ବେଙ୍ଗ ବାଇଦ

ଉଇକିପିଡ଼ିଆ‌ରୁ
ବେଙ୍ଗ ବାଇଦ
ପର୍କ୍ୟୁସନ
ଅନ୍ୟ ନାମବେଙ୍ଗ ବାଜା ଓ ବେଙ୍ଗ ପାଟିଆ
ଶ୍ରେଣୀବିଭାଗ ପର୍କ୍ୟୁସନ
Developedପୁରାତନ

ବେଙ୍ଗ ବାଇଦ (ଓଡ଼ିଆରେ ବେଙ୍ଗ ବାଜା ଓ ବେଙ୍ଗ ପାଟିଆ ନାମରେ, ବଙ୍ଗଳାରେ "ଚୁରଚୁରି", ଓ କନ୍ନଡ଼ରେ "ବୁଡ଼ୁ ବୁଡ଼ିକେ" ନାମରେ ମଧ୍ୟ ଜଣା) ଓଡ଼ିଶାଭାରତର ବିଭିନ୍ନ ଅଞ୍ଚଳରେ ପିଲାଙ୍କ ଖେଳିବା ପାଇଁ ବ୍ୟବହୃତ ଏକ ଛୋଟ ବାଜା । ଏହାକୁ ବିଞ୍ଚଣା ଭଳି ଘୁରାଇଲେ ଏହା ବାଜିଥାଏ । ଏଥିରେ ଏକ ରବର ଫିତାଦ୍ୱାରା ଦୁଇଟି ଫଟୋ ଫିଲ୍ମକୁ ଛନ୍ଦାଯାଇଥାଏ । ଆଉ ଏକ ରବରରେ କାଠିଟିଏ ଏହି ଫିଲ୍ମରେ ଲଗାଯାଇଥାଏ । ଏକ ବେଣ୍ଟରେ ଏସବୁକୁ ଖଞ୍ଜାଯାଇ କାଠିଟିକୁ ଏକ ଛୋଟ ସିଲିଣ୍ଡର ଭଳି ଆକୃତିର ବାଜାର ମଝିଆଡ଼କୁ ରଖାଯାଇଥାଏ । ଏହାକୁ ହାତରେ ଘୁରାଇଲେ କାଠିଟି ଫିଲ୍ମରେ ବାଜି ଛୋଟ ବାଜା ଉପରେ ପିଟି ହୋଇଥାଏ ଓ ବାଜାଟି ବାଜିଥାଏ ।

ନାମକରଣ[ସମ୍ପାଦନା]

ଏହି ବାଜାଟି ବାଜିଲେ ବେଙ୍ଗ ରଡ଼ି ପରି ଶୁଭୁଥିବାରୁ ଏହାକୁ ବେଙ୍ଗବାଜା ବୋଲି କହାଯାଏ । ଅଞ୍ଚଳଭେଦରେ ଏହା ବେଙ୍ଗ ବାଜା, ବେଙ୍ଗ ବାଇଦ, ବେଙ୍ଗ ପାଟିଆ ଆଦି ନାମରେ ଜଣା ।

ଜଣାଶୁଣା ଚଳଣିରେ[ସମ୍ପାଦନା]

ଗଠନ[ସମ୍ପାଦନା]

ବେଙ୍ଗ ବାଇଦର ଗଠନ

ଏକ ବାଉଁଶ କାଠିରେ ଦୁଇଟି ଫଟି ଫିଲ୍ମକୁ ଛକି କରି ପୂରାଯାଇ ଚାରୋଟି କବାଟ ଭଳି ଆକୃତି ତିଆରି କରାଯାଇଥାଏ । ଅଲଗା ରଙ୍ଗର ଆଲୁଅ ପାଇଁ ତିଆରି ରଙ୍ଗ ଜରିକୁ ଏକ ଛୋଟ ବାଉଁଶ ମୁଦି ଉପରେ ଟାଣ କରି ମଡ଼ାଯାଇ ବାଜା ତିଆରି କରାଯାଇଥାଏ । ବାଜାଟିକୁ ଦୁଇଟି ତାରରେ କାଠିରେ ବନ୍ଧାଯାଇଥାଏ । ସେହି ଦୁଇଟି ତାରରେ ଏକ ରବର ଫିତା ବାନ୍ଧି ସେଥିରେ ଏକ ଛୋଟ କାଠି ଲଗାଯାଇଥାଏ । ବଡ଼ କାଠିକୁ ହାତରେ ଧରି ବିଞ୍ଚଣା ଭଳି ବୁଲାଇଲେ ଛୋଟ କାଠିଟି ବାଜା ଉପରେ ବାଜିଥାଏ ।

ଉଦାହରଣ[ସମ୍ପାଦନା]

ଏକ ବେଙ୍ଗ ବାଇଦ ବଜା ବଜାନ୍ତୁ 

ଆଧାର[ସମ୍ପାଦନା]

  1. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
  2. Jagannatha Mahanti; Jagannātha Mahānti; Oḍiśā Sāhitya Ekāḍemī (1993). Children's literature of Orissa. Orissa Sahitya Akademi.