ବ୍ରୋଙ୍କୋପଲମୋନାରୀ ଆସ୍ପର୍ଗିଲୋସିସ ଆଲର୍ଜି

ଉଇକିପିଡ଼ିଆ‌ରୁ
Allergic bronchopulmonary aspergillosis
Chest Xray of allergic bronchopulmonary aspergillosis showing left-sided perihilar opacity (blue arrow) along with non-homogeneous infiltrates (transient pulmonary infiltrates indicated by red arrows) in all zones of both lung fields
ବିଭାଗInfectious disease
ଲକ୍ଷଣWheezing, cough including coughing up blood, fever, tiredness, weight loss[୧]
କାରଣAspergillus exposure[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, medical imaging, and blood tests[୨][୩]
ସଠିକ ରୋଗ ନିର୍ଣ୍ଣୟPneumonia, Churg-Strauss syndrome[୨]
ଚିକିତ୍ସାAntifungal medication, corticosteroids[୧]
ପୁନଃପୌନିକ2% of people with asthma[୨]

ବ୍ରୋଙ୍କୋପଲମୋନାରୀ ଆସ୍ପର୍ଗିଲୋସିସ ଆଲର୍ଜି ( ABPA) ରୋଗରେ କବକ ଆସପରଗିଲସ ପ୍ରଶ୍ୱାସରେ ନେଲେ ଏକ ଆଲର୍ଜି ପ୍ରତିକ୍ରିୟା ହୁଏ । [୧] [୪] ଲକ୍ଷଣ ମଧ୍ୟରେ ଶ୍ୱାସକ୍ରିୟାରେ ହୁଇସିଲ ଶବ୍ଦ, କାଶ, ହେମୋପ୍ଟସିସ, ଜ୍ୱର, ଥକାପଣ ଏବଂ ଓଜନ ହ୍ରାସ ହୋଇପାରେ। [୧] ରୋଗ ଜଟିଳ ହେଲେ ବ୍ରୋଙ୍କିଏକ୍ଟାସିସ୍ ହୋଇପାରେ । [୨]

ଅଧିକାଂଶ ଲୋକ ଅସୁସ୍ଥ ନ ହୋଇ ଆସପର୍ଗିଲସ୍ ସ୍ପୋରରେ ନିଶ୍ୱାସ ନେଲେ ମଧ୍ୟ ଅସୁସ୍ଥ ହୁଅନ୍ତି ନାହିଁ । [୫] ଆଜ୍‌ମା, ସିଷ୍ଟିକ୍ ଫାଇବ୍ରୋସିସ୍ ଏବଂ ଇମ୍ୟୁନୋକୋପ୍ରୋମାଇଜଡ୍ ଥିଲେ ଏହି ରୋଗ ହେବାର ଆଶଙ୍କା ଥାଏ । [୩] ଏକ ଅସ୍ୱାଭାବିକ ପ୍ରତିରକ୍ଷା ପ୍ରତିକ୍ରିୟା ହେତୁ ଅନ୍ତର୍ନିହିତ ପ୍ରଣାଳୀରେ ପ୍ରଦାହ ଜଡିତ ହୁଏ ଯାହାଦ୍ୱାରା ମ୍ୟୁକସ ଉତ୍ପାଦନ ବୃଦ୍ଧି ପାଇଥାଏ । [୨] ଛାତି ଏକ୍ସ-ରେ, ସିଟି ସ୍କାନ୍, ଅଧିକ ଇଓସିନୋଫିଲ୍, ୧୦୦୦ ଆଇୟୁ/ମିଲିରୁ ଅଧିକ ଆଇଜି (IgE) ସ୍ତର କିମ୍ବା ଏ ଫୁମିଗାଟସ୍ ପାଇଁ ଏକ ସକରାତ୍ମକ ପରୀକ୍ଷାରେ ଚର୍ମ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ ।[୨] ଏହା ଏକ ପ୍ରକାର ଆସ୍ପର୍ଗିଲୋସିସ୍[୫]

ଚିକିତ୍ସାରେ ସାଧାରଣତଃ କବକରୋଧୀ ଔଷଧ ଇଟ୍ରାକୋନାଜୋଲ ଏବଂ ପ୍ରିଡନିସୋନ ଭଲି କର୍ଟିକୋଷ୍ଟେରଏଡ ଦିଆଯାଏ । ଆମ୍ଫୋଟେରାଇସିନ୍ ବି ଏବଂ ଓମାଲିଜୁମାବ ମଧ୍ୟ ଦିଆଯାଇପାରେ । [୨] ପ୍ରାୟ ଅର୍ଦ୍ଧେକ ଲୋକଙ୍କଠାରେ ଏହି ରୋଗ ପୁନରାବୃତ୍ତି ହୁଏ ଏବଂ ବାରମ୍ବାର ଚିକିତ୍ସା ଆବଶ୍ୟକ ହୁଏ । [୧] ଏହି ରୋଗ ପ୍ରାୟ ୧ରୁ ୪ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥାଏ । [୪] ଆଜ୍‌ମା ରୋଗୀଙ୍କ ମଧ୍ୟରୁ ପ୍ରାୟ ୨% ଏବଂ ସିଷ୍ଟିକ୍ ଫାଇବ୍ରୋସିସ୍ ରୋଗୀଙ୍କ ମଧ୍ୟରୁ ୧୫% ଲୋକଙ୍କଠାରେ ଏହା ଦେଖାଯାଏ। [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Allergic bronchopulmonary aspergillosis | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 19 November 2021. Retrieved 23 January 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Orphanet: Allergic bronchopulmonary aspergillosis". www.orpha.net (in ଇଂରାଜୀ). Archived from the original on 23 January 2022. Retrieved 23 January 2022.
  3. ୩.୦ ୩.୧ Sisodia, Jitendra; Bajaj, Tushar (2022). "Allergic Bronchopulmonary Aspergillosis". StatPearls. StatPearls Publishing. Retrieved 22 January 2022.
  4. ୪.୦ ୪.୧ "Aspergillosis". NORD (National Organization for Rare Disorders). Archived from the original on 21 March 2021. Retrieved 23 January 2022.
  5. ୫.୦ ୫.୧ "About Aspergillosis | Aspergillosis | Types of Fungal Diseases | Fungal Diseases | CDC". www.cdc.gov (in ଆମେରିକୀୟ ଇଂରାଜୀ). 2 February 2021. Archived from the original on 27 June 2021. Retrieved 23 January 2022.