ବ୍ରୁସେଲୋସିସ

ଉଇକିପିଡ଼ିଆ ରୁ
Jump to navigation Jump to search
Brucellosis
Remitting fever, undulant fever, Mediterranean fever, Maltese fever, Malta fever, Gibraltar fever, Crimean fever, goat fever, Bang disease, rock fever[୧][୨]
Brucella spp.JPG
ବିଭାଗInfectious disease
ଲକ୍ଷଣFever, headache, muscle pains, joint pains[୩]
ଆକ୍ରାନ୍ତ ସମୟ2 to 4 weeks after exposure[୪]
କାରଣBrucella[୧]
ବିପଦ କାରକUnpasteurized dairy products, undercooked meat[୫]
ରୋଗ ନିର୍ଣ୍ଣୟ ପଦ୍ଧତିBlood cultures, agglutination testing[୧]
ସଠିକ ରୋଗ ନିର୍ଣ୍ଣୟInfectious mononucleosis, malaria, leptospirosis, meningitis[୧]
ଚିକିତ୍ସାAntibiotics[୪]
PrognosisRecover can take 6 months[୧]
ପୁନଃପୌନିକ>500,000 a year[୬]
ମୃତ୍ୟୁ ସାନ୍ଦ୍ରତା2% risk of death[୧]

ବ୍ରୁସେଲୋସିସ ରୋଗ ବ୍ରୁସେଲା ଶ୍ରେଣୀର ଏକ ପ୍ରକାର ଜୀବାଣୁ ସଂକ୍ରମଣ ଯୋଗୁ ହୁଏ । [୧] ଏହାର ଲକ୍ଷଣ ମଧ୍ୟରେ ଜ୍ୱର, ମୁଣ୍ଡ ବିନ୍ଧା, ମାଂସପେଶୀ ଯନ୍ତ୍ରଣା ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ। [୩] ଲକ୍ଷଣ ସାଧାରଣତଃ ସଂସ୍ପର୍ଶରେ ଆସିବାର ୨ରୁ ୪ ସପ୍ତାହ ପରେ ଆରମ୍ଭ ହୁଏ ଏବଂ ଏହା ହଠାତ୍ ବା ଧୀରେ ଧୀରେ ଆରମ୍ଭ ହୋଇପାରେ ।[୪] ବିନା ଚିକିତ୍ସାରେ ଏହି ସଂକ୍ରମଣ ବର୍ଷ ବର୍ଷ ଧରି ରହିପାରେ। [୧] ରୋଗ ଜଟିଳ ହେଲେ ମଧ୍ୟରେ ଅଣ୍ଡ ପ୍ରଦାହ, ଏଣ୍ଡୋକାର୍ଡ଼ାଇଟିସ, ସ୍ୱତଃ ଗର୍ଭପାତ, ସେପ୍ଟିକ୍ ଆର୍ଥ୍ରାଇଟିସ୍ କିମ୍ବା ପ୍ଲୀହା ବୃଦ୍ଧି ହୋଇପାରେ । [୪] [୧]

ମଣିଷକୁ ସାଧାରଣଃ ସଂକ୍ରମିତ କରୁଥିବା ଚାରି ପ୍ରକାର ନିର୍ଦ୍ଦିଷ୍ଟ ଶ୍ରେଣୀର ବ୍ରୁସେଲାମାନଙ୍କ ନାମ ଯଥାକ୍ରମେ ବ୍ରୁସେଲା ଆବୋର୍ଟସ, ବ୍ରୁସେଲା କାନିସ, ବ୍ରୁସେଲା ମେଲିଟେନସିସ ଓ ବ୍ରୁସେଲା ସୁଇସ । [୧] ଏପରି ୧୦ ରୁ ୧୦୦ ପ୍ରକାର ଜୀବାଣୁ ଯୋଗୁ ଏହି ରୋଗରେ ମଣିଷ ଆକ୍ରାନ୍ତ ହୋଇପାରନ୍ତି। [୧] ସଂକ୍ରମିତ ପ୍ରାଣୀମାନଙ୍କଠାରୁ ଅଣ-ପାସ୍‌ଚୁରାଇଜଡ ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଦ୍ୱାରା ଏହି ରୋଗ ସାଧାରଣତଃ ବ୍ୟାପିଥାଏ। [୫] ଅଣସିଦ୍ଧ ରନ୍ଧା ମାଂସ ଖାଇବା କିମ୍ବା ସଂକ୍ରମିତ ପ୍ରାଣୀମାନଙ୍କ ସହିତ କାମ କରିବା ଯୋଗୁ ମଧ୍ୟ ହୋଇପାରେ। [୫] ଲୋକମାନଙ୍କ ମଧ୍ୟରେ କ୍ୱଚିତ୍ ଏହା ବିସ୍ତାର ହୋଇପାରେ | [୫] ରକ୍ତ କଲଚର ବା ଆଗ୍ଲୁଟିନେସନ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୧]

ଆଠ ବର୍ଷରୁ ଅଧିକ ବୟସ୍କ ଲୋକର ଚିକିତ୍ସାରେ ଡକ୍‌ସିସାଇକ୍ଲିନ୍ ଏବଂ ରିଫାମ୍ପିନ ଔଷଧର ମିଶ୍ରଣ ୬ ସପ୍ତାହ ପାଇଁ ଦିଆଯାଏ । [୪] ଅଳ୍ପ ବୟସ୍କ ଯୁବକମାନଙ୍କୁ ଟ୍ରାଇମେଥୋପ୍ରିମ/ସଲଫାମେଥୋକ୍‌ସାଜୋଲ ସହିତ ଚିକିତ୍ସା କରାଯାଇପାରେ | [୪] ଜଟିଳ ରୋଗ ପାଇଁ ଭିନ୍ନ ଭିନ୍ନ ଆଣ୍ଟିବାୟୋଟିକ୍ ବ୍ୟବହୃତ ହୋଇପାରେ। [୪] ବ୍ୟାୟାମ କଲେ ସ୍ୱାସ୍ଥ୍ୟର ପୁନରୁଦ୍ଧାର ତ୍ୱରାନ୍ୱିତ ହୋଇପାରେ | [୧] ପ୍ରାୟ ୨% ରୋଗୀଙ୍କର ମୃତ୍ୟୁ ହୋଇଥାଏ। [୧]

୨୦୦୯ ମସିହା ସୁଦ୍ଧା ବର୍ଷକୁ ୫୦୦,୦୦୦ରୁ ଅଧିକ ଏହି ରୋଗ ହୋଇଥିବା ରିପୋର୍ଟ କରାଯାଇଛି। [୬] ୨୦୧୦ ମସିହାରେ, ଯୁକ୍ତରାଷ୍ଟ୍ରରେ ୧୧୫ ଟି ରୋଗ ଚିହ୍ନଟ ହୋଇଥିଲା। [୧] ସାଧାରଣତଃ ପ୍ରଭାବିତ ଅଞ୍ଚଳଗୁଡିକ ହେଉଛି ଭୂମଧ୍ୟସାଗରୀୟ ଅଞ୍ଚଳ, ମଧ୍ୟ ଏବଂ ଦକ୍ଷିଣ ଆମେରିକା, ଏସିଆ, ଆଫ୍ରିକା ଏବଂ ମଧ୍ୟ ପୂର୍ବାଞ୍ଚଳ | [୭] ପ୍ରଥମେ ୧୭୫୧ ମସିହାରେ ଜର୍ଜ କ୍ଲେଗ‌ହର୍ଣ୍ଣ ଏହି ରୋଗର ବର୍ଣ୍ଣନା କରିଥିଲେ | [୧] ସାର ଡେଭିଡ ବ୍ରୁସଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ଯିଏ ୧୮୮୬ ମସିହାରେ ଏହି ରୋଗର ଜୀବାଣୁ ଚିହ୍ନଟ କରିଥିଲେ । [୧]  

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Hayoun, MA; Muco, E; Shorman, M (January 2020). "Brucellosis". PMID 28722861. Cite journal requires |journal= (help)
  2. Griffiths, Jeffrey; Maguire, James H.; Heggenhougen, Kristian; Quah, Stella R. (2010). Public Health and Infectious Diseases (in ଇଂରାଜୀ). Elsevier. p. 112. ISBN 978-0-12-381507-1.
  3. ୩.୦ ୩.୧ "Signs and Symptoms | Brucellosis | CDC". www.cdc.gov (in ଇଂରାଜୀ). 9 October 2018. Retrieved 17 December 2020.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ Brucellosis Reference Guide: Exposures, Testing, and Prevention (PDF). CDC. February 2017.
  5. ୫.୦ ୫.୧ ୫.୨ ୫.୩ "Transmission | Brucellosis | CDC". www.cdc.gov (in ଇଂରାଜୀ). 11 March 2019. Retrieved 17 December 2020.
  6. ୬.୦ ୬.୧ Inc, Gideon Informatics; Berger, Dr Stephen (2020). Brucellosis: Global Status (in ଇଂରାଜୀ). GIDEON Informatics Inc. p. 14. ISBN 978-1-4988-2801-7.
  7. "Areas at Risk | Risk of Exposure| Brucellosis | CDC". www.cdc.gov (in ଇଂରାଜୀ). 17 October 2018. Retrieved 17 December 2020.