Jump to content

ଉଇକିପିଡ଼ିଆ:ଆଲୋଚନା ସଭା/Flow ଉପରେ ବିଷୟ

ଓଡ଼ିଆ ଉଇକିପିଡ଼ିଆର ଜନ୍ମ ତିଥି ଆଉ ଭେଟ କରିବା ବାବଦରେ

11
Jnanaranjan sahu (ଆଲୋଚନାଅବଦାନ)

ଆର ମାସରେ ଓଡ଼ିଆ ଉଇକିପିଡ଼ିଆର ଜନ୍ମ ତିଥି ଅଛି।

ପ୍ରାୟ ଦୁଇ ବର୍ଷ ହେଲା ଆମ ଉଇକିରେ କିଛି ଇଭେଣ୍ଟ ହେଇନି । ପରସ୍ପର ଦେଖା ବି ହେଇନି । ଯେହେତୁ କରୋନାର ପ୍ରଭାବ ବି କମିଲାଣି, ଆମେ ଗୋଟେ ମେଳଣ କଲେ ଭଲ ହୁଅନ୍ତା ।


ଆପଣଙ୍କ ମତାମତ ଦିଅନ୍ତୁ । କଣ କଲେ ଭଲ ହେବ ଜଣେଇଲେ ଭଲ ହେବ ।

Hellohappy (ଆଲୋଚନାଅବଦାନ)

ନିହାତି ଭୁବନେଶ୍ୱରରେ ରଜ ଆଖପାଖରେ ଗୋଟେ ଭେଟଘାଟ କରାଯାଉ । ପୁରୁଣା ପିଲା ସମସ୍ତଙ୍କୁ ଡକାଯାଉ ।

Ssgapu22 (ଆଲୋଚନାଅବଦାନ)

କଲେ ଭଲ ହୁଅନ୍ତା । ଯଦି ହେଇପାରିବ ଆଉ କ'ଣ କ'ଣ ସହଯୋଗ କରିପାରିବି ଟିକେ ଜଣେଇବେ ।

Prateek Pattanaik (ଆଲୋଚନାଅବଦାନ)

ନିଶ୍ଚୟ କରାଯିବା କଥା । ଅପେକ୍ଷା ।

Jnanaranjan sahu (ଆଲୋଚନାଅବଦାନ)

ଭଲ କଥା । ଭୁବନେଶ୍ୱରରେ ଗୋଟେ ଛୋଟ ଭେଟ କରପାରିବା । ଆଉ କିଏ କଣ ମତ ଦେଉଛନ୍ତି ଅପେକ୍ଷା ।

Ssgapu22 (ଆଲୋଚନାଅବଦାନ)
Ssgapu22 (ଆଲୋଚନାଅବଦାନ)

ଗତକାଲି ଆମର ଭେଟଘାଟ ପାଇଁ ଆବେଦନ କରାଯାଇଥିବା ଗ୍ରାଣ୍ଟକୁ ଅନୁମୋଦନ ମିଳିଯାଇଛି । ଆସନ୍ତା ଶନିବାର ସଭିଏଁ ଗୁଗୁଲ୍ ମିଟ୍‌ରେ କିମ୍ବା କେଉଁଥିରେ ଗୋଟେ ଆଲୋଚନା କରିବା । ସମସ୍ତଙ୍କୁ ଅନୁରୋଧ ନିଜ ନିଜର ମତାମତ ଦେବେ ।

Ssgapu22 (ଆଲୋଚନାଅବଦାନ)
Ssgapu22 (ଆଲୋଚନାଅବଦାନ)

ଆଜିର ଆଲୋଚନାରେ ପ୍ରୀତି ଭାଇ, ସୌମେନ୍ଦ୍ର ଭାଇ, ଅଲିଭା ଦିଦି ଓ ମୁଁ ଯୋଗ ଦେଇଥିଲୁ । ଏହି ଆଲୋଚନାରୁ ଆମେ ଜନ୍ମତିଥ ଭେଟ ଅଗଷ୍ଟ ୧୩, ୧୪ ଓ ୧୫ ମଧ୍ୟରୁ ଦୁଇଦିନ କରିବାକୁ ପ୍ରସ୍ତାବ ରଖିଛୁ । ବାକି ସମସ୍ତ ଏହି ସମୟ ବାବଦରେ ମତାମତ ଦେଲେ ଉପଯୋଗୀ ହେବ । ସଭିଙ୍କର ମତାମତ ଅପେକ୍ଷାରେ ।

Ssgapu22 (ଆଲୋଚନାଅବଦାନ)

ଗତ ୩ ଅଗଷ୍ଟରେ ଏହି ଭେଟଘାଟ (ଉଇକିମିନିଆ) ପାଇଁ ଆକାଉଣ୍ଟକୁ ପଇସା ଆସିସାରିଛି । ତେଣୁ ପୂର୍ବ ଯୋଜନା ଅନୁଯାୟୀ ଆମେ ଅଗଷ୍ଟ ୧୩ ଓ ୧୪ରେ ଏହାର ଆୟୋଜନ ଭୁବନେଶ୍ୱରରେ କରିବା । ଶୀଘ୍ର ଆପଣମାନଙ୍କ ସହିତ ଏକ ଗୁଗୁଲ୍ ଫର୍ମ ସେୟାର୍ କରାଯିବ, ଯେଉଁଥିରେ ଆପଣଙ୍କର କିଛି ତଥ୍ୟ ନିଆଯିବ ଆଉ ଜଣଜଣ କରିକି ସଭିଙ୍କୁ ଫୋନ୍ ଯୋଗେ ମଧ୍ୟ ଯୋଗାଯୋଗ କରାଯାଉଛି, ଆସିବା ପାଇଁ ସମସ୍ତଙ୍କୁ ଅନୁରୋଧ ।

ଯେହେତୁ ମୁଁ ଟିକେ ବାହାରେ ଅଛି, ଚିନୁ ଆଉ ଶୈଳେଶ ଭୁବନେଶ୍ୱର କଥା ସବୁ ବୁଝୁଛନ୍ତି । କିଛି ପୋଷ୍ଟର ଆଉ କିଛି ଡିଜାଇନିଂରେ ସୁଭ ଭାଇ ସାହାଯ୍ୟ କରିବେ । ବାକିତକ କାମ ସମସ୍ତେ ଆମେ ବାଣ୍ଟିନେବା ।

ସମସ୍ତେ ନିଜର ନିଜର ମତାମତ ଦେବାକୁ ମଧ୍ୟ ଅନୁରୋଧ ।

Aliva Sahoo (ଆଲୋଚନାଅବଦାନ)

ମୁଁ ଗତ ୧୩ ଏବଂ ୧୪ ତାରିଖରେ ଭୁବନେଶ୍ୱରରେ ଆୟୋଜନ ହୋଇଥିବା ଉଇକିମାନିଆ-୨୦୨୨ରେ ଯୋଗଦାନ କରିଥିଲି । ବହୁତ ଦିନ ପରେ ମୋତେ ସହ ଉଇକିଆଳିଙ୍କ ସହ ସାକ୍ଷାତ କରି ବହୁତ ଭଲ ଲାଗିଲା । ଉକ୍ତ ଉଇକିମାନିଆରେ ବହୁତ କିଛି ନୂଆ ତଥ୍ୟ ସମେତ କିଛି ପୁରୁଣା ତଥ୍ୟ ବିଷୟରେ ସ୍ପଷ୍ଟ ଭାବରେ ବୁଝିବାକୁ ସୁଯୋଗ ମିଳିଲା, ଯେପରିକି- ଆଧାର ତିଆରି, ଉଇକି ଡାଟା, ଉଇକିପାଠାଗାର ଉପଲକ୍ଷେ ପୁରୁଣା ବହିର ସନ୍ଧାନ ନିମନ୍ତେ କିଛି ୱେବସାଇଟ ଇତ୍ୟାଦି, ମୁଖ୍ୟତଃ ଭାବେ ସାନ୍ତାଳୀ ଉଇକିପିଡ଼ିଆ ଭାଷାକୋଷ ଏବଂ ସେମାନଙ୍କର ଲେଖନୀ ଶୈଳୀ ବାବଦରେ ବହୁକିଛି ଶିଖିବାକୁ ମିଳିଲା । ଆଶା କରୁଛି ନିକଟ ଭବିଷ୍ୟତରେ ଆମ୍ଭେମାନେ ପୁଣି ଭେଟିବା ଏବଂ ଆମ କମ୍ୟୁନିଟିକୁ କିପରି ଆଗେଇନେବା ସେ ବିଷୟରେ ଆଲୋଚନା କରିବା । ଧନ୍ୟବାଦ