Jump to content

ବେଞ୍ଜଏଲ ପେରକ୍ସାଇଡ

ଉଇକିପିଡ଼ିଆ‌ରୁ
ବେଞ୍ଜଏଲ ପେରକ୍ସାଇଡ
Skeletal formula (top) Ball-and-stick model (bottom)
Clinical data
Trade namesBenzac, Clearasil, PanOxyl, others
Synonymsbenzoperoxide, dibenzoyl peroxide (DBPO)
AHFS/Drugs.com
Pregnancy
category
  • US: C (Risk not ruled out)
    ATC code
    Identifiers
    • dibenzoyl peroxide
    CAS Number
    PubChem CID
    ChemSpider
    UNII
    KEGG
    ChEMBL
    ECHA InfoCard100.002.116 Edit this at Wikidata
    Chemical and physical data
    FormulaC14H10O4
    Molar mass୨୪୨.୨୩ g·mol−1
    3D model (JSmol)
    Density1.334 g/cm3
    Melting point103 to 105 °C (217 to 221 °F) decomposes
    Solubility in waterpoor mg/mL (20 °C)
    • c1ccc(cc1)C(=O)OOC(=O)c2ccccc2
    • InChI=1S/C14H10O4/c15-13(11-7-3-1-4-8-11)17-18-14(16)12-9-5-2-6-10-12/h1-10H
       checkY
    • Key:OMPJBNCRMGITSC-UHFFFAOYSA-N

    ବେଞ୍ଜଏଲ ପେରକ୍ସାଇଡ (ଇଂରାଜୀ ଭାଷାରେ Benzoyl peroxide ବା BPO) ଏକ ଔଷଧ ଓ କାରଖାନାରେ ବ୍ୟବ‌ହାର କରାଯାଉଥିବା ରାସାୟନିକ ପଦାର୍ଥ (industrial chemical) । [] ସାମାନ୍ୟରୁ ମଧ୍ୟମ ଧରଣର ବ୍ରଣ (acne) ଚିକିତ୍ସାରେ ଏହା ବ୍ୟବ‌ହାର କରାଯାଏ । ସାଂଘାତିକ ହୋଇଥିଲେ ଅନ୍ୟାନ୍ୟ ଔଷଧ ସ‌ହିତ ଦିଆଯାଏ ।[] ଏହା କେତେକ ସ୍ଥଳରେ କ୍ଲିଣ୍ଡାମାଇସିନ (clindamycin) ଭଳି ଆଣ୍ଟିବାୟୋଟିକ (antibiotic) ସାଥିରେ ମିଶ୍ରିତ ହୋଇ ଥାଏ ।[] ଅନ୍ୟାନ୍ୟ ବ୍ୟବ‌ହାର ମଧ୍ୟରେ ଅଟା ପରିଷ୍କାର (bleaching flour), କେଶ ଉଜ୍ଜ୍ୱଳ (hair bleaching), ସଫେଦ ଦାନ୍ତ (teeth whitening) ଓ ଲୁଗା ଧଳା (textile bleaching) କରିବାକୁ ବ୍ୟବ‌ହାର କରାଯାଏ ।[][][] ପ୍ଲାସ୍ଟିକ କାରଖାନାରେ (plastic industry) ମଧ୍ୟ ବ୍ୟବ‌ହୃତ ହୁଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ଶୁଷ୍କ ହୋଇ ଚୋପା ଛାଡ଼େ ଓ ଗଲୁ ହୁଏ ।[][] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[] ଏହା ପେରକ୍ସାଇଡ (peroxide) ପରିବାରର ଏହ ରାସାୟନିକ ଦ୍ରବ୍ୟ ।[] ବ୍ରଣ ରୋଗରେ ଏହା ଜୀବାଣୁ (bacteria) ମାରିଦିଏ । []

    ବେଞ୍ଜଏଲ ପେରକ୍ସାଇଡ ସନ ୧୯୦୫ରେ ପ୍ରଥମେ ପ୍ରସ୍ତୁତ କାର‌ଯାଇଥିଲା ଓ ଚିକିତ୍ସା କ୍ଷେତ୍ରରେ ସନ ୧୯୩୦ରୁ ବ୍ୟବ‌ହାର କରାଗଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[] ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୦%ର ଏକ ୧୫୦ମି:ଲି: ବୋତଲର ଦାମ ୪ ପାଉଣ୍ଡ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଚିକିତ୍ସାରେ ୨୫ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[]

    1. 1 2 Stellman, Jeanne Mager (1998). Encyclopaedia of Occupational Health and Safety: Guides, indexes, directory (in ଇଂରାଜୀ). International Labour Organization. p. 104. ISBN 9789221098171.
    2. 1 2 WHO Model Formulary 2008 (PDF). World Health Organization. 2009. pp. 307–308. ISBN 9789241547659. Retrieved 8 January 2017.
    3. 1 2 British national formulary : BNF 69 (69 ed.). British Medical Association. 2015. p. 820. ISBN 9780857111562.
    4. 1 2 3 Plewig, G.; Kligman, A. M. (2012). ACNE and ROSACEA (in ଇଂରାଜୀ) (3 ed.). Springer Science & Business Media. p. 613. ISBN 9783642597152.
    5. 1 2 Pommerville, Glendale Community College Jeffrey C.; Pommerville, Jeffrey (2012). Alcamo's Fundamentals of Microbiology: Body Systems (in ଇଂରାଜୀ). Jones & Bartlett Publishers. p. 214. ISBN 9781449605957.
    6. Braun-Falco, Otto; Plewig, Gerd; Wolff, Helmut Heinrich; Burgdorf, Walter (2012). Dermatology (in ଇଂରାଜୀ) (2 ed.). Springer Science & Business Media. p. 1039. ISBN 9783642979316.
    7. 1 2 3 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 173. ISBN 9781284057560.
    8. "Benzoyl Peroxide topical Use During Pregnancy | Drugs.com". www.drugs.com. Retrieved 13 January 2017.
    9. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.