଣ ବୈଦେଶିକ ଶବ୍ଦ କ୍ଷେତ୍ରରେ ଓଡ଼ିଆରେ ପ୍ରଚଳିତ ବନାନକୁ ସବୁବେଳେ ମୂଳ ଭାଷାର ଉଚ୍ଚାରଣ ଉପରେ ଅଗ୍ରାଧୀକାର ଦିଆଯାଏ । ଉଦାହରଣ ସ୍ୱରୂପ ଜର୍ମାନୀକୁ ଜର୍ମାନ ଭାଷାରେ "Deutschland" କୁହାଯାଉଥିଲେ ହେଁ ଓଡ଼ିଆରେ "ଜର୍ମାନୀ" ପ୍ରଚଳିତ । ତେଣୁ ପ୍ରସଙ୍ଗରେ କେବଳ ଆରମ୍ଭରେ ବନ୍ଧନୀ ଭିତରେ "Deutschland" ଲେଖି ବାକି ସବୁଠି ଜର୍ମାନୀ ଲେଖାଯିବ । ସେହିଭଳି "ଇଟିଲି", "ଇଂଲଣ୍ଡ", "ଅଷ୍ଟ୍ରେଲିଆ", "କାନାଡ଼ା" ଆଦି ବନାନ ବହୁପ୍ରଚଳିତ ହୋଇଥିବାରୁ ସେଗୁଡ଼ିକ ବଦଳାଇବାରେ କୌଣସି ଆବଶ୍ୟକତା ନାହିଁ । --ସୁଭ (ଆଳାପ) ୧୪:୨୦, ୨୪ ଜୁଲାଇ ୨୦୨୧ (IST)
ଚେତାବନୀ[ସମ୍ପାଦନା]
@Nishānt Omm:, ବାରମ୍ବାର ଅନୁରୋଧ ସତ୍ତ୍ୱେ ଆପଣ ଅଧିକରୁ ଅଧିକ ପ୍ରସଙ୍ଗରେ ଶବ୍ଦର ବନାନ ବିନା ଆଲୋଚନାରେ ବଦଳାଇବା ଉଇକିପିଡ଼ିଆ ନିୟମର ବିରୋଧାଭାସ (ବହୁପ୍ରଚଳିତ ଶବ୍ଦକୁ ଅଗ୍ରାଧୀକାର) ଏବଂ ଅନ୍ୟ ଉଇକିଆଳିଙ୍କ ପ୍ରତି ଅନାଦର ମଧ୍ୟ । ଏଣୁ ଏହି ଅନୁରୋଧକୁ ଶେଷ ଚେତାବନୀ ମନେକରିବେ । ଏହା ପରେ ମଧ୍ୟ ଆପଣ ବିନା ଆଲୋଚନାରେ ପ୍ରସଙ୍ଗର ବନାନ ବା ଉଚ୍ଚାରଣ ଆଦିରୁ ଓଡ଼ିଆ ଉଚ୍ଚାରଣ କାଢ଼ି ଅନ୍ୟ ଉଚ୍ଚାରଣ ପୂରାଇଲେ ଆପଣଙ୍କ ଆକାଉଣ୍ଟ ସୀମିତ/ଅସୀମିତ କାଳ ପାଇଁ ଅଟକାଯିବ । ଆଶା ଆପଣ ଏ ବାବଦରେ ସଚେତନ ହୋଇ ବଦଳ କରିବା ଆଗରୁ ଆଲୋଚନା କରିବେ । --ସୁଭ (ଆଳାପ) ୧୧:୪୨, ୧୩ ଅଗଷ୍ଟ ୨୦୨୧ (IST)
ଅଟକ[ସମ୍ପାଦନା]
@Nishānt Omm:, ଆପଣଙ୍କୁ ଚେତାବନୀ ଦେବା ସତ୍ତ୍ୱେ ଆପଣ ପୁଣି ଥରେ ପୂର୍ବଭଳି ବଦଳ କରି ଉଇକିପିଡ଼ିଆର ମୂଳ ନୀତିର ବିରୁଦ୍ଧାଚରଣ କରିଛନ୍ତି, ତେଣୁ ଆପଣଙ୍କୁ ୩ଦିନ (୭୨ଘଣ୍ଟା) ନିମନ୍ତେ କୌଣସି ପ୍ରସଙ୍ଗ ପୃଷ୍ଠାରେ ବଦଳ କରିବାରୁ ଅଟକାଯାଉଛି ।
- ଓଡ଼ିଆ ଉଇକିପିଡ଼ିଆ ବାବଦରେ ଆପଣଙ୍କର କିଛି ପ୍ରଶ୍ନ ଥିଲେ ଆପଣଙ୍କ ଏହି ଆଲୋଚନା ପୃଷ୍ଠାରେ, ମୋ ଆଲୋଚନା ପୃଷ୍ଠାରେ, ଇମେଲ ମାଧ୍ୟମରେ, ଚାଟସଭାରେ କିମ୍ବା ଫେସବୁକ କୋଠରେ ପଚାରନ୍ତୁ ।
- ଯଦି ଆପଣ ମୋ ବିରୁଦ୍ଧରେ ଅଭିଯୋଗ କରିବାକୁ କିମ୍ବା ଏହି ଅଟକର ପୁନର୍ବିଚାର ଚାହୁଁଛନ୍ତି, ତେବେ ଅନ୍ୟ ପରିଚାଳକଙ୍କୁ ଅନୁରୋଧ କରିପାରିବେ । ଧନ୍ୟବାଦ ସହ --MKar (ମୋ ଆଲୋଚନା) ୧୦:୨୦, ୧୪ ଅଗଷ୍ଟ ୨୦୨୧ (IST)
- @Nishānt Omm: ଦୁଃଖର ବିଷୟ ଆପଣଙ୍କୁ ଅନେକ ଥର ଚେତାବନୀ ଦେବା ପରେ ଓ ଜଣେ ପରିଚାଳକ ୭୨ଘଣ୍ଟା ପାଇଁ ବଦଳାଇବା ପରେ ମଧ୍ୟ ଆପଣ ପୁଣିଥରେ ସମାନ ବିରୁଦ୍ଧାଚରଣ କରିଛନ୍ତି । ଆପଣଙ୍କୁ ସପ୍ତାହେ ପାଇଁ ଅଟକାଗଲା । ଏହା ପରେ ଯଦି ସମାନ ଧରଣର ଅସଦାଚରଣ ଜାରୀ ରହେ ତାହେଲେ ଏକ ବର୍ଷ ଧରି ଅଟକାଯିବ । --ସୁଭ (ଆଳାପ) ୧୯:୪୭, ୧୭ ଅଗଷ୍ଟ ୨୦୨୧ (IST)
- ଯଦି ଆପଣ ମୋ ବିରୁଦ୍ଧରେ ଅଭିଯୋଗ କରିବାକୁ କିମ୍ବା ଏହି ଅଟକର ପୁନର୍ବିଚାର ଚାହୁଁଛନ୍ତି, ତେବେ ଅନ୍ୟ ପରିଚାଳକଙ୍କୁ ଅନୁରୋଧ କରିପାରିବେ । ଧନ୍ୟବାଦ ସହ --MKar (ମୋ ଆଲୋଚନା) ୧୦:୨୦, ୧୪ ଅଗଷ୍ଟ ୨୦୨୧ (IST)