ବୁଧୁ ଭଗତ

ଉଇକିପିଡ଼ିଆ‌ରୁ
ବୁଧୁ ଭଗତ
ଜନ୍ମ(1792-02-17)୧୭ ଫେବୃଆରୀ ୧୭୯୨
ସିଲାଗାଇ, ଚହ୍ନୋ (ବର୍ତ୍ତମାନର ରାଞ୍ଚି, ଝାଡ଼ଖଣ୍ଡ), ବ୍ରିଟିଶ ଭାରତ
ମୃତ୍ୟୁ୧୩ ଫେବୃଆରୀ ୧୮୩୨(1832-02-13) (ବୟସ ୩୯)
ସିଲାଗାଇ
ପ୍ରସିଦ୍ଧିକୋଲ୍ ବିଦ୍ରୋହ
ଲାର୍କା ବିଦ୍ରୋହ

ବୁଧୁ ଭଗତ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ବ୍ରିଟିଶ ସରକାରଙ୍କ ବିରୋଧରେ ଗରିଲା ଯୁଦ୍ଧର ନେତୃତ୍ୱ ନେଇଥିଲେ । ସେ ଛୋଟନାଗପୁରରେ ୧୮୩୧-୩୨ ମସିହାରେ କୋଲ୍ ବିଦ୍ରୋହ ଏବଂ ଲାର୍କା ବିଦ୍ରୋହର ନେତା ଥିଲେ ।[୧][୨][୩]

ଜୀବନୀ[ସମ୍ପାଦନା]

୧୯୭୨ ମସିହାର ଫେବୃଆରୀ ୧୭ ତାରିଖରେ ସେ ବ୍ରିଟିଶ ଭାରତର ରାଞ୍ଚି ଜିଲ୍ଲାର ଚାହ୍ନୋ ବ୍ଲକର ସିଲାଗାଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଏକ ଓରାଓନ୍ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୪]

ବିଦ୍ରୋହ[ସମ୍ପାଦନା]

ରାଞ୍ଚି, ହଜାରିବାଗ, ପାଲାମୁ ଏବଂ ମନଭୂମ ଆଦିକୁ କୋଲ୍ ବିଦ୍ରୋହ ବ୍ୟାପିଥିଲା ।[୫] ୧୮୩୧ ମସିହାରେ, ସେ ବ୍ରିଟିଶଙ୍କ ବିରୁଦ୍ଧରେ ଏହି ବିଦ୍ରୋହର ନେତୃତ୍ୱ ନେଇଥିଲେ ।[୬]

୧୮୩୨ ମସିହାରେ, ସେ ବ୍ରିଟିଶ ଏବଂ ଜମିଦାରଙ୍କ ଅତ୍ୟାଚାର ଶାସନ ବିରୁଦ୍ଧରେ ଛୋଟନାଗପୁରର ଆଦିବାସୀମାନଙ୍କ ସହିତ ବିଦ୍ରୋହର ନେତୃତ୍ୱ ନେଇଥିଲେ । ଏହି ବିଦ୍ରୋହ ଲାର୍କା ବିଦ୍ରୋହ ଭାବରେ ଜଣାଶୁଣା, ଯେଉଁଥିରେ ଓରାଓନ୍, ମୁଣ୍ଡା, ଭୁମିଜ, ହୋ ଇତ୍ୟାଦି ଆଦିବାସୀମାନେ ଯୋଗ ଦେଇଥିଲେ ।[୭] ତାଙ୍କୁ ଧରିବା ପାଇଁ ବ୍ରିଟିଶମାନେ ପୁରସ୍କାର ଘୋଷଣା କରିଥିଲେ । ବ୍ରିଟିଶ ସୈନ୍ୟମାନେ ୧୩ ଫେବୃଆରୀ ୧୮୩୨ରେ ସିଲାଗାଇ ଗ୍ରାମରେ ପହଞ୍ଚି ତାଙ୍କ ଅନୁଗାମୀମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ତାଙ୍କ ପୁଅ ହଳଧର ଭଗତ ଏବଂ ଗିରିଧର ଭାଗତ ସହିଦ ହୋଇଥିଲେ । ବୁଧୁ ଭଗତଙ୍କୁ ଇଂରେଜ ସୈନ୍ୟମାନେ କାବୁ କରି ହତ୍ୟା କରିଥିଲେ ।[୮]

ଆଧାର[ସମ୍ପାଦନା]

  1. "Governor pays tribute to Veer Budhu Bhagat". dailypioneer. 23 August 2016. Retrieved 28 November 2019.
  2. "Veer Budhu Bhagat: The Leader of Kol and Larka Rebellion: Forgotten Freedom Fighter - Dharmayudh". dharmayudh.com (in ଆମେରିକୀୟ ଇଂରାଜୀ). Retrieved 2022-09-29.
  3. Sinha, Anuj Kumar (2021-01-01). Unsung Heroes Of Jharkhand Movement (in ଇଂରାଜୀ). Prabhat Prakashan. ISBN 978-93-5266-000-1.
  4. "वीर बुधु भगत ने 1832 में शुरू किया था लरका विद्रोह". bhaskar. 18 February 2017. Retrieved 28 November 2019.
  5. Institute, Bihar Tribal Welfare Research (1997). Bulletin of the Bihar Tribal Welfare Research Institute (in ହିନ୍ଦୀ). Bihar Tribal Welfare Research Institute, Government of Bihar, Welfare Department.
  6. "कोल विद्रोह के नायक शहीद वीर बुधु भगत की आज मनेगी जयंती". Hindustan (in hindi). Retrieved 2022-09-29.{{cite web}}: CS1 maint: unrecognized language (link)
  7. "Ranchi : CM ने "लरका विद्रोह" के महानायक वीर बुधू भगत की जयंती पर अर्पित की श्रद्धा सुमन". InsiderLive.in: Get Latest News, India News, Breaking News ... (in ଆମେରିକୀୟ ଇଂରାଜୀ). 2022-02-17. Retrieved 2022-09-29.
  8. "वीरों में वीर थे शहीद बुधु भगत". prabhatkhabar. Retrieved 28 November 2019.