Jump to content

ବ୍ୟବହାରକାରୀଙ୍କ ଆଲୋଚନା:ଓଡ଼ିଆ ଟୋକା

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ

ଆଦରର ଓଡ଼ିଆ ଟୋକା, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।


ଆଉ କିଛି ଦରକାରୀ ଲିଙ୍କ

ଧନ୍ୟବାଦ! ଗପୁ (ମୋ ଆଲୋଚନା) ୨୦:୦୪, ୨୨ ଡିସେମ୍ବର ୨୦୨୪ (IST)Reply

ବିନା ଆଧାରରେ ସମ୍ପାଦନା ସକାଶେ ତାଗିଦା

[ସମ୍ପାଦନା]

@ଓଡ଼ିଆ ଟୋକା: ଦୟାକରି ଆଧାର ଥିବା ସମ୍ପାଦନା କାଢ଼ି ବିନା ଆଧାରରେ ତଥ୍ୟ ପୂରାନ୍ତୁ ନାହିଁ । ଆପଣଙ୍କ ନିକଟର ସମ୍ପାଦନାସବୁ ଏହି ସକାଶେ ପଛକୁ ଫେରାଯାଉଛି । ପ୍ରତି ନୂଆ ତଥ୍ୟ ଆଧାର ସହ ଦେବାକୁ ପଡ଼େ । କିନ୍ତୁ ପ୍ରସଙ୍ଗରୁ ତଥ୍ୟ କାଢ଼ିବା ବେଳେ ଆଧାର ଥିଲେ ଆପଣଙ୍କୁ ପ୍ରଥମେ ଉକ୍ତ ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ ଆଲୋଚନା କରିବାକୁ ପଡ଼ିବ । ତା' ପରେ ଯାଇ ଅନ୍ୟମାନଙ୍କ ସହମତିରେ ବଡ଼ ବଦଳସବୁ ହେବ । ଏ ଚେତାବନୀଟି ଆପଣଙ୍କୁ ପ୍ରଥମଥର ବିନା ଆଲୋଚନାରେ ତଥ୍ୟ କଢ଼ା ସକାଶେ ଦିଆଗଲା । ଆଗକୁ ଉଇକିପିଡ଼ିଆର ନିୟମାବଳୀ ନମାନି ଏଭଳି ସମ୍ପାଦନା କଲେ ଆପଣଙ୍କ ଖାତା ହୁଏତ ସାମୟିକ/ପୂରା ଅଟକାଯାଇପାରେ । Psubhashish (ମୋ ଆଲୋଚନା) ୦୧:୨୭, ୧୯ ଜାନୁଆରୀ ୨୦୨୫ (IST)Reply

ମୁଁ ଆପଣଙ୍କୁ ସେଠୀ ପୁରୁଣା ପୁସ୍ତକର ଆଧାର ଦେଇକି ଲେଖୁଛି ଆଉ ଆପଣ ସେସବୁ କୁ ପ୍ରାଧାନ୍ୟ ନଦେଇକି ଭୁଲ୍ ତଥ୍ୟ ବିସେଶକରି ଅନ୍ୟର ବ୍ୟକ୍ତିଗତମତ ଆଧାରରେ ଲିଖିତପୁସ୍ତକ କୁ ପ୍ରାଧାନ୍ୟ ଦେଇଛନ୍ତି ଓଡ଼ିଆ ଟୋକା (ମୋ ଆଲୋଚନା) ୧୨:୦୧, ୧୯ ଜାନୁଆରୀ ୨୦୨୫ (IST)Reply
@ଓଡ଼ିଆ ଟୋକା ପ୍ରକୃତ କଥା ହେଲା ଆପଣ ବିନା ଆଲୋଚନାରେ ଅନ୍ୟମାନଙ୍କ ଆଧାରଦିଆ ଲେଖା କାଢ଼ି ଲେଖିବା; ମୁଁ ନିଜେ ବ୍ୟକ୍ତିଗତ ଭାବେ ସବୁ ଜାଣିନି ଆଉ ଆପଣଙ୍କୁ ଅନୁରୋଧ କରିବି ବହିର ପୃଷ୍ଠା ସଂଖ୍ୟା ଓ ସମ୍ଭବ ହେଲେ ବହିର ନିର୍ଦ୍ଦିଷ୍ଟ ବାକ୍ୟ ଏଠି ଜଣାଇବା ପାଇଁ; ଯଦି ଆପଣଙ୍କ ଦିଆ ତଥ୍ୟ ବହି ସହ ମେଳଖାଏ ତାହେଲେ ନିହାତି ସେ‌ ବଦଳସବୁ ହେବ Psubhashish (ମୋ ଆଲୋଚନା) ୧୦:୫୧, ୨୨ ଜାନୁଆରୀ ୨୦୨୫ (IST)Reply
ଆରେ ସେ ଯୋଉ ମୁଁ ତଥ୍ଯଟି ଦେଲି ସେଠୀ ଖଣ୍ଡାୟତ ଙ୍କ ଅଧୀନରେ ଥିବା ରାଜ୍ୟ ସବୁ ଲେଖା ହୋଇଛି ସେମାନେ ଶାସନ କରୁଥିଲେ ବୋଲି । ତାକୁ ଆପଣ ହଟେଇ ଦେଉଛନ୍ତି କଣ ପାଇଁ ? ଆଉ ୟାଡୁ ସିଆଡୁ ଲେଖକ ଯେଉଁମାନେ ଖଣ୍ଡାୟତ ଙ୍କ। ବିରୋଧରେ ନିଜ ବ୍ୟକ୍ତିଗତ ମତ ରଖିଛନ୍ତି ଆପଣ ସେମାନଙ୍କ କଥା କୁ କଣ ପାଇଁ ଗୁରୁତ୍ୱ ଦେଉଛନ୍ତି ? ଆପଣ Authenetic sources କଣ ପାଇଁ ଦେଖୁ ନାହାନ୍ତି ? ଓଡ଼ିଆ ଟୋକା (ମୋ ଆଲୋଚନା) ୧୧:୫୭, ୨୨ ଜାନୁଆରୀ ୨୦୨୫ (IST)Reply
ଆପଣଙ୍କ‌ ଅନ୍ୟ ଉଇକିଆଳିଙ୍କ‌ ପ୍ରତି ଦୁର୍ବ୍ୟବହାର ସେମାନଙ୍କ ଲେଖାରେ ଆଧାର ଥାଇ ବି ତାକୁ କାଢ଼ିବା ଆଉ ଅତ୍ୟଧିକ ଥର ଏଭଳି କାମ ପାଇଁ ଆପଣଙ୍କ‌ ଖାତା ମାସେ ପାଇଁ ଅଟକାଗଲା; ମାସେ ପରେ ଆପଣ ସମ୍ପାଦନା କରିପାରିବେ ଆଉ ଅନୁରୋଧ ସେ ଯାଏ ଉଇକିପିଡ଼ିଆ:ନିୟମାବଳୀ ଭଲ ଭାବେ ଜାଣିବା ପାଇଁ; ଏଠି ଅନେକ ଉଇକିଆଳି ବାକିମାନଙ୍କୁ ବ୍ୟକ୍ତିଗତ ଭାବେ ଜାଣିନଥିବାରୁ ଆପଣଙ୍କ ଅବଧାରଣା ଅମୂଳକ ଓ ଭିତ୍ତିହୀନ; ଆପଣଙ୍କ ସମ୍ପାଦନାରେ ଅନ୍ୟମାନଙ୍କ ପ୍ରତି ଜାତିଗତ ଅସୂୟା ଓ ସେମାନଙ୍କ ସମ୍ପାଦନା କାଢ଼ିବା ସୁସ୍ପଷ୍ଟ ଯାହା ସମ୍ପୂର୍ଣ୍ଣ ଭାବେ ଉଇକିପିଡ଼ିଆର ନିୟମ ବିରୁଦ୍ଧ; ଯଦି ଆପଣ ମାସେ ପରେ ମଧ୍ୟ ଏଭଳି କାମ‌ ଜାରୀରଖିବେ ଆପଣଙ୍କ ଖାତା ଚିରକାଳ ଅଟକାଯାଇପାରେ; ପ୍ରସଙ୍ଗର ବିଷୟବସ୍ତୁ ଦେଖିବା ପରେ ମୁଁ ପାଖାପାଖି ୬-୭ଟି ବହିରୁ ଐତିହାସିକ ପୃଷ୍ଠଭୂମି ଜାଣିବାକୁ ଚେଷ୍ଟାକଲି ଓ ପଢ଼ିଲି ଯେ ଖଣ୍ଡାୟତ ଏକ ଜାତି ନୁହେଁ ବରଂ ଜାତିଗୋଷ୍ଠୀ; ଯୁଦ୍ଧ ସମୟରେ ଉଭୟ ଭୂମିହୀନ ଓ ଭୂମାଲିକ ଚଷାମାନେ ଯୁଦ୍ଧରେ ଭାଗନେଉଥିଲେ ଆଉ ଭୂୟାଁ ଏବଂ ଖଣ୍ଡାୟତ ଉପାଧି ପାଉଥିଲେ ଯାହା ପରେ ଜାତିରେ ପରିଣତ ହେଲା; ଅନେକ ଆଦିବାସୀ ଓ ଦଳିତ ଗୋଷ୍ଠୀ ମଧ୍ୟ ଖଣ୍ଡାୟତ ଗୋଷ୍ଠୀରେ ଅଛନ୍ତି ଆଉ ପୂରା ଗୋଷ୍ଠୀକୁ କ୍ଷତ୍ରିୟ ବୋଲି କହି ଅନେକ ତଥ୍ୟକୁ ଚପାଇବା ପୂରା ଇତିହାସର‌ ସଂକୋଚନ ଓ ଉଇକିପିଡ଼ିଆ ନିୟମର ବିରୁଦ୍ଧାଚରଣ; ଏ କାରଣରୁ କେବଳ ଆପଣ ଆଧାର ଦେଲେ ହେଁ ଆପଣଙ୍କ ସମ୍ପାଦନା ପଛକୁ ଫେରାଯାଇଛି; ତା ଛଡ଼ା ଆପଣ ଅନ୍ୟଙ୍କ ଉପରେ ସ୍ୱଅସୂୟାକୁ ମଧ୍ୟ ଉଇକିପିଡ଼ିଆର ଲେଖାରେ ଭର୍ତ୍ତିକରିଛନ୍ତି ଯାହା ଆଦୌ ଗ୍ରହଣୀୟ‌ ନୁହେଁ; ଆଶା ଆପଣ ମାସେ ପରେ ଏସବୁ ବିନା ସମ୍ପାଦନାକୁ ଫେରିବେ; Psubhashish (ମୋ ଆଲୋଚନା) ୦୪:୧୦, ୨୩ ଜାନୁଆରୀ ୨୦୨୫ (IST)Reply
ମୁଁ ତ ଗୋଟେ Authentic source ଦେଇଥିଲି ଆଉ ସେଇ ହିସାବ ରେ ଲେଖିଥିଲି । କିନ୍ତୁ ଆପଣ ଯେଉଁ ବହି ଗୁଡ଼ିକ ପଢ଼ିଥିଲେ ସେଗୁଡିକ ଖଣ୍ଡାୟତ ବିରୋଧୀ ମାନଙ୍କ ବ୍ୟକ୍ତିଗତ ମତ କୁ ନେଇ ହୋଇଥିବା ବହି । ଆପଣ ମାଦଳା ପାଞ୍ଜି ର ଛାମୁ ଚିତଉ ପଢ଼ିଛନ୍ତି ? ନା ଚକଡା଼ ପୋଥି ନା କୌଣସି ଶିଳାଲେଖ  ? ନା Epigraphia of Indica ନା କୌଣସି Settlement reports ନା ଶ୍ରୀଜଗନ୍ନାଥ ସ୍ଥଳବ୍ରିତ୍ତନମ୍ ନା କୌଣସି ରାଜକୀୟ ସନନ୍ଦ ପଢ଼ିଛନ୍ତି ? ଏସବୁ ଅନେକ ତଥ୍ୟ ରହିଛି କ୍ଷତ୍ରିୟ ବା ଖଣ୍ଡାୟତ ଜାତି ବିଷୟରେ । ଆପଣ କିଛି ଖଣ୍ଡାୟତ ବିରୋଧୀ ଙ୍କ ବ୍ୟକ୍ତିଗତ ଲେଖା କୁ ପଢ଼ି କି ଆସି ଏଠି ଖଣ୍ଡାୟତ ଙ୍କ ବିଷୟରେ ନିଜ ବ୍ୟକ୍ତିଗତ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଖଣ୍ଡାୟତ ମାନେ ହଳୁଆ କିମ୍ୱା ଝାଡୁଆ ଜାତିର ନୁହଁନ୍ତି ଓଡ଼ିଆ ଟୋକା (ମୋ ଆଲୋଚନା) ୦୮:୪୭, ୨୩ ଜାନୁଆରୀ ୨୦୨୫ (IST)Reply
Wikipedia English ରେ ତ ଜମିହିନ ବୋଲି ଲେଖା ହେଇନି ଆପଣ ଜମିହିନ ବୋଲି କେମିତି ଲେଖି ଦେଇଛନ୍ତି ସେଠୀ ? ଓଡ଼ିଆ ଟୋକା (ମୋ ଆଲୋଚନା) ୦୯:୦୦, ୨୩ ଜାନୁଆରୀ ୨୦୨୫ (IST)Reply