ବିଷ୍ଣୁ ପୁରାଣ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବିଷ୍ଣୁପୁରାଣ  
Samudra mantham mythology, depicted in above sculpture, is described in the Vishnu Purana.
ଲେଖକ ବେଦବ୍ୟାସ
ମୂଳ ନାଆଁ ବି
ଦେଶ ଭାରତ
ଭାଷା ସଂସ୍କୃତ
ଧାରାବାହିକ ପୁରାଣ
ବିଷୟ ବିଷ୍ଣୁ ଭକ୍ତି
ବିଭାଗ ହିନ୍ଦୁ ଧାର୍ମିକ ଗ୍ରନ୍ଥ
ପୃଷ୍ଠା ୨୩,୦୦୦ ଶ୍ଳୋକ

ବିଷ୍ଣୁ (ସଂସ୍କୃତରେ विष्णु) ହିନ୍ଦୁଧର୍ମରେ ବୈଷ୍ଣବ ମାନଙ୍କର ତଥା ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ସ୍ମାର୍ତ୍ତ ସମ୍ପ୍ରଦାୟର ପ୍ରମୁଖ ଦେବତା । କେହି କେହି ତାଙ୍କୁ ପଞ୍ଚ ଦେବତାଙ୍କ ଭିତରେ ଜଣେ ବୋଲି କହିଥାନ୍ତି । [୧]

ବିଷ୍ଣୁ ସହସ୍ରନାମ[୨] ଅନୁସାରେ ବିଷ୍ଣୁ ହେଉଛନ୍ତି ପରମାତ୍ମା । ସେ ସର୍ବତ୍ର ବିରାଜିତ ଓ ସ୍ଥାବର ଜଙ୍ଗମ ଜୀବ ଓ ନିର୍ଜିବାଦିର ମୂଳ ତତ୍ତ୍ୱ । ସେ ହେଉଛନ୍ତି କାଳାତୀତ ଅର୍ଥାତ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରୁ ଉର୍ଦ୍ଧ୍ୱରେ । ତ୍ରିଦେବଙ୍କ ଭିତରେ ସେ ହେଉଛନ୍ତି ସୃଷ୍ଟିର ପାଳନକର୍ତ୍ତା । ତାଙ୍କର ଅନ୍ୟନାମ ନାରାୟଣ ।

ପୁରାଣ ଅନୁସାରେ, ବିଷ୍ଣୁ ହେଉଛନ୍ତି ଚତୁର୍ଭୁଜ, ଶଙ୍ଖ, ଚକ୍ର (ସୁଦର୍ଶନ ଚକ୍ର), ଗଦା ପଦ୍ମଧାରୀ । ଶ୍ରୀମଦ୍ ଭଗବତଗୀତାରେ ସେ ହେଉଛନ୍ତି ବିଶ୍ୱରୂପଧାରୀ, ଯାହା ମାନବ କଳ୍ପନାର ବାହାରେ, ଇନ୍ଦ୍ରିୟାତୀତ ଓ ଅବର୍ଣ୍ଣନୀୟ । [୩]

ପ୍ରାୟ ସମସ୍ତ ହିନ୍ଦୁ ମତାନୁସାରେ ଦଶ ଅବତାରଧାରୀ ବିଷ୍ଣୁଙ୍କୁ ତାଙ୍କର ମୂଳ ରୂପରେ କିମ୍ବା ତାଙ୍କର ମୁଖ୍ୟ ଅବତାର ରାମ ଅଥବା କୃଷ୍ଣ ରୂପରେ ପୂଜା କରାଯାଏ । [୪]

ପୁରାଣଭାରତୀ ଅନୁସାରେ ବିଷ୍ଣୁଙ୍କର ଦଶଟି ଅବତାର ରହିଛି । ନଅଟି ଅବତାର ସେ ନେଇ ସାରିଛନ୍ତି ଓ ଭବିଷ୍ୟତରେ ଆଉ ଗୋଟିଏ ଅବତାର ନେବେ। କଳି ଯୁଗରେ ଏହି ଅବତାରଙ୍କର ନାମ ହେବ କଳ୍କୀ । ଭଗବତ ଗୀତା ଅନୁସାରେ ଏହି ଅବତାରମାନଙ୍କ ଅବତରଣର ଉଦ୍ଦେଶ୍ୟ ହେଉଛି ଧର୍ମର ରକ୍ଷା ଓ ଅଧର୍ମର ନାଶ। [୫] ଦୁଷ୍ଟ ଶକ୍ତିର ମୂଳପୋଛ, ସାଧୁମାନଙ୍କର ସୁରକ୍ଷା ତଥା ପତିତମାନଙ୍କର ଉଦ୍ଧାର ।

ବିଷ୍ଣୁ ପୁରାଣ ତଥ୍ୟ[ସମ୍ପାଦନା]

ବିଷ୍ଣୁ ପୁରାଣ ଅଠରଟି ପୁରାଣ ମାନଙ୍କ ମଧ୍ୟରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ତଥା ପ୍ରାଚୀନ ଅଟେ । ଏହା "ଶ୍ରୀ ପରାଶର ଋଷି"ଙ୍କ ଦ୍ୱାର ପ୍ରଣୀତ ହୋଇଛି । ଏହାର ପ୍ରତିପାଦ୍ୟ ଭଗବାନ ବିଷ୍ଣୁ ଅଟନ୍ତି, ଯିଏ ସୃଷ୍ଟିର ଆଦିକାରଣ, ନିତ୍ୟ, ଅକ୍ଷୟ, ଅବ୍ୟୟ, ତଥା ଏକରସ ଅଟନ୍ତି । ଏହି ପୁରାଣରେ ଆକାଶ ଆଦି ଭୂତ ମାନଙ୍କର ପରିମାଣ, ସମୁଦ୍ର, ସୂର୍ଯ୍ୟ ଆଦିର ପରିମାଣ, ପର୍ବତ, ଦେବତା ମାନଙ୍କର ଉତ୍ପତ୍ତି, ମନ୍ବନ୍ତର, କଳ୍ପ-ବିଭାଗ, ସମ୍ପୁର୍ଣ୍ଣ ଧର୍ମ ଏବଂ ଦେବର୍ଷି ତଥା ରାଜା-ଋଷି ଗଣଙ୍କ ଚରିତ୍ର ବିଷୟରେ ବିଶଦ ବର୍ଣ୍ଣନା ହୋଇଛି । [୬] ଭଗବାନ ବିଷ୍ଣୁ ପ୍ରଧାନ ହେବା ପରେ ମଧ୍ୟ ଏହି ପୁରାଣ ବିଷ୍ଣୁ ଏବଂ ଶିବଙ୍କ ଅଭିନ୍ନତାର ପ୍ରତିପାଦକ ଅଟେ । ବିଷ୍ଣୁ ପୁରାଣରେ ମୁଖ୍ୟ ରୂପରେ "ଶ୍ରୀ କୃଷ୍ଣ"ଙ୍କ ଚରିତ୍ର ବିଷୟରେ ବର୍ଣ୍ଣିତ ହୋଇଛି, ଯଦିଓ ସଂକ୍ଷେପରେ ରାମଙ୍କ କଥା ଉପରେ ଉଲ୍ଲେଖ ପ୍ରାପ୍ତ ହୋଇଛି ।

ଅଷ୍ଟାଦଶ ମହା ପୁରାଣରୁ ଶ୍ରୀ ବିଷ୍ଣୁପୁରାଣର ସ୍ଥାନ ବହୁ ଉଚ୍ଚରେ ରହିଛି । ଏଥିରେ ଅନ୍ୟ ବିଷୟ ମାନଙ୍କ ସହିତ ଭୂଗୋଳ, ଜ୍ୟୋତିଷ, କର୍ମକାଣ୍ଡ, ରାଜବଂଶ ଏବଂ ଶ୍ରୀ କୃଷ୍ଣ ଚରିତ୍ର ଆଦି ବହୁ ପ୍ରସଙ୍ଗ ମାନଙ୍କର ବିଶଦ ବର୍ଣ୍ଣନା କରାଯାଇଛି । ଶ୍ରୀ ବିଷ୍ଣୁ ପୁରାଣରେ ମଧ୍ୟ ଏହି ବ୍ରହ୍ମାଣ୍ଡର ଉତ୍ପତ୍ତି, ବର୍ଣ୍ଣ ବ୍ୟବସ୍ଥା, ଭଗବାନ ବିଷ୍ଣୁ ୱେବ ମାତା ଲକ୍ଷ୍ମୀଙ୍କର ସର୍ବ ବ୍ୟାପକତା, ଧ୍ରୁବ ପ୍ରହଲ୍ଲାଦ, ବେଣୁ, ଆଦି ରାଜା ମାନଙ୍କର ବର୍ଣ୍ଣନା ଏବଂ ସେମାନଙ୍କ ଜୀବନ ଗାଥା, ବିକାଶର ପରମ୍ପରା, କୃଷି ଗୋ' ରକ୍ଷା ଆଦି କାର୍ଯ୍ୟ ମାନଙ୍କର ସଞ୍ଚାଳନ, ସପ୍ତ ସାଗର ମାନଙ୍କର ବର୍ଣ୍ଣନା, ଅଦ୍ୟ ଏବଂ ଉର୍ଦ୍ଧ ଲୋକ ମାନଙ୍କର ବର୍ଣ୍ଣନା, ଚଉଦ ଗୋଟି ବିଦ୍ୟା, ବୈବସ୍ଵତ ମନୁ, କଶ୍ୟପ, ପୁୠବଂଶ, କୁୠବଂଶ, ଯଦୁବଂଶର ବର୍ଣ୍ଣନା, କଳ୍ପନ୍ତର ମହା ପ୍ରଳୟର ବର୍ଣ୍ଣନା ଆଦି ବିଷୟର ବିସ୍ତୃତ ବିବେଚନା କରାଯାଇଛି । ଭକ୍ତି ଏବଂ ଜ୍ଞାନର ପ୍ରଶାନ୍ତ ଧାରା ଏଥିରେ ସର୍ବତ୍ର ପ୍ରଛନ୍ନ ରୂପେ ବୋହି ଯାଇଥାଏ ।

ଯଦିଓ ଏହି ପୁରାଣ ବିଷ୍ଣୁ ପରକ ହୋଇଥିଲେ ମଧ୍ୟ ଭଗବାନ ଶଙ୍କରଙ୍କ ପାଇଁ ଏଥିରେ କୌଣସି ସ୍ଥାନରେ ମଧ୍ୟ ଅନୁଦାର ଭାବ ପ୍ରକଟ କରାଯାଇ ନାହିଁ । ସମ୍ପୂର୍ଣ୍ଣ ଗ୍ରନ୍ଥରେ ଭଗବାନ ଶିବଙ୍କର ପ୍ରସଙ୍ଗ ସମ୍ଭବତଃ "ଶ୍ରୀକୃଷ୍ଣ-ବାଣାସୁର-ସଂଗ୍ରାମ"ରେ ହିଁ ଆସିଥାଏ, ସେଥିରେ ସ୍ୱୟଂ ଭଗବାନ କୃଷ୍ଣ ମହାଦେବଙ୍କ ସହିତ ନିଜ ଅଭିନ୍ନତା ପ୍ରକଟ କରି ଶ୍ରୀ ମୁଖରୁ କହିଛନ୍ତି-

ତ୍ୱୟା ୟଦଭୟଂ ଦତ୍ତଂ ତଦ୍ଦତ୍ତମାଖିଳଂ ମୟା । ମତ୍ତୋऽବିଭିନ୍ନମାତ୍ମାନଂ ଦୃଷ୍ଟୁମହର୍ଷି ଶଣ୍ଡକର

ୟୋऽହଂ ସ ତ୍ୱଂ ଜଗଚ୍ଛେଦଂ ସଦେବାସୁରମାନୁଷମ୍ । ମତ୍ତୋ ନାନ୍ୟଦଶେଷଂ ୟତ୍ତତ୍ତ୍ୱଂ ଜ୍ଞାତୁମିହାହାର୍ସିଅବିଦ୍ୟାମୋହିତାତ୍ମାନଃ ପୁରୁଷା ଭିନ୍ନଦର୍ଶିନଃ । ବନ୍ଦତି ଭେଦଂ ପଶ୍ୟନ୍ତି ଚାବୟୋରନ୍ତରଂ ହର

କଥା ଏବଂ ବିସ୍ତାର[ସମ୍ପାଦନା]

ଭଗବାନ ବିଷ୍ଣୁ
ବିସ୍ତାର
ଏହି ପୁରାଣରେ ଏହି ସମୟ ଭିତରେ ସାତ ହଜାର ଶ୍ଳୋକ ଉପଲବ୍ଧ ହୋଇଛି । ଏହିପରି ବହୁ ଗ୍ରନ୍ଥରେ ଏହାର ଶ୍ଳୋକ ସଂଖ୍ୟା ୨୩ ହଜାର ବୋଲି କୁହାଯାଏ । [୭] ବିଷ୍ଣୁ ପୁରାଣରେ ପୁରାଣକୁ ପାଞ୍ଚଟି ଲକ୍ଷଣ ଅଥବା ବର୍ଣ୍ଣ-ବିଷୟ-ସର୍ଗ, ପ୍ରତିସର୍ଗ, ବଂଶ, ମନ୍ବନ୍ତର, ଏବଂ ବଂଶାନୁଚରିତର ବର୍ଣ୍ଣନା ହୋଇଛି । ସମସ୍ତ ବିଷୟର ସାନୁପାତିକ ଉଲ୍ଲେଖ କରାଯାଇଛି । ମଝିରେ-ମଝିରେ ଅଧ୍ୟାତ୍ମ-ବିବେଚନା, କଳିକର୍ମ ଏବଂ ସଦାଚାର ଆଦି ଉପରେ ମଧ୍ୟ ପ୍ରକାଶ ଦିଆଯାଇଛି ।
କଥା
ଏହା ଏକ ବୈଷ୍ଣବ ମହାପୁରାଣ ଅଟେ, ଏହା ସମସ୍ତ ପାପର ବିନାଶ କାରୀ ଅଟେ । ଏହାର କଥା ନିମ୍ନ ଲିଖିତ ଭାଗରେ ବର୍ଣ୍ଣିତ ହୋଇଛି -
ପୁର୍ବ ଭାଗ-ପ୍ରଥମ ଅଂଶ
ଏହାର ପୁର୍ବ ଭାଗରେ ଶକ୍ତି ନନ୍ଦନ "ପରାଶର ମୈତ୍ରେୟ"ଙ୍କୁ ଛଃ ଅଂଶ ଶୁଣା ଯାଇଅଛି, ସେଥି ମଧ୍ୟରୁ ପ୍ରଥମ ଅଂଶରେ ଏହି ପୁରାଣର ଅବତରଣିକା ଦିଆଯାଇଛି । ଆଦି କାରଣ ସର୍ଗ ଦେବତା ଆଦିଙ୍କ ଜୀ ଉତ୍ପତ୍ତି ସମୁଦ୍ର ମନ୍ଥନର କଥା ଦକ୍ଷ ଆଦିଙ୍କ ବଂଶର ବର୍ଣ୍ଣନା ଧ୍ରୁବ ତଥା 'ପ୍ରୁଥୁ"ର ଚରିତ୍ର ପ୍ରଚେତସର ଉପାଖ୍ୟାନ "ପ୍ରହଲ୍ଲାଦ"ର କଥା ଏବଂ "ବ୍ରହ୍ମା"ଙ୍କଦ୍ୱାରା ଦେବ ତିୟର୍କ ମନୁଷ୍ୟ ଆଦି ବର୍ଗର ପ୍ରଧାନ ପ୍ରଧାନ ବ୍ୟକ୍ତି ମାନଙ୍କୁ ପୃଥକ ପୃଥକ ରାଜ୍ୟ ଅଧିକାର ଦିଆଯିବାର ବର୍ଣ୍ଣନା, ଏହି ସମସ୍ତ ବିଷୟ ଗୁଡିକୁ ପ୍ରଥମ ଅଂଶ କୁହାଯାଇଛି ।

ଆଧାର[ସମ୍ପାଦନା]

  1. The Sri Vaishnava Brahmans, K. Rangachari (1931)p. 2
  2. "Sri Vishnu Sahasaranama - Transliteration and Translation of Chanting". Swami-krishnananda.org. Retrieved 2011-11-30. 
  3. Prabhupada, AC Bhaktivedanta. "Bhagavad-gita As It Is Chapter 11 Verse 3". vedabase.net. Retrieved 2008-05-10.  "see the cosmic manifestation"
  4. Matchett, Freda (୨୦୦୦). Krsna, Lord or Avatara? the relationship between Krsna and Visnu: in the context of the Avatara myth as presented by the Harivamsa, the Visnupurana and the Bhagavatapurana. Surrey: Routledge. p. ୨୫୪. ISBN ୦-୭୦୦୭-୧୨୮୧-X.  p. 4
  5. Bhagavad Gita 4.7 "...at that time I descend Myself"
  6. ଗୀତାପ୍ରେସ ଡଟ କମ
  7. ब्रज डिस्कवरी

[[ଶ୍ରେଣୀ:୨୦୧୬ ରଥଯାତ୍ରା ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ ]]