ବିଶ୍ୱାମିତ୍ର ଆଶ୍ରମ

ଉଇକିପିଡ଼ିଆ‌ରୁ
(ବିଶ୍ଵାମିତ୍ର ଆଶ୍ରମରୁ ଲେଉଟି ଆସିଛି)

କାକଟପୁର ପ୍ରାଚୀ ନଦୀ ତଟରେ ବିଶ୍ୱାମିତ୍ର ଆଶ୍ରମ ଅବସ୍ଥିତ । ପୁରୀ ବଳଗଣ୍ଡି ଛକସ୍ଥିତ ହାତୀ ଆଖଡ଼ା ମଠର ଏକ ଶାଖା । ବିଶ୍ୱାମିତ୍ର ଆଶ୍ରମ ଏବଂ ହାତୀ ଆଖଡା ମଠର ମହନ୍ତ ସୁଖରାମ ଦାସ ଅଟନ୍ତି ।

ଜଗନ୍ନାଥଙ୍କ ଅଣସର ସମୟରେ ଯୋଗାଉଥିବା ସେବା[ସମ୍ପାଦନା]

ବିଶ୍ୱାମିତ୍ର ଆଶ୍ରମରୁ ଜଗନ୍ନାଥଙ୍କ ଲାଗି ଅଣସର ଫଳଭାର ଆସି ଶ୍ରୀମନ୍ଦିରରେ ପହଞ୍ଚିଥାଏ । ଅଣସରରେ ରହିଥବା ଅସୁସ୍ଥ ମହାପ୍ରଭୁଙ୍କ ଉପଚାର ପାଇଁ ଫଳଭାର ଅଣାଯାଇଥାଏ । ୩୦ରୁ ୩୫ ବର୍ଷ ତଳେ ହାତୀ ଆଖଡ଼ା ମଠ ପକ୍ଷରୁ ଅଣସରରେ ଫଳଭାର ପ୍ରଦାନ କରାଯାଉଥଲା । କାଳକ୍ରମେ ଏହି ପରମ୍ପରା ବନ୍ଦ ହୋଇଯାଇଥଲା । ୨୦୧୫ ନବକଳେବରରେ କାକଟପୁରର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହି ପରମ୍ପରାର ପୁନଃ ପ୍ରଚଳନ କରାଯାଇଥିଲା । ବିଶ୍ୱାମିତ୍ର ଆଶ୍ରମରୁ ମହାପ୍ରଭୁଙ୍କ ଅଣସର ଫଳଭାର ଆସି ହାତୀ ଆଖଡ଼ା ମଠରେ ପହଞ୍ଚିଥିଲା । ଫଳଭାରକୁ ନିଆଯାଇ ଶ୍ରୀମନ୍ଦିର ନୃସିଂହ ମନ୍ଦିର ନିକଟରେ ମହାପ୍ରଭୁଙ୍କୁ ଲାଗି କରିବା ପାଇଁ ସେବକଙ୍କୁ ପ୍ରଦାନ କରାଯାଇଥିଲା ।[୧]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ବିଶ୍ୱାମିତ୍ର ଆଶ୍ରମରୁ ମହାପ୍ରଭୁଙ୍କ ପାଇଁ ଆସିଲା ଫଳଭାର". ଧରିତ୍ରୀ. Retrieved 21 September 2015.