ବେଚାରାଜୀ
ବେଚାରାଜୀ | |
---|---|
ଟାଉନ | |
Coordinates: 23°29′53″N 72°02′35″E / 23.498°N 72.043°E | |
Country | India |
State | Gujarat |
District | Mehsana |
Population (2011) | |
• Total | ୧୨,୫୭୪ |
Languages | |
• Official | Gujarati, Hindi |
Time zone | UTC+5:30 (IST) |
PIN | 384213 |
ଯାନବାହାନ ପଞ୍ଚୀକରଣ | GJ-02 |
Sex ratio | ♂/♀ - ୬,୫୦୪/୬,୦୩୪ |
ବେଚାରାଜୀ ବା ବହୁଚାରାଜୀ ଏକ ହିନ୍ଦୁ ମନ୍ଦିର ଯାହା ସେହି ମନ୍ଦିର ଟାଉନ ଓ ତାଲୁକା ରାଜଧାନୀ ଓ ଭାରତର ଗୁଜରାଟ ପ୍ରଦେଶ ଅନ୍ତର୍ଗତ ମେହସାନା ଜିଲ୍ଲାରେ ଅବସ୍ଥିତ । ହିନ୍ଦୁ ଦେବୀ ‘ବହୁଚାରା ମାତା’ଙ୍କର ମନ୍ଦିର ଯୋଗୁ ଏହି ଟାଉନ ଅଧୁନା ଏକ ମୂଖ୍ୟ ତୀର୍ଥଯାତ୍ରୀ ଆକର୍ଷଣ କେନ୍ଦ୍ର ହୋଇଛି ।
ଇତିହାସ
[ସମ୍ପାଦନା]ବହୁଚାର ମାତା ବା ବହୁଚାରାଜୀ ହିନ୍ଦୁ ମନ୍ଦିର ନାମାନୁସାରେ ସେହି ଟାଉନର ନାମକରଣ ହୋଇଛି । ଟାଉନ ଚାରିପାଖ ସ୍ଥଳର ନାମ ଚୂନୱାଲ । ମନ୍ଦିର ଦକ୍ଷିଣ ଦିଗରେ ଏକ କିମି ଦୂରରେ ବେଚାର ଗ୍ରାମ ଓ ୨ କିମି ଦୂରରେ ଶଙ୍ଖଳପୁର ଗ୍ରାମ ଅବସ୍ଥିତ । ଏହି ଦୁଇ ମନ୍ଦିର ମଧ୍ୟରେ ଆଧୁନିକ ଟାଉନ ବିକଶିତ ହୋଇଛି ।[୧] ଏହି ଟାଉନର ଶାସକ ‘ସାୟାଜୀ ଗାଇକୱାଡ’ ମନ୍ଦିର ନିମନ୍ତେ ଗାଇକୱାର ପ୍ରଦେଶ ରେଲୱେକୁ ଏହି ସ୍ଥାନ ପର୍ଯ୍ୟନ୍ତ ବିସ୍ତାର କରିଥିଲେ । [୨]
ଲୋକସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା ଅନୁସାରେ ବେଚରାଜିର ଲୋକସଂଖ୍ୟା ୧୨,୭୫୪ ଥିଲା ଯେଉଁଥିରେ ପୁରୁଷ ସଂଖ୍ୟା ୬,୫୦୪ ଓ ମହିଳା ସଂଖ୍ୟା ୬,୦୩୪ ଥିଲା ।[୩]
ରାଜନୀତି
[ସମ୍ପାଦନା]ଏହି ଟାଉନଟି ବେଚରଜି ବିଧାନ ସଭା କନଷ୍ଟିଚ୍ୟୁ ସନର (Bechraji Assembly constituency) ଏକ ଅଂଶ ଅଟେ ।
ବହୁଚର ମାତା ମନ୍ଦିର
[ସମ୍ପାଦନା]ମନ୍ଦିରର ନିକଟବର୍ତ୍ତୀ ଗ୍ରାମମାନକୁ ବରୋଦା ଷ୍ଟେଟ ଅଧକାର କରିନେଲେ ଓ ସେମାନଙ୍କୁ ବାର୍ଷିକ ଭତ୍ତା ୧୫,୦୦୦ ଟଙ୍କା ଦିଆଗଲା । ପ୍ରଦେଶ ସରକାର ମନ୍ଦିର ପରିଚାଳନା କରନ୍ତି ।[୧]
କମଳିଆ, କଲରିର ସୋଲାଙ୍କି ରାଜପୁତ ଓ ହିଜରାମାନେ ଦେବୀଙ୍କର ପୁରୁଷାନୁକ୍ରମେ ଏହି ମନ୍ଦିର ପୂଜା କରୁଥିବା ଦାବି କରୁଛନ୍ତି ।[୨] ହିନ୍ଦୁ କ୍ୟାଲେଣ୍ଡରର ଚୈତ୍ର ମାସ ପୂର୍ଣ୍ଣମୀ ଦିନ ଏକ ବଡ ମେଳା ହୁଏ । [୧]
ସୁବିଧା ଓ ଅର୍ଥବ୍ୟବସ୍ଥା
[ସମ୍ପାଦନା]ଭକ୍ତମାନଙ୍କ ପାଇଁ ସେଠାରେ ଅନେକ ସଂଖ୍ୟକ ଗେଷ୍ଟ ହାଉସ, ଧମଶାଳା ଓ ଅନ୍ୟାନ୍ୟ ସୁବିଧାମାନ ଉପଲବ୍ଧ ହୁଏ । ଟାଉନରେ ଗୋଟିଏ ପୋଷ୍ଟ ଅଫିସ ଓ ଡାକ୍ତରଖାନା ଅଛି ।[୧] ମଣ୍ଡଳ ବେଚାରଜୀ ବିଶେଷ ଇନଭେଷ୍ଟ ରିଜିଅନରେ ଅନେକ ବଡ ଅଟୋମୋବାଇଲ କମ୍ପାନୀ ବାର୍ଷିକ ୧୦ ଲକ୍ଷ ଗାଡ଼ି ପ୍ରସ୍ତୁତ କରନ୍ତି । [୪]
ପରିବହନ
[ସମ୍ପାଦନା]ରେଲ ଓ ବସ ସାହାଯ୍ୟରେ ବହୁଚରାଜ୍ୟ ଉତ୍ତମ ରୂପେ ସଂଯୁକ୍ତ ହୋଇଛି । ଅନେକ ପ୍ରାଇଭେଟ ଗାଡି ମଧ୍ୟ ଚାଲୁଚି । ଅହମଦାବାଦ-ରନ୍ତେଯ-ପତନ ସହିତ ମେଟ୍ରୋ ଟ୍ରେନ ସଂଯୁକ୍ତ ହୋଇଛି ।
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ S. B. Rajyagor, ed. (1975). Gujarat State Gazetteers: Mehsana District. Gujarat State Gazetteers. Vol. 5. Directorate of Government Print., Stationery and Publications, Government of Gujarat. pp. 783–785. OCLC 312721940.
- ↑ ୨.୦ ୨.୧ Yagnik, Bharat (5 November 2011). "Driving through the queer legends of Bahucharaji". The Times of India. Retrieved 2 July 2015.
- ↑ "Census of India: 2011". 2019. Retrieved 2019-09-22.
- ↑ "Gujarat's Mandal Becharaji SIR is expected to emerge as India's largest automobile hub: official". The Economic Times. 2018-10-01. Retrieved 2019-09-22.