Topic on ଉଇକିପିଡ଼ିଆ:ଆଲୋଚନା ସଭା

Gayatree Tripathy (ଆଲୋଚନାଅବଦାନ)

ଏହି ଅକ୍ଟୋବର ମାସରେ ଉଇକି ଓମ୍ୟାନ ଫର ଓମ୍ୟାନ ୱେଲବିଙ୍ଗ (ମହିଳା କଲ୍ୟାଣ ପାଇଁ ଉଇକି ମହିଳା) ନାମକ ଏକ ପ୍ରକଳ୍ପ ଆୟୋଜିତ ହେବ । କିଛି ଡ଼ାକ୍ତର ଏବଂ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ ସହବନ୍ଧିତ ହୋଇ ମହିଳାମାନଙ୍କର ବିଭିନ୍ନପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ମାସବ୍ୟାପୀ ପ୍ରସଙ୍ଗ ତିଆରି ଏହାର ମୂଳ ଉଦ୍ଦେଶ୍ୟ । ପ୍ରକଳ୍ପ ସମ୍ପର୍କରେ ସବିଶେଷ ବିବରଣୀ ଆପଣ ଏହିଠାରୁ ପାଇପାରିବେ । ନିମ୍ନଲିଖିତ ପ୍ରଶ୍ନ କେତୋଟିର ଉତ୍ତର ଦେବା ସହିତ ନିଜସ୍ୱ ପ୍ରସ୍ତାବ ମଧ୍ୟ ଆଜିସୁଦ୍ଧା ଦେବାକୁ ଅନୁରୋଧ ।

  • ଅନଲାଇନ ଗଣସମ୍ପାଦନା ବ୍ୟତୀତ ଅଫଲାଇନ ଗଣସମ୍ପାଦନା କରିପାରିବା କି?
  • ପ୍ରତିଯୋଗିତାଟିଏ କରିବା ଉଚିତ ହେବ କି ?
  • ପୁରସ୍କାରର ବ୍ୟବସ୍ଥା କରିବା ଉଚିତ କି? ଯଦି ହଁ, ତାହା ସମ୍ବନ୍ଧରେ ପ୍ରସ୍ତାବ ଦିଅନ୍ତୁ ।
  • କିଛି ଲୋଗୋ ଏବଂ ସ୍ୱାଗ ଜିନିଷ ପ୍ରସ୍ତୁତ କରାଯାଉଛି । କିଏ ଏହାର ଦାୟିତ୍ୱ ନେବେ ନେଇପାରିବେ?
  • ସହଭାଗୀମାନଙ୍କୁ କଣ ଦେବା ଉଚିତ - କାର୍ଡ଼, ଷ୍ଟିକର ଇତ୍ୟାଦି?
  • ସହବନ୍ଧିତ ଡ଼ାକ୍ତର ଏବଂ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନୀୟ ପ୍ରଶିକ୍ଷଣ କର୍ମଶାଳାଟିଏ ଆୟୋଜନ କରିହେବ କି?
  • ସମସ୍ତ ଭାରତୀୟ ଭାଷାର ଉଇକିପିଡ଼ିଆ ପ୍ରତିଦିନ ଗୋଟିଏ ବିଷୟରେ ହିଁ ପ୍ରସଙ୍ଗ ଲେଖିବା ଠିକ ହେବ?
  • ଉଇକିପିଡ଼ିଆ ବ୍ୟତୀତ ଉଇକିମିଡ଼ିଆ କମନ୍ସ ଏବଂ ଉଇକିଡ଼ାଟାରେ ମଧ୍ୟ ଏହି ବିଷୟରେ ଗଣସମ୍ପାଦନା ଆୟୋଜନ କରିପାରିବା କି?
  • ସାଧ୍ୟମତେ କୌଣସି ଦାୟିତ୍ୱ ନେଇପାରିବେ:
  1. ସୋସିଆଲ ମିଡ଼ିଆ
  2. ଉଇକି-ମେଡ ସହଭାଗିତା
  3. ପ୍ରସଙ୍ଗସୂଚୀର ଦାୟିତ୍ୱ
  4. ପଚରାଯିବାକୁ ଥିବା ପ୍ରଶ୍ନଗୁଡ଼ିକ ଉତ୍ତର ପ୍ରସ୍ତୁତି / ଥେସିସ / ଉଇକି-କାର୍ଯ୍ୟକ୍ରମ ଏବଂ ସମ୍ପାଦନା ସମ୍ପର୍କୀୟ ନିର୍ଦେଶାବଳୀ ନିର୍ଦ୍ଧିଷ୍ଟ କରିବା
  5. ଲୋଗୋ ପ୍ରସ୍ତୁତି
  6. ଉତ୍ତମମାନର ଲେଖାପାଇଁ ନିର୍ଦ୍ଦେଶାଵଳୀ
  7. ସାଇଟ ନୋଟିସ 
  8. ହିସାବନିକାସ
  9. ଚିକିତ୍ସା ସମ୍ପର୍କୀୟ ଡିକ୍ସିନାରୀ
  10. ପ୍ରମାଣପତ୍ରର ପ୍ରସ୍ତୁତି
Psubhashish (ଆଲୋଚନାଅବଦାନ)

@Gayatree Tripathy, ଅଫଲାଇନ ବାବଦରେ @Saileshpat କହିପାରିବ । ପ୍ରତିଯୋଗିତା କଲେ ଭଲ ହେବ । ପୁରସ୍କାର ଭାରି ଦ୍ୱନ୍ଦାତ୍ମକ ଜିନିଷ ହେଲେ ସେଥିରେ ପଇସା ବଦଳରେ ଅନ୍ୟ କିଛି କାମରେ ଆସିବା ଭଳି ଜିନିଷ (ଡାଟାପ୍ୟାକ କିମ୍ବା ଯିବା ଆସିବା ଖର୍ଚ୍ଚ ଆଦି) ରଖିଲେ ଭଲ । ଲୋଗୋ ଡିଜାଇନରେ ସାହାଯ୍ୟ କରିପାରିବି । ପୋଷ୍ଟକାର୍ଡ଼ ଆଉ ଷ୍ଟିକର ଦେଲେ ଭଲ ହେବ । ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀମାନେ କର୍ମଶାଳା ପରେ ସକ୍ରିୟ ରହିବା ସନ୍ଦେହଜନକ କାରଣ ସେମାନେ ବ୍ୟସ୍ତ ଲୋକ ତଥାପି @Subas Chandra Rout ଏ ବାବଦରେ କହିପାରିବେ । କମନ୍ସରେ ହୁଏତ ଛବି ଥାଇପାରେ ଆଗରୁ ତେବେ ସେଥିରେ ଓ ଉଇକିଡାଟା ଉପରେ କିଛି ଫୋକସ ରହିଲେ ଭଲ । କେତେ ଦିନ ହାତରେ ରହିବା ତା' ଉପରେ ନିର୍ଭର କରୁଛି । ଲିଖନଶୈଳୀ ଓ ଲୋଗୋ ଡିଜାଇନ ପାଇଁ ସାହାଯ୍ୟ କରିପାରିବି ।

Ssgapu22 (ଆଲୋଚନାଅବଦାନ)

@ଗାୟତ୍ରୀ, ଉଇକି ବିଜ୍ଞାନ ମାସରେ ଖାଲି ସ୍ୱାସ୍ଥ୍ୟ ସମ୍ପର୍କିତ ଲେଖା ଆରମ୍ଭ ବା ଉନ୍ନତ ହେବନି, ଏହି ମାସରେ ବିଜ୍ଞାନ ସମ୍ବନ୍ଧିତ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ରହିପାରିବ । ଯେମିତିକି କମ୍ପୁଟର ବିଜ୍ଞାନ, ପରିବେଶ ବିଜ୍ଞାନ ଇତ୍ୟାଦି । ଏହି ପ୍ରକଳ୍ପ ସ‌ହିତ ପ୍ରଦୂଷଣ ଓ ଅଳିଆ ଆବର୍ଜନା ବିଷୟରେ କିଛି ନୂଆ କାମ ମଧ୍ୟ ଯୋଡ଼ାଯିବାକୁ ରାଞ୍ଚିରେ ଅନୁଷ୍ଠିତ WATରେ ଆଲୋଚନା ହୋଇଥିଲା, ଯାହାକି ମହୀଶୂର TTTରେ ପ୍ରଥମ କରି ପ୍ରସ୍ତାବ ଆଗତ କରାଯାଇଥିଲା । ସେତେବେଳେ ଏହାକୁ "Wiki Hate Pollution" ଭାବରେ ହିଁ ଆଲୋଚନା ହୋଇଥିଲା, ପରବର୍ତ୍ତୀ ସମୟରେ ଏହାକୁ ସ୍ୱତନ୍ତ୍ର ନ କରି ବିଜ୍ଞାନ ପ୍ରକଳ୍ପ ସ‌ହିତ ଯୋଡ଼ିବାକୁ ପ୍ରସ୍ତାବ ରଖାଯାଇଥିଲା । ଆମେ ବିଜ୍ଞାନ ପ୍ରକଳ୍ପ କଲେ, ସେଥିରେ ଏହାକୁ ମଧ୍ୟ ଯୋଡ଼ିପାରିବା ।

ଆଉ ଖାଲି ମାସସାରା ନୂଆ ପ୍ରସଙ୍ଗ ତିଆରି ନ କରି, ପୁରୁଣା ପ୍ରସଙ୍ଗକୁ ଉନ୍ନତ କରାଇପାରିଲେ ଭଲ ହୁଅନ୍ତା । ଆଉ ପୁରସ୍କାର ବ୍ୟବସ୍ଥା ରହିଲେ ମଧ୍ୟ ଭଲ, କିନ୍ତୁ ଏମିତି କିଛି ପୁରସ୍କାର ରହିବା ଦରକାର, ଯାହାକି ସମସ୍ତଙ୍କୁ ଆକୃଷ୍ଟ କରିବ । ନ ହେଲେ ଯଦି କାହାକୁ ପ୍ରଥମ ପୁରସ୍କାର ମିଳିଯିବ ବୋଲି ଜଣେ ଜାଣିବ, ନିଜେ ମଧ୍ୟ ଲେଖିବା ବନ୍ଦ କରିଦେବେ । ଫଳରେ ପ୍ରୋଜେକ୍ଟ ଟାଇଗର ସମୟରେ ଇଂରାଜୀ ଉଇକିପିଡ଼ିଆ ଭଳି ଆମର ମଧ୍ୟ ସମାନ ଅବସ୍ଥା ହୋଇଯିବ । ତେଣୁ ପ୍ରତିଯୋଗୀତାରେ ଭାଗ ନେବାକୁଥିବା ସଭିଙ୍କୁ ଯଦି ଆମେ ପୋଷ୍ଟକାର୍ଡ଼ ଆଦି ଦେଇପାରିବା, ତେବେ ଭଲ ହେବ । ବାକିତକ ପାଇଁ ମୁଁ @ଶୁଭ ଭାଇଙ୍କ ସ‌ହ ଏକମତ

Gayatree Tripathy (ଆଲୋଚନାଅବଦାନ)

ଯଦିଓ ଏବର୍ଷର ବିଷୟବସ୍ତୁ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ରହିଛି, ଅନ୍ୟ ବିଜ୍ଞାନ ସମ୍ବନ୍ଧୀୟ ବିଭାଗ ଯୋଡ଼ିପାରିଲେ ବି ଭଲ ହେବ । ଗପୁ ଭାଇ ମତାମତ ପାଇଁ ଅଶେଷ ଧନ୍ୟବାଦ ।

Jnanaranjan sahu (ଆଲୋଚନାଅବଦାନ)

ଅଫଲାଇନ କାରିବାପରିବା ସେଥିପାଇଁ ଆର୍ଥିକ ସହାୟତା ଦରକାର ଯାହକି ସିଆଇଏସ କିମ୍ବା ଉଇକିମିଡ଼ିଆ ଫାଉଣ୍ଡେସନକୁ ମାଗିପାରରିବା ।

ପ୍ରତିଯୋଗିତା ଯେ କେହି କରିପାରିବେ ।

ପୁରସ୍କାରର ବ୍ୟବସ୍ଥା କଲେ କିଛି ଅସୁବିଧା ନାହିଁ ହେଲେ ଯେମିତି ପୁରସ୍କାର ଲୋଭରେ ଲୋକମାନେ ନ ଲେଖିବେ ସେଥିପାଇଁ ଛୋଟ ପୁରସ୍କାର ରଖିଲେ ଭଲ ।

ଲୋଗୋ ପାଇଁ @Psubhashish ଭାଇ ସାହାଯ୍ୟ କରିପାରିବେ ।

Ssgapu22 (ଆଲୋଚନାଅବଦାନ)

ଆମେ ଖାଲି ନୂଆ ପ୍ରସଙ୍ଗ ଲେଖିବା ପାଇଁ ନ ରଖି, ପୁରୁଣା ପ୍ରସଙ୍ଗ ପାଇଁ ଉନ୍ନତ କରୁଥିବା ବ୍ୟବ‌ହାରକାରୀଙ୍କ ପାଇଁ କିଛି ଛୋଟ ପୋଷ୍ଟକାର୍ଡ଼ ଭଳି ପୁରସ୍କାର ରଖିଲେ ଭଲ । ଫଳରେ ନୂଆ ପ୍ରସଙ୍ଗ ଲେଖିବା ପରିବର୍ତ୍ତେ ପୁରୁଣ ପ୍ରସଙ୍ଗକୁ ଉନ୍ନତ କରିବା ପାଇଁ ଅଧିକ ବ୍ୟବ‌ହାରକାରୀ ଦୃଷ୍ଟି ଦେଇପାରନ୍ତି ।

Gayatree Tripathy (ଆଲୋଚନାଅବଦାନ)

ମତାମତ ପାଇଁ ଧନ୍ୟବାଦ, ଜ୍ଞାନ ଭାଇ । ପୁରସ୍କାର ବାବଦରେ ଶୁଭ ଭାଇଙ୍କ ସହ ଏକମତ ।

ଗପୁ ଭାଇ: ପ୍ରକଳ୍ପ ପୃଷ୍ଠାରେ ନୂଆ ତିଆରି ହେବାକୁ ଥିବା ପ୍ରସଙ୍ଗ ସୂଚୀ ସହିତ ଉନ୍ନତ ହେବାକୁ ଥିବା ପ୍ରସଙ୍ଗମାନଙ୍କର ତାଲିକା ରଖିଲେ ଭଲ ହେବ । କମ ସମୟ ଥିଲେ, ଜଣେ ସେହି ପ୍ରସଙ୍ଗଗୁଡ଼ିକୁ ଉନ୍ନତିକରଣ କରିପାରିବ ।

This post was hidden by Ssgapu22 (history)
Soumendrak (ଆଲୋଚନାଅବଦାନ)

ଏଠାରେ ପ୍ରାୟ ୧୫ ଦିନରୁ ଅଧିକ ଦିନ ହେଲା କିଛି ଆଲୋଚନା ହେଉନାହିଁ । ଏହି ବିଜ୍ଞାନ ମାସ ନିମିତ୍ତ କିଛି ପ୍ରସ୍ତୁତି ଚାଲୁଅଛି କି ? @ସମସ୍ତଙ୍କୁ