Jump to content

ବୃକ୍‌କ ଜନ୍ମତୃଟି

ଉଇକିପିଡ଼ିଆ‌ରୁ
Renal agenesis
Video explanation
ବିଭାଗNephrology
ଲକ୍ଷଣOne kidney: None, high blood pressure, kidney failure[]
Both kidneys: Poor lung development, death shortly after birth[]
ଆକ୍ରାନ୍ତ ସମୟPresent at birth[]
ବିପଦ କାରକGenetic mutation, diabetes or certain medication during pregnancy[]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[]
ସଠିକ ରୋଗ ନିର୍ଣ୍ଣୟKidney dysplasia, surgical removal[]
ଚିକିତ୍ସାRegular monitoring, treatment of high blood pressure[]
ପୁନଃପୌନିକ1 in 2,000 (one kidney), 1 in 8,500 (both kidneys)[]

ବୃକ୍‌କ ଜନ୍ମତୃଟି (ଇଂରାଜୀ ଭାଷାରେ Kidney agenesis) ହେଉଛି ଏକ ଜନ୍ମ ଦୋଷ ଯେଉଁଥିରେ ଗୋଟିଏ କିମ୍ବା ଉଭୟ ବୃକ୍‌କର ବିକାଶ ତୃଟିପୂର୍ଣ୍ଣ ହୋଇଥାଏ ।[] ଯଦି କେବଳ ଗୋଟିଏ ବୃକ୍‌କ ଜଡ଼ିତ ଥାଏ ତେବେ ଅନେକ ଲୋକଙ୍କର କୌଣସି ଲକ୍ଷଣ ନଥାଏ, ଯଦିଓ କେତେକ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ଏବଂ ବୃକ୍‌କ ବିଫଳତା ସୃଷ୍ଟି ହୁଏ ।[] ଯଦି ଉଭୟ ବୃକ୍‌କ ଅନୁପସ୍ଥିତ ଥାଏ, ତେବେ ଫୁସଫୁସ ବିକାଶ ତୃଟିପୂର୍ଣ୍ଣ ହୁଏ ଏବଂ ଶିଶୁ ଜନ୍ମ ହେବାର କିଛି ସମୟ ପରେ ମରିଯାଏ ।[]

ଆରଇଟି ପ୍ରୋଟୋ-ଅଙ୍କୋଜିନ ଭଳି ଅନେକ ଜେନେଟିକ ପରିବର୍ତ୍ତନ ଯୋଗୁ ଏହି ଅବସ୍ଥା ସୃଷ୍ଟି ହୁଏ ।[] କେତେକ କ୍ଷେତ୍ରରେ ଅଟୋସୋମାଲ ଡୋମିନାଣ୍ଟ ବା ଅଟୋସୋମାଲ ରିସିସିଭ ଆକାରରେ ଏହି ରୋଗ ପରିବାରରେ ଚାଲୁ ରହେ ।[] ଅନ୍ୟାନ୍ୟ ବିପଦ କାରକଗୁଡ଼ିକ ମଧ୍ୟରେ ମଧୁମେହ ଏବଂ ଗର୍ଭାବସ୍ଥାରେ କିଛି ଔଷଧର ବ୍ୟବହାର ହୋଇପାରେ ।[] ମେଡିକାଲ ଇମେଜିଙ୍ଗ ମାଧ୍ୟମରେ ଜନ୍ମ ପୂର୍ବରୁ କିମ୍ବା ପରେ ଏହି ରୋଗ ନିର୍ଣ୍ଣୟ ହୋଇପାରେ ।[]

ଗୋଟିଏ ବୃକ୍‌କ ଥିବା ଲୋକଙ୍କର ନିୟମିତ କାର୍ଯ୍ୟ ଧାରା ଏବଂ ରକ୍ତଚାପର ନିୟମିତ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି ।[] ଉଚ୍ଚ ରକ୍ତଚାପ ଥିଲେ ଏସିଇ ଇନହିବିଟର ସୁପାରିଶ କରାଯାଇପାରେ ।[] ପ୍ରାୟ ୨୦୦୦ ଲୋକଙ୍କ ମଧ୍ୟରୁ ଜଣକର ଗୋଟିଏ ବୃକ୍‌କ ପ୍ରଭାବିତ ହୁଏ ଏବଂ ୮୫୦୦ ଲୋକଙ୍କ ମଧ୍ୟରୁ ଜଣଙ୍କର ଉଭୟ ବୃକ୍‌କ ପ୍ରଭାବିତ ହୋଇଥାଏ ।[] ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଉଭୟ ବୃକ୍‌କ ଅଧିକ ପ୍ରଭାବିତ ହୋଇଥାଏ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Renal agenesis | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 18 March 2021. Retrieved 24 January 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Solitary or Single-functioning Kidney | NIDDK". National Institute of Diabetes and Digestive and Kidney Diseases. Archived from the original on 9 January 2021. Retrieved 24 January 2021.
  3. "Renal Agenesis, Bilateral". NORD (National Organization for Rare Disorders). Archived from the original on 19 February 2017. Retrieved 24 January 2021.