ବୃତ୍ତିଗତ ଶ୍ରବଣ କ୍ଷୟ
ବିଭାଗ | Occupational and Environmental Medicine |
---|---|
ଲକ୍ଷଣ | Hearing loss, ringing in the ears[୨] |
କାରଣ | Industrial noise, exposure to chemicals, injury[୩][୨] |
ବିପଦ କାରକ | Working in mining, manufacturing, construction[୪] |
ରୋଗ ନିର୍ଣ୍ଣୟ ପଦ୍ଧତି | Audiometry[୫] |
ପ୍ରତିକାର | Laws requiring lower noise levels; personal protective equipment (earplugs); replacing toxic chemicals with safer ones[୬] |
ପୁନଃପୌନିକ | Common[୭] |
ବୃତ୍ତିଗତ ଶ୍ରବଣ କ୍ଷୟ (OHL) ହେଉଛି ଶ୍ରବଣହାନୀ ଯାହା ଜୀବିକା ବା ପେଶା ଜନିତ ବିପଦ ହେତୁ ଘଟିଥାଏ ।[୨] ଏହା ସ୍ନାୟୁ, ସଂଚାଳନ ବା ଉଭୟ ପ୍ରକାରର ହୋଇପାରେ ।[୨] ଏହାର ଗମ୍ଭୀରତା ସାମାନ୍ୟରୁ ବଧିରତା ପର୍ଯ୍ୟନ୍ତ ହୋଇପାରେ । [୨] ଏହା କାନନାଦ ସହିତ ଜଡ଼ିତ ହୋଇପାରେ ।[୨]
ଅତି କମରେ ୮୦ରୁ ୮୫ ଡେସିବଲ ସ୍ତରରେ ଦୀର୍ଘକାଳୀନ ଶବ୍ଦ ସଂସ୍ପର୍ଶ ହେଉଛି ସବୁଠାରୁ ସାଧାରଣ କାରଣ ।[୩] [୨] [୭] [୮] ଅନ୍ୟାନ୍ୟ କାରଣରେ କେତେକ ରାସାୟନିକ ପଦାର୍ଥ ସଂସ୍ପର୍ଶ ଏବଂ ଆଘାତ ଅନ୍ତର୍ଭୁକ୍ତ ହୋଇପାରେ ।[୩] [୨] [୯] ଜଡିତ ରାସାୟନିକ ପଦାର୍ଥ ମଧ୍ୟରେ ଷ୍ଟାଇରିନ, ଟୋଲୁଇନ, ସୀସା, ପାରଦ, କାର୍ବନ ମନୋକ୍ସାଇଡ୍ ଏବଂ ହାଇଡ୍ରୋଜେନ୍ ସିଆନାଇଡ୍ ଅନ୍ତର୍ଭୁକ୍ତ ହୋଇପାରେ ।[୩] ଆଘାତ ମଧ୍ୟରେ ଏକ ବିସ୍ଫୋରଣ, ତୀକ୍ଷ୍ଣ ବସ୍ତୁ, କିମ୍ବା ଧାତୁ ସ୍ପାର୍କ ଅନ୍ତର୍ଭୂକ୍ତ ହୋଇପାରେ ।[୨] ଅଡିଓୋମେଟ୍ରି ଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ।[୫]
ନିମ୍ନ ଶବ୍ଦ ସ୍ତର ଆବଶ୍ୟକ କରୁଥିବା ନିୟମ ସହିତ ପଦକ୍ଷେପ; ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ, ଯେପରିକି କାନ ଚୁଣ୍ଟା ବା ଇୟରପ୍ଲଗ ଏବଂ ବିଷାକ୍ତ ରାସାୟନିକ ପଦାର୍ଥ ବଦଳେଇ ନିରାପଦ ପଦାର୍ଥ ବ୍ୟବହାର କରିବା ପ୍ରଭାବଶାଳୀ ଅଟେ ।[୬] [୧୦] ଯୁକ୍ତରାଷ୍ଟ୍ରରେ, ବୃତ୍ତିଗତ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରଶାସନ (OSHA), ବୃତ୍ତିଗତ ସୁରକ୍ଷାର ଜାତୀୟ ସଂସ୍ଥା ଏବଂ ସ୍ୱାସ୍ଥ୍ୟ (NIOSH), ଖଣି ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରଶାସନ (MSHA) ଭଳି ସଂଗଠନଗୁଡ଼ିକ କର୍ତ୍ତୁତ୍ତ୍ୱ ମର୍ଯ୍ୟାଦା ମାଧ୍ୟମରେ ଶ୍ରବଣ ବିପଦକୁ ହ୍ରାସ କରିବାକୁ କାର୍ଯ୍ୟ କରନ୍ତି।[୪]
ଯୁକ୍ତରାଷ୍ଟ୍ରରେ କାର୍ଯ୍ୟ ସମ୍ବନ୍ଧୀୟ ରୋଗ ମଧ୍ୟରୁ ବୃତ୍ତିଗତ ଶ୍ରବଣ ଶକ୍ତି ହାନୀ ସାଧାରଣ ଅବସ୍ଥା ଅଟେ ।[୭] ପୃଥିବୀ ସ୍ତରରେ ବୟସ୍କମାନଙ୍କର ଅତିକମରେ ୧୬% ଶ୍ରବଣ କ୍ଷୟ ବୃତ୍ତିଗତ ସଂସ୍ପର୍ଶ ବା ଏକ୍ସପୋଜର କାରଣରୁ ହୋଇଥାଏ ।[୪] ଯୁକ୍ତରାଷ୍ଟ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରେ ଏହା ଅଧାରୁ ଅଧିକ ମାମଲା ପ୍ରତିନିଧିତ୍ୱ କରେ ।[୪] ଖଣି, ଉତ୍ପାଦନ ଏବଂ ନିର୍ମାଣ ଯୋଗୁ ଉଚ୍ଚ ସ୍ତରର ଶ୍ରବଣ କ୍ଷୟ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ୨୦୧୬ ସୁଦ୍ଧା ଖଣି ସହ ଜଡିତ ଲୋକଙ୍କ ମଧ୍ୟରୁ ୧୭%, ନିର୍ମାଣରେ ଜଡିତ ୧୬% ଏବଂ ଉତ୍ପାଦନରେ ଜଡିତ ୧୪% ଲୋକଙ୍କର ଶ୍ରବଣ ସମସ୍ୟା ରହିଛି ।[୧୧] କମ୍ ହାରରେ ଥିବା ଶିଳ୍ପଗୁଡିକରେ ପୋଲିସ, ଅଗ୍ନିଶମ କର୍ମଚାରୀ ଏବଂ ପାରାମେଡିକ୍ସ ୭% ରହିଛି । [୧୧]
ଆଧାର
[ସମ୍ପାଦନା]- ↑ Masterson EA, Deddens JA, Themann CL, Bertke S, Calvert GM (April 2015). "Trends in worker hearing loss by industry sector, 1981-2010". American Journal of Industrial Medicine. 58 (4): 392–401. doi:10.1002/ajim.22429. PMC 4557728. PMID 25690583.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Kim KS (December 2010). "Occupational hearing loss in Korea". Journal of Korean Medical Science (in ଇଂରାଜୀ). 25 (Suppl): S62–9. doi:10.3346/jkms.2010.25.s.s62. PMC 3023345. PMID 21258593.
- ↑ ୩.୦ ୩.୧ ୩.୨ ୩.୩ "CDC - NIOSH Topic: Occupational Hearing Loss (OHL) Surveillance". www.cdc.gov. Archived from the original on 2020-10-16. Retrieved 2016-03-28.
- ↑ ୪.୦ ୪.୧ ୪.୨ ୪.୩ ୪.୪ Themann, Christa L.; Masterson, Elizabeth A. (2019). "Occupational noise exposure: A review of its effects, epidemiology, and impact with recommendations for reducing its burden". The Journal of the Acoustical Society of America (in ଇଂରାଜୀ). 146 (5): 3879–3905. Bibcode:2019ASAJ..146.3879T. doi:10.1121/1.5134465. ISSN 0001-4966. PMID 31795665. Archived from the original on 2022-07-28. Retrieved 2023-01-05.
- ↑ ୫.୦ ୫.୧ Mirza, R; Kirchner, DB; Dobie, RA; Crawford, J; ACOEM Task Force on Occupational Hearing, Loss (September 2018). "Occupational Noise-Induced Hearing Loss". Journal of occupational and environmental medicine. 60 (9): e498–e501. doi:10.1097/JOM.0000000000001423. PMID 30095587.
- ↑ ୬.୦ ୬.୧ Tikka, Christina; Verbeek, Jos H; Kateman, Erik; Morata, Thais C; Dreschler, Wouter A; Ferrite, Silvia (2017-07-07). Cochrane Work Group (ed.). "Interventions to prevent occupational noise-induced hearing loss". Cochrane Database of Systematic Reviews (in ଇଂରାଜୀ). 2019 (1). doi:10.1002/14651858.CD006396.pub4. PMC 6353150. PMID 28685503.
- ↑ ୭.୦ ୭.୧ ୭.୨ Themann, Christa; Suter, Alice; Stephenson, Mark (2013). "National Research Agenda for the Prevention of Occupational Hearing Loss—Part 1". Seminars in Hearing (in ଇଂରାଜୀ). 34 (3): 145–207. doi:10.1055/s-0033-1349351.
- ↑ "EUR-Lex - 02003L0010-20190726 - EN - EUR-Lex". eur-lex.europa.eu (in ଇଂରାଜୀ). Retrieved 2023-02-03.
- ↑ Johnson AC, Morata TC (2010). "Occupational exposure to chemicals and hearing impairment. The Nordic Expert Group for Criteria Documentation of Health Risks from Chemicals" (PDF). Arbete och Hälsa. 44 (4): 177. Archived from the original (PDF) on 2020-10-19. Retrieved 2023-01-05.
- ↑ "Preventing hearing loss caused by chemical (ototoxicity) and noise exposure" (PDF) (in ଇଂରାଜୀ). U.S. Department of Health and Human Services, Public Health Service, Centers for Disease Control and Prevention, National Institute for Occupational Safety and Health. 1 March 2018. doi:10.26616/nioshpub2018124. Archived (PDF) from the original on 7 July 2022. Retrieved 1 February 2023.
- ↑ ୧୧.୦ ୧୧.୧ Masterson, Elizabeth A.; Bushnell, P. Timothy; Themann, Christa L.; Morata, Thais C. (2016). "Hearing Impairment Among Noise-Exposed Workers — United States, 2003–2012 | MMWR". MMWR. Morbidity and Mortality Weekly Report. 65 (15): 389–394. doi:10.15585/mmwr.mm6515a2. PMID 27101435.