Jump to content

ବୁଲା ଚୌଧୁରୀ

ଉଇକିପିଡ଼ିଆ‌ରୁ
୧୯:୩୦, ୨ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bula Choudhury") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ବୁଲା ଚୌଧୁରୀ (ଜନ୍ମ ୧୯୭୦ , ହୁଗୁଳି , ଭାରତ ) ଜଣେ ଭାରତୀୟ ସନ୍ତରଣକାରିଣୀ । ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗୀତା ରେ ଅନେକ ପଦକ ହାସଲ କରିଥିବା ବୁଲା , ଭାରତ ସରକାର ଙ୍କ ଦ୍ଵାରା ଅର୍ଜୁନ ପୁରସ୍କାର ସହ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି । ସେ ୨୦୧୬ ମସିହା ନିର୍ବାଚନ ରେ  ପଶ୍ଚିମ ବଙ୍ଗ ରାଜ୍ୟ ରେ ଜଣେ ବିଧୟିକା ଭାବରେ ନିର୍ବାଚିତ ହେଇଛନ୍ତି । []

ସନ୍ତରଣ ଜୀବନୀ 

ମାତ୍ର ୯ ବର୍ଷ ବୟସ ରେ ସେ ଜାତୀୟ ଜୁନିଅର ସନ୍ତରଣ ପ୍ରତିଯୋଗୀତା ରେ ସମ୍ପୂର୍ଣ ପ୍ରାଧାନ୍ୟ ବିସ୍ତାର କରି ୬ ଟି ଭିନ୍ନ ପ୍ରକାର ସନ୍ତରଣ ରେ ୬ ଟି ସ୍ଵର୍ଣ ପଦକ ହାସଲ କରିଥିଲେ । ତାହା ପରେ ସେ ଆହୁରି ଉନ୍ନତି କରି ବିଭିନ୍ନ ଜାତୀୟ ଜୁନିଅର ଓ ପରେ ସିନିଯର ସନ୍ତରଣ ପ୍ରତିଯୋଗୀତା ରେ ଅନେକ ଥର ଚମ୍ପିୟାନ ହେବା ସହ ଅନେକ ପୁରସ୍କାର ପ୍ରାପ୍ତ ହେଇଥିଲେ । ୧୯୯୧ ମସିହା ଦକ୍ଷିଣ ଏସିଆ ଫେଡେରେସନ ଗେମ ରେ ଭାରତ ପାଇଁ ସେ ୬ ଟି ସ୍ଵର୍ଣ ପଦକ ଜିତି ଥିଲେ । 

୧୯୮୯ ମସିହା ରୁ ସେ ଦୀର୍ଘପଥ ସନ୍ତରଣ ଅଭ୍ୟାସ କରି ସେହି ବର୍ଷ ହିଁ ଇଙ୍ଗ୍ଲିଶ ଚାନେଲ ଅତିକ୍ରମ କରିବାର ଗୌରବ ହାସଲ କରିଥିଲେ । ସେ ମୁର୍ଶିଦାବାଦ ଦୀର୍ଘପଥ ସନ୍ତରଣ ପ୍ରତିଯୋଗୀତା ରେ ୮୧ କିଲୋମିଟର ସନ୍ତରଣ କରି ୧୯୯୬ ରେ ଏହି ପ୍ରତିଯୋଗୀତା ବିଜୟିନୀ ହେଇଥିଲେ । ୧୯୯୯ ରେ ପୁନର୍ବାର ଇଙ୍ଗ୍ଲିଶ ଚାନେଲ ରେ ସନ୍ତରଣ କରିବା ସହ ୨୦୦୫ ମସିହା ସୁଦ୍ଧା ସେ ବିଶ୍ଵର ସମସ୍ତ ୫ ଟି  ମହାଦେଶ ରେ ଥିବା ଚାନେଲ ଯଥା ଜିବ୍ରାଲ୍ଟର ଷ୍ଟ୍ରେଟ , ଟାଇହେନିଆନ ଷ୍ଟ୍ରେଟ , କୂକ ଷ୍ଟ୍ରେଟ ତୋଟୋନିଓ ପ୍ରଣାଳୀ , କାଟାଲିନା ଚାନେଲ ଇତ୍ୟାଦି ରେ ସନ୍ତରଣ କରି ସାରିଥିଲେ । ବୁଲା ଚୌଧୁରୀ  ବର୍ତମାନ କଲିକତା ଠାରେ ଏକ ସନ୍ତରଣ ଏକାଡେମି ସ୍ଥାପନ କରିବା ପ୍ରଚେଷ୍ଟା ରେ ରହିଛନ୍ତି ।  

ପୁରସ୍କାର ଓ ସମ୍ମାନ 

  • ବୁଲା ବିଶ୍ଵ ର ସାତଟି ଯାକ ମହାସାଗର ରେ ସନ୍ତରଣ କରିଥିବା ଏକ ମାତ୍ର ଭାରତୀୟ ମହିଳା ହେଇଥିବାର ସମ୍ମାନ ର ଅଧିକାରୀ । 
  • ସେ ଇଙ୍ଗ୍ଲିଶ ଚାନେଲ ଦୁଇଥର ସନ୍ତରଣ କରି ଅତିକ୍ରମ କରିଥିଲେ
  • ତାଙ୍କୁ ୧୯୯୦ ମସିହା ରେ ଅର୍ଜୁନ ପୁରସ୍କାର  ଦିଆ ଯାଇଥିଲା ଇ। 
  • ତାଙ୍କୁ ପଦ୍ମଶ୍ରୀ ଉପାଧି ମଧ୍ୟ ଦିଆ ଯାଇଥିଲା । 
  • []

ପୁନଶ୍ଚ ଦେଖଣା 

  • Swimming in India
  • List of Indian records in swimming
  • Kutraleeswaran

ଆଧାର 

  1. ୧.୦ ୧.୧ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on November 15, 2014. Retrieved July 21, 2015. {{cite web}}: Unknown parameter |deadurl= ignored (|url-status= suggested) (help)