ବ୍ରୋଙ୍କିଏକ୍ଟାସିସ୍

ଉଇକିପିଡ଼ିଆ‌ରୁ
ବ୍ରୋଙ୍କିଏକ୍ଟାସିସ୍
Figure A shows a cross-section of the lungs with normal airways and widened airways. Figure B shows a cross-section of a normal airway. Figure C shows a cross-section of an airway with bronchiectasis.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିpulmonology[*]
ଆଇସିଡ଼ି-୧୦J47., Q33.4
ଆଇସିଡ଼ି-୯-ସିଏମ୍494, 748.61
ରୋଗ ଡାଟାବେସ1684
ମେଡ଼ିସିନ-ପ୍ଲସ000144
ଇ-ମେଡ଼ିସିନarticle/296961
Patient UKବ୍ରୋଙ୍କିଏକ୍ଟାସିସ୍
MeSHD001987

ବ୍ରୋଙ୍କିଏକ୍ଟାସିସ୍ (ଇଂରାଜୀରେ Bronchiectasis) ଏକ ରୋଗ ଯେଉଁଥିରେ ଫୁସ୍‌ଫୁସ୍ ଭିତରେ ଥିବା ବ୍ରୋଙ୍କସ୍ ବା ବାୟୁ ନଳୀର କେତେକାଂଶ ଚିରନ୍ତନ ବୃଦ୍ଧି ପ୍ରାପ୍ତ ହୁଏ । [୧] ଏହାର ଲକ୍ଷଣ: କ୍ରନିକ କାଶ ସ‌ହ ଖଙ୍କାର ବା କଫ ବାହାରେ ।[୨] ଅନ୍ୟ ଲକ୍ଷଣ ମଧ୍ୟରେ ଛୋଟ ଶ୍ୱାସକ୍ରିୟା, କାଶରେ କେବଳ ରକ୍ତ ବା କଫ ମିଶ୍ରିତ ରକ୍ତ ବାହାରେ ଓ ଛାତିରେ ଯନ୍ତ୍ରଣା ହୁଏ ।[୧] ଶ୍ୱାସକ୍ରିୟା ସମୟରେ ହୁଇଜ (Wheeze) ହୁଏ ଓ ‌ନ‌ଖ କ୍ଲବିଙ୍ଗ (Clubbing) ହୁଏ । ନିଶ୍ୱାସ ପ୍ରଶ୍ୱାସ ସମୟରେ ସୁସୁରି ମାରିବାଭଳି ଶବ୍ଦ ବାହାରିବାକୁ ହୁଇଜ ଜୁହାଯାଏ । ଏହି ରୋଗ ଥିଲେ ବାରମ୍ବାର ଫୁସ୍‌ଫୁସ୍ ସଂକ୍ରମଣ ହୁଏ । [୧]

ନିମୋନିଆ, ଯକ୍ଷ୍ମା, ଇମ୍ମ୍ୟୁନ ସିସ୍ଟମ ଅସୁବିଧା ଓ ସିସ୍ଟିକ୍ ଫାଇବ୍ରୋସିସ ଭଳି କେତେକ ସଂକ୍ରାମକ ରୋଗ ଓ ସ୍ୱୟଂ ସଂଗ୍ରହକୃତ ରୋଗ ହେଲେ ଫୁସ୍‌ଫୁସ୍‌ରେ ପରିବର୍ତ୍ତନ ହୋଇ ଏହି ବ୍ରୋଙ୍କିଏକ୍ଟାସିସ ହୁଏ ।[୨][୩] ପ୍ରାୟ ସମସ୍ତ ସିସ୍ଟିକ ଫାଇବ୍ରୋସିସ ରୋଗ ପରେ ବ୍ରୋଙ୍କିଏକ୍ଟାସିସ ହୁଏ ।[୪] ସିସ୍ଟିକ ଫାଇବ୍ରୋସିସ ନ ଥାଇ ୧୦-୫୦ % ରୋଗର କାରଣ ଜଣାଯାଇ ନାହିଁ । ଅତ୍ୟଧିକ ପ୍ରଦାହ ଫଳରେ ବାୟୁ ନଳୀ କ୍ଷୟ ହେବା ଯୋଗୁ ଏ ରୋଗ ହୁଏ । ରୋଗ‌ଗ୍ରସ୍ତ ବାୟୁନଳୀ ବୃଦ୍ଧିପ୍ରାପ୍ତ ହେବା ଯୋଗୁ ଏହାର ସ୍ରାବ ନିଷ୍କାସିତ ହୋଇ ପାରେ ନାହିଁ । ବ୍ରୋଙ୍କସ୍‌ରେ ସ୍ରାବ ଅଟକ ଥିବା ଯୋଗୁ ଜୀବାଣୁ ସଂକ୍ରମଣ ହୁଏ, ଶ୍ୱାସନଳୀ ଅବରୋଗ ହୋଇ ଅଧିକ ନଷ୍ଟ ହୁଏ । [୨] ଏହି ରୋଗକୁ ଏକ ଅବରୋଧକାରୀ ଫୁସ୍‌ଫୁସ୍ ରୋଗ ଭାବେ ବର୍ଗୀକରଣ କରାଯାଇଛି ଓ ଏହି ବର୍ଗରେ ଆଜ୍‌ମାକ୍ରନିକ ଅବସ୍ଟ୍ରକ୍ଟିଭ ପଲ୍‌ମୋନାରି ଡିଜିଜ ଭଳି ରୋଗ ଶ୍ରେଣୀବଦ୍ଧ ଅଛନ୍ତି ।[୫] ଲକ୍ଷଣ ଦେଖି ରୋଗ ସନ୍ଦେହ କରାଯାଏ ଓ କମ୍ପ୍ୟୁଟର ଟୋମୋଗ୍ରାଫି ସାହାଯ୍ୟରେ ସୁନିଶ୍ଚିତ କରାଯାଏ । [୬] ସାଂଘାତିକ ଅବସ୍ଥା ହେଲେ ସ୍ପୁଟମ୍ ବା ଖଙ୍କାର କଲ୍‌ଚର୍ କରି ଚିକିତ୍ସା ପ୍ରଣାଳୀ ନିର୍ଣ୍ଣୟ କରାଯାଏ, [୧] ଅନ୍ତ‌ତଃ ବର୍ଷରେ ଥରେ ।[୬]

ବ୍ରୋଙ୍କିଏକ୍ଟାସିସ୍ ସ‌ହ ସମସାମୟିକ ସଂକ୍ରମଣ ହେଲେ ଆଣ୍ଟିବାୟୋଟିକ ଦେବାକୁ ଉପଦେଶ ଦିଆଯାଏ । ସାଧାରଣତଃ ଆମୋକ୍ସିସିଲିନ ଦିଆଯାଏ, ଏହାର ଆଲର୍ଜି ଥିଲେ ଏରିଥ୍ରୋମାଇସିନ କିମ୍ବା ଡକ୍ସିସାଇକ୍ଲିନ ଦିଆଯାଏ । [୧] ରୋଗ ସାଂଘାତିକ ହେବାକୁ ନ ଦେବା ନିମନ୍ତେ ମଧ୍ୟ ଆଣ୍ଟିବାୟୋଟିକ ଦିଆଯାଏ । [୨] ବାୟୁନଳୀ ପରିସ୍କାର ରଖିବା ନିମନ୍ତେ ଏକ ଫିଜିଓଥେରାପି କରାଯାଏ । [୭] ବ୍ରୋଙ୍କୋଡାଇଲେଟର କେତେକ କ୍ଷେତ୍ରରେ ଦିଆଯାଏ କିନ୍ତୁ ଏହା ସପକ୍ଷରେ ଭଲ ପ୍ରମାଣ ନାହିଁ । [୨] ପ୍ରଶ୍ୱାସରେ ସ୍ଟିରଏଡ ଗ୍ରହଣ କଲେ ଉପକାର ମିଳେ ।[୮] ଅପରେଶନ ସାଧାରଣତଃ କରାଯାଉଥିଲେ ମଧ୍ୟ ଏହାକୁ ଅନୁଶୀଳନ କରାଯାଇ ନାହିଁ ।[୯] ଅତି ସାଂଘାତିକ ରୋଗରେ ଫୁସ୍‌ଫୁସ୍ ଟ୍ରାନ୍ସପ୍ଲାଣ୍ଟ ବିକଳ୍ପ ଉପଲବ୍‌ଧ ଅଛି । [୧୦] ଏହି ରୋଗ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କଲେ [୨] ମଧ୍ୟ ଅନେକ ଲୋକ ଭଲରେ ଚଳନ୍ତି । [୧]

ଇଂଲଣ୍ଡରେ ପ୍ରତି ହଜାର ବୟଃପ୍ରାପ୍ତ ଲୋକଙ୍କ ମଧ୍ୟରୁ ଜଣେ ଏହି ରୋଗ ଭୋଗ କରନ୍ତି । [୧] ଏହି ରୋଗ ମହିଳାମାନଙ୍କୁ ବେଶୀ ହୁଏ ଓ ବୟସା ପଢ଼ିବା ସ‌ହ ଅଧିକ ହୁଏ । ପ୍ରଥମେ ରେନେ ଲେନେକ ଏହାର ବର୍ଣ୍ଣନା ସନ ୧୮୧୯ରେ କରିଥିଲେ । ଆମେରିକାରେ ଏହି ରୋଗଦ୍ୱାରା ବାର୍ଷିକ ୬୩୦ ନିୟୁତ ଡଲାର କ୍ଷତି ହୁଏ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ National Institute for Health and Care Excellence (August 2010). "Bronchiectasis".
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ McShane, PJ; Naureckas, ET; Tino, G; Strek, ME (Sep 15, 2013). "Non-cystic fibrosis bronchiectasis". American Journal of Respiratory and Critical Care Medicine. 188 (6): 647–56. doi:10.1164/rccm.201303-0411CI. PMID 23898922.
  3. Davidson's principles and practice of medicine (21st ed. ed.). Edinburgh: Churchill Livingstone/Elsevier. 2010. p. 676. ISBN 978-0-7020-3085-7. {{cite book}}: |edition= has extra text (help); |first= has generic name (help); |first= missing |last= (help)CS1 maint: multiple names: authors list (link)
  4. Brant, [edited by] William E.; Helms, Clyde A. (2006). Fundamentals of diagnostic radiology (3rd ed. ed.). Philadelphia: Lippincott, Williams & Wilkins. p. 518. ISBN 9780781761352. {{cite book}}: |edition= has extra text (help); |first1= has generic name (help)
  5. Shaffer, Michael Filbin, Lisa M. Lee, Brian L. (2003). Blueprints pathophysiology II : pulmonary, gastrointestinal, and rheumatology : notes &cases (1st ed. ed.). Malden, Mass.: Blackwell Pub. p. 12. ISBN 9781405103510. {{cite book}}: |edition= has extra text (help)CS1 maint: multiple names: authors list (link)
  6. ୬.୦ ୬.୧ "Quality Standards for Clinically Significant Bronchiectasis in Adults" (PDF). British Thoracic Society. July 2012. Archived from the original (PDF) on 22 September 2013. Retrieved 7 June 2014.
  7. Lee, AL; Burge, A; Holland, AE (May 31, 2013). "Airway clearance techniques for bronchiectasis". The Cochrane database of systematic reviews. 5: CD008351. doi:10.1002/14651858.CD008351.pub2. PMID 23728674.
  8. Kapur, N; Bell, S; Kolbe, J; Chang, AB (Jan 21, 2009). "Inhaled steroids for bronchiectasis". The Cochrane database of systematic reviews (1): CD000996. doi:10.1002/14651858.CD000996.pub2. PMID 19160186.
  9. Corless, JA; Warburton, CJ (2000). "Surgery vs non-surgical treatment for bronchiectasis". The Cochrane database of systematic reviews (4): CD002180. doi:10.1002/14651858.CD002180. PMID 11034745.
  10. Corris, PA (Jun 2013). "Lung transplantation for cystic fibrosis and bronchiectasis". Seminars in respiratory and critical care medicine. 34 (3): 297–304. doi:10.1055/s-0033-1348469. PMID 23821505.