ବିଶ୍ୱନାଥ ପଟ୍ଟନାୟକ

ଉଇକିପିଡ଼ିଆ ରୁ
(ବିଶ୍ଵନାଥ ପଟ୍ଟନାୟକରୁ ଲେଉଟି ଆସିଛି)
Jump to navigation Jump to search
ବିଶ୍ୱନାଥ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ
ବିଶ୍ୱନାଥ ପଟ୍ଟନାଯକ

୧୧ ନଭେମ୍ବର ୧୯୧୬(1916-11-11)
ମୃତ୍ୟୁ୨୯ ମଇ ୨୦୧୦(2010-05-29) (ବୟସ ୯୩)
ସମାଧି  ସ୍ଥଳକୁଜେନ୍ଦ୍ରି,ବାଲିଗୁଡ଼ା, ଓଡ଼ିଶା
ଜାତୀୟତା ଭାରତୀୟ
ପ୍ରସିଦ୍ଧିଭୂଦାନ ଆନ୍ଦୋଳନ, ସମାଜସେବା
ବାପା ବୋଉଉପେନ୍ଦ୍ର ପଟ୍ଟନାୟକ (ବାପା)
ପୁରସ୍କାରଜମୁନାଲାଲ ବଜାଜ ପୁରସ୍କାର

ବିଶ୍ୱନାଥ ପଟ୍ଟନାଯକ ହେଉଛନ୍ତି ଓଡ଼ିଶାର ଜଣେ ସୁନାମଧନ୍ୟ ସମାଜ ସେବୀ । ସେ ଜଣେ ଜଣାଶୁଣା ଗାନ୍ଧୀବାଦି ସର୍ବୋଦୟ ନେତା [୧]କୁଜେନ୍ଦ୍ରି ଏବଂ ବାଲିଗୁଡ଼ା ଭଳି ଆଦିବାସୀ ବହୂଳ ଅଞ୍ଚଳରେ ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଃସ୍ୱାର୍ଥପର ସମାଜସେବା ହେତୁ ତାଙ୍କୁ ୨୦୦୮ ମସିହାରେ ସମ୍ମାନଜନକ ଜମୁନାଲାଲ ବଜାଜ ପୁରସ୍କାର ମିଳିଛି[୨]

ପ୍ରାଥମିକ ଜୀବନ[ସମ୍ପାଦନା]

ଗଞ୍ଜାମ ଜିଲ୍ଲାର କୁମରଡା ଗାଆଁରେ ତାଙ୍କ ଜନ୍ମ । ପିଲାଦିନୁ ବାପାଙ୍କୁ ହରାଇଥିବା ବିଶ୍ୱନାଥ ପଟ୍ଟନାଯକ ତାଙ୍କ ଜେଜେବାପା ଶ୍ରୀ ଘନଶ୍ୟାମ ପଟ୍ଟନାଯକଙ୍କ ଯତ୍ନରେ ବଢ଼ିଥିଲେ । ଶ୍ରୀକାକୁଲମଠାରେ ଅଷ୍ଟମ ଯାଏଁ ପଢିବା ପରେ ପାଠରେ ଡୋରି ବନ୍ଧା ହେଲା । ଗାଁ ସ୍କୁଲରେ ମାତ୍ର ସାତ ଟଙ୍କା ଦରମାରେ ଜଣେ ଇନଫରମାଲ ଶିକ୍ଷକ ଭାବେ ଚାକିରି ଆରମ୍ଭ କଲେ । ଶିକ୍ଷକତା କରୁଥିବା ବେଳେ ସେ ବିଶିଷ୍ଟ ଗାନ୍ଧୀବାଦୀ ନେତା ଗୋପବନ୍ଧୁ ଚୌଧୁରୀଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ସହକର୍ମୀ ଭାବେ କାମ କଲେ ।

ସମାଜସେବା[ସମ୍ପାଦନା]

୧୯୪୦ ମସିହାରେ 'ବ୍ୟକ୍ତିଗତ ସତ୍ୟାଗ୍ରହ' ଆରମ୍ଭ ହେଲା । ଏଇ ଅବସରରେ ଗାନ୍ଧିଜୀ ରଚନାତ୍ମକ କର୍ମୀମାନଙ୍କୁ ସମାଜର ଦଳିତ ବର୍ଗ ମାନଙ୍କ ପାଇଁ କାମ କରିବାକୁ ଆହ୍ୱାନ ଦେଲେ । ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଗୋପବନ୍ଧୁ ଚୌଧୁରୀ ବିଶ୍ୱନାଥ ପଟ୍ଟନାୟକଙ୍କୁ ରଚନାତ୍ମକ କର୍ମୀ ଭାବରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଗୁଣୁପୁରକୁ (ବର୍ତ୍ତମାନ ରାୟଗଡ଼ା ଜିଲ୍ଲା) ପଠାଇବା ପାଇଁ ସ୍ଥିର କଲେ । ଆଦିବାସୀଙ୍କ ସେବା କରିବାକୁ ଆସିଥିବା ବିଶ୍ୱନାଥ ଆଦିବାସୀଙ୍କ ସହ ଘର ବାନ୍ଧିଲେ । ସେମାନଙ୍କର ମଧ୍ୟରେ ଦୁର୍ଲଭ ସରଳତାର ସନ୍ଧାନ ପାଇଲେ । ବିଶ୍ବନାଥ ପଟ୍ଟନାୟକ ଆଦିବାସୀ ଓ ଅଣଆଦିବାସୀଙ୍କ ନିକଟରେ 'ଆଜ୍ଞା' ନାମରେ ପ୍ରିୟ ହୋଇପାରିଲେ । ବିଶ୍ୱନାଥ କୁଜେନ୍ଦ୍ରୀ ତଥା ଆଖପାଖ ଅଞ୍ଚଳରେ ଥିବା ଆଦିବାସୀଙ୍କୁ ସେ ଦୁଇଟି ଆନ୍ଦୋଳନ ପାଇଁ ପ୍ରସ୍ତୁତ କରାଇଲେ । ଗୋଟିଏ ହେଲା ଦେଶର ସ୍ୱାଧୀନତା ପାଇଁ ଓ ଅନ୍ୟଟି ହେଲା ଶୋଷଣରୁ ମୁକ୍ତି ପାଇବା ପାଇଁ । ଗୋଟିଏ ହେଲା ସମାଜବାଦ ଆନ୍ଦୋଳନ ଏବଂ ଅନ୍ୟଟି ହେଲା ସର୍ବୋଦୟ ଆନ୍ଦୋଳନ[୧]

ପ୍ରଥମେ ସେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପାଈଁ ଆନ୍ଦୋଳନରେ ସାମିଲ ହେଲେ । ପରେ ବନବାସୀ ସେବା ସମିତିରେ କାମ କରି ବିକାଶ ମୂଳକ କାମରେ ମନଦେଲେ । ସମିତିଦ୍ୱାରା ଆଦିବାସୀ ପିଲାଙ୍କ ନିମନ୍ତେ ବୋର୍ଡିଙ୍ଗ ବିଦ୍ୟାଳୟସବୁ ଏବଂ ବୃଦ୍ଧାଶ୍ରମମାନ ସ୍ଥାପନ କରାଗଲା । ସେ କୁଜେନ୍ଦ୍ରି ଓ ବାଲିଗୁଡା ଅଞ୍ଚଳରେ ଆଦିବାସିଙ୍କ ବିକାଶ ନିମନ୍ତେ ମନପ୍ରାଣ ଲଗାଇ କାମକଲେ । ତାଙ୍କର ନିଃସ୍ୱାର୍ଥପର ସେବାରେ ଅଭିଭୂତ ଆଦିବାସୀଙ୍କ ଗହଣରେ ସେ "ଆଜ୍ଞା" ନାମରେ ଖ୍ୟାତ ଥିଲେ । ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ନିଜକୁ ସାମିଲ କରି, ଗୋପବନ୍ଧୁ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲାରେ ଭୂଦାନ ଆନ୍ଦୋଳନର ନେତୃତ୍ୱ ନେଲେ ବିଶ୍ୱନାଥ ପଟ୍ଟନାଯକ[୩][୪] । କୋରାପୁଟ ଜିଲ୍ଲାରେ ଖଦୀ ଆନ୍ଦୋଳନକୁ ଲୋକପ୍ରିୟ କରିବାରେ ସେ ସଫଳ ହେଲେ । ଅସ୍ପୃଶ୍ୟତା ବିରୋଧରେ ଲଢି ଏବଂ ଖଦୀ ଆନ୍ଦୋଳନକୁ ଲୋକପ୍ରିୟ କରି ସେ "କୋରାପୁଟିଆ ଗାନ୍ଧୀ" [୫] ନାମରେ ଖ୍ୟାତ ହେଲେ । ୯୩ ବର୍ଷରେ ତାଙ୍କର ଦେହାନ୍ତ ହେଲ। ।

ପୁରସ୍କାର[ସମ୍ପାଦନା]

ଶ୍ରୀ ପଟ୍ଟନାଯକ କୌଣସି ପ୍ରକାର ପୁରସ୍କାର ପାଇଁ ଲାଳାୟିତ ନ ଥିଲେ । ତଥାପି ସେ ଅନେକ ସମ୍ମାନଦ୍ୱାରା ସମ୍ମାନୀତ ହୋଇଛନ୍ତି । ଯଥା :-

  • ଭାରତୀୟ ଆଦିମଜାତି ସେବକସଂଘ ପୁରସ୍କାର-୧୯୫୫
  • ଜଷ୍ଟିସ୍ ରାଜକିଶୋର ଦାସ ସମ୍ମାନ-୧୯୯୬
  • ପ୍ରଦ୍ୟୁମ୍ନ ବଳ ସମ୍ମାନ
  • କନ୍ଧମାଳ ନାଗରିକ ସମିତି ସମ୍ମାନ
  • ସାରଳା ସମ୍ମାନ-୨୦୦୨
  • ରାଜୀବ ଗାନ୍ଧୀ ସଦ୍ଭାବନା ସମ୍ମାନ-୨୦୦୩
  • ଜମନାଲାଲ ବଜାଜ ସମ୍ମାନ-୨୦୦୮

ଆଧାର[ସମ୍ପାଦନା]

  1. ୧.୦ ୧.୧ "Swadhikar e-Paper - Odisha's leading daily Odia newspaper Page: 4". swadhikar. Retrieved 16 November 2020.
  2. "Jamnalal Bajaj awards-2008" ଜମୁନାଲାଲ ବଜାଜ ସମ୍ମାନ 2008
  3. " ଓଡ଼ିଶା ରିଭ୍ୟୁ- ଅଗଷ୍ଟ,୨୦୧୨" ଓଡ଼ିଶା ରିଭ୍ୟୁ-ଅଗଷ୍ଟ,୨୦୧୨ରେ ପ୍ରକାଶିତ ଶ୍ରୀ ରଘୁନାଥ ରଥଙ୍କ ଏକ ଲେଖା
  4. "Odisha Review, February - March - 2013,ପୃଷ୍ଠା-୧୧୦"
  5. " ଦି ହିନ୍ଦୁ " ଦି ହିନ୍ଦୁ-ମାର୍ଚ୍ଚ ୩୧,୨୦୧୦ରେ ପ୍ରକାଶିତ ଏକ ଲେଖା

ଅଧିକ ତଥ୍ୟ[ସମ୍ପାଦନା]