ବୁଲା ଚୌଧୁରୀ

ଉଇକିପିଡ଼ିଆ‌ରୁ
ବୁଲା ଚୌଧୁରୀ
ବ୍ୟକ୍ତିଗତ ତଥ୍ୟ
ଜାତୀୟତା ଭାରତ
ଜନ୍ମ୧୯୭୦
ହୁଗୁଳି, ପଶ୍ଚିମ‌ବଙ୍ଗ, ଭାରତ
Sport
ଦେଶIndia
କ୍ରୀଡ଼ାସନ୍ତରଣ

ବୁଲା ଚୌଧୁରୀ (ଜନ୍ମ ୧୯୭୦ , ହୁଗୁଳି , ଭାରତ ) ଜଣେ ଭାରତୀୟ ସନ୍ତରଣକାରିଣୀ । ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅନେକ ପଦକ ହାସଲ କରିଥିବା ବୁଲା , ଭାରତ ସରକାରଙ୍କଦ୍ୱାରା ଅର୍ଜୁନ ପୁରସ୍କାର ସହ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି । ସେ ୨୦୧୬ ମସିହା ନିର୍ବାଚନରେ  ପଶ୍ଚିମ ବଙ୍ଗ ରାଜ୍ୟରେ ଜଣେ ବିଧୟିକା ଭାବରେ ନିର୍ବାଚିତ ହେଇଛନ୍ତି । [୧]

ସନ୍ତରଣ ଜୀବନୀ [ସମ୍ପାଦନା]

ମାତ୍ର ୯ ବର୍ଷ ବୟସରେ ସେ ଜାତୀୟ ଜୁନିଅର ସନ୍ତରଣ ପ୍ରତିଯୋଗିତାରେ ସମ୍ପୂର୍ଣ ପ୍ରାଧାନ୍ୟ ବିସ୍ତାର କରି ୬ଟି ଭିନ୍ନ ପ୍ରକାର ସନ୍ତରଣରେ ୬ଟି ସ୍ୱର୍ଣ ପଦକ ହାସଲ କରିଥିଲେ । ତାହା ପରେ ସେ ଆହୁରି ଉନ୍ନତି କରି ବିଭିନ୍ନ ଜାତୀୟ ଜୁନିଅର ଓ ପରେ ସିନିଯର ସନ୍ତରଣ ପ୍ରତିଯୋଗିତାରେ ଅନେକ ଥର ଚମ୍ପିୟାନ ହେବା ସହ ଅନେକ ପୁରସ୍କାର ପ୍ରାପ୍ତ ହେଇଥିଲେ । ୧୯୯୧ ମସିହା ଦକ୍ଷିଣ ଏସିଆ ଫେଡେରେସନ ଗେମରେ ଭାରତ ପାଇଁ ସେ ୬ଟି ସ୍ୱର୍ଣ ପଦକ ଜିତି ଥିଲେ । 

୧୯୮୯ ମସିହାରୁ ସେ ଦୀର୍ଘପଥ ସନ୍ତରଣ ଅଭ୍ୟାସ କରି ସେହି ବର୍ଷ ହିଁ ଇଙ୍ଗ୍ଲିଶ ଚାନେଲ ଅତିକ୍ରମ କରିବାର ଗୌରବ ହାସଲ କରିଥିଲେ । ସେ ମୁର୍ଶିଦାବାଦ ଦୀର୍ଘପଥ ସନ୍ତରଣ ପ୍ରତିଯୋଗିତାରେ ୮୧ କିଲୋମିଟର ସନ୍ତରଣ କରି ୧୯୯୬ରେ ଏହି ପ୍ରତିଯୋଗିତା ବିଜୟିନୀ ହେଇଥିଲେ । ୧୯୯୯ରେ ପୁନର୍ବାର ଇଙ୍ଗ୍ଲିଶ ଚାନେଲରେ ସନ୍ତରଣ କରିବା ସହ ୨୦୦୫ ମସିହା ସୁଦ୍ଧା ସେ ବିଶ୍ୱର ସମସ୍ତ ୫ଟି  ମହାଦେଶରେ ଥିବା ଚାନେଲ ଯଥା ଜିବ୍ରାଲ୍ଟର ଷ୍ଟ୍ରେଟ , ଟାଇହେନିଆନ ଷ୍ଟ୍ରେଟ , କୂକ ଷ୍ଟ୍ରେଟ ତୋଟୋନିଓ ପ୍ରଣାଳୀ , କାଟାଲିନା ଚାନେଲ ଇତ୍ୟାଦିରେ ସନ୍ତରଣ କରି ସାରିଥିଲେ । ବୁଲା ଚୌଧୁରୀ  ବର୍ତ୍ତମାନ କଲିକତାଠାରେ ଏକ ସନ୍ତରଣ ଏକାଡେମି ସ୍ଥାପନ କରିବା ପ୍ରଚେଷ୍ଟାରେ ରହିଛନ୍ତି ।  

ପୁରସ୍କାର ଓ ସମ୍ମାନ [ସମ୍ପାଦନା]

  • ବୁଲା ବିଶ୍ୱର ସାତଟି ଯାକ ମହାସାଗରରେ ସନ୍ତରଣ କରିଥିବା ଏକ ମାତ୍ର ଭାରତୀୟ ମହିଳା ହେଇଥିବାର ସମ୍ମାନର ଅଧିକାରୀ । 
  • ସେ ଇଙ୍ଗ୍ଲିଶ ଚାନେଲ ଦୁଇଥର ସନ୍ତରଣ କରି ଅତିକ୍ରମ କରିଥିଲେ
  • ତାଙ୍କୁ ୧୯୯୦ ମସିହାରେ ଅର୍ଜୁନ ପୁରସ୍କାର  ଦିଆ ଯାଇଥିଲା ଇ। 
  • ତାଙ୍କୁ ପଦ୍ମଶ୍ରୀ ଉପାଧି ମଧ୍ୟ ଦିଆ ଯାଇଥିଲା । 
  • [୧]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Swimming in India
  • List of Indian records in swimming
  • Kutraleeswaran

ଆଧାର [ସମ୍ପାଦନା]

  1. ୧.୦ ୧.୧ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on November 15, 2014. Retrieved July 21, 2015.