Topic on ଉଇକିପିଡ଼ିଆ:ଆଲୋଚନା ସଭା

Ssgapu22 (ଆଲୋଚନାଅବଦାନ)

ଗତ ଅଗଷ୍ଟ ୨୭ ତାରିଖରେ ସେ ଆୟୋଜିତ ଅନ୍‌ଲାଇନ୍ କଲ୍ ଜରିଆରେ ଏହି ମାସରେ ପରମ ବୀର ଚକ୍ର ସମ୍ମାନିତ ଭାରତୀୟ ସୈନିକଙ୍କ ଉପରେ ଗଣ-ସମ୍ପାଦନାଟିଏ କରିବା ପାଇଁ ସୌମେନ୍ଦ୍ର ଭାଇ ପ୍ରସ୍ତାବ ଦେଇଥିଲେ । ଉପସ୍ଥିତ ସମସ୍ତ ଉଇକିଆଳିଙ୍କ ସହମତିରେ ଏହି ଗଣ-ସମ୍ପାଦନା କରିବାକୁ ଧାର୍ଯ୍ୟ କରାଯାଇଥିଲା ।

ତେବେ ଆସନ୍ତା ୧୫ ତାରିଖରୁ ଏହି ଗଣ-ସମ୍ପାଦନା ଆରମ୍ଭ କରାଯିବ ଏବଂ ୨୦ ତାରିଖ ଯାଏଁ (୬ ଦିନ ଧରି) ଏହି ଗଣ-ସମ୍ପାଦନା ଚାଲିବ । ଶନିବାର ଠାରୁ ଆରମ୍ଭ କରି ବିଶ୍ୱକର୍ମା ପୂଜା, ଗଣେଶ ପୂଜା, ନୂଆଖାଇ ପଡ଼ୁଥିବାରୁ ୫ ଦିନର ଭରପୁର ସଯୁପଯୋଗ ହେଲେ, ଏହି ଗଣ-ସମ୍ପାଦନାଟି ସଫଳ ହୋଇପାରିବ ।

Soumendrak (ଆଲୋଚନାଅବଦାନ)

 ସମର୍ଥନ

ସଂଗ୍ରାମ ଭାଇ, ଗଣସମ୍ପାଦନାଟିର ମୁଖ୍ୟ ପୃଷ୍ଠା ଭଲ ରଙ୍ଗ ଥିମରେ ସଜେଇଛ । ଧନ୍ୟବାଦ 🙏🏼

Psubhashish (ଆଲୋଚନାଅବଦାନ)

ସବୁଠୁ ମଜା କଥା ହେଲା ଏଠି ସମର୍ଥନରେ ନାଁ ଯୋଡ଼ିନଥିଲେ ବି ଅନେକେ ଭାଗନେଇ ପ୍ରସଙ୍ଗ ଗଢ଼ିଛନ୍ତି । ଆମ ଉଇକିରୁ ବାହାରି ବାକି ଚାରି ଭାଷାକୁ ବଢ଼ିବା ଆଉ ଓଡ଼ିଆରେ ବି ଅନେକ ପ୍ରସଙ୍ଗ ଲେଖାଯିବା ହେତୁ ଏ ଗଣସମ୍ପାଦନା ସଫଳ ହେଲା ବୋଲି କୁହାଯାଇପାରିବ । :)

Ssgapu22 (ଆଲୋଚନାଅବଦାନ)

ଆମକୁ ଲଗେଇକି ସମୁଦାୟ ୭ଟିରେ ବୋଧେ ହେଇଛି । ତେଲୁଗୁରେ ବୋଧେ କରାଯାଇନାହିଁ, କିନ୍ତୁ ସେମାନେ କରିବେ ବୋଲି ନାଁ ଯୋଡ଼ିଥିଲେ ।

"ପରମ ବୀର ଚକ୍ର ଗଣ-ସମ୍ପାଦନା ସମ୍ପର୍କରେ"ଙ୍କୁ ଉତ୍ତର