ମାର୍କ ତୁଳି
Sir Mark Tully | |
---|---|
ଜନ୍ମ | William Mark Tully ୨୪ ଅକ୍ଟୋବର ୧୯୩୫ |
ଶିକ୍ଷା | Marlborough College |
Trinity Hall, Cambridgeବୃତ୍ତି(ସମୂହ)Journalist, writerଦସ୍ତଖତସାର୍ ଉଇଲିୟମ ମାର୍କ୍ ତୁଲି, KBE (ଜନ୍ମ ୨୪ ଅକ୍ଟୋବର୍ ୧୯୩୫) [୧][୨]ନୁଆ ଦିଲ୍ଲୀ ରେ ଅବସ୍ଥାପିତ ବ୍ରିଟିଶ୍ ବ୍ରାଡ୍ କାସ୍ଟିଂଗ୍ କରପୋରେସନ୍ ( BBC) ପୁର୍ବତନ ବୁରୋ ମୁଖ୍ୟ . ସେ ଜୁଲାଇ ୧୯୯୪ ମସିହା ରେ[୩] ଇସ୍ତଫା ଦେବା ଅଗରୁ ଦୀର୍ଘ ୩୦ ବର୍ଷ ଧରି BBC ରେ କାର୍ଯ୍ୟ କରିଥିଲେ . ସେ ଦିଲ୍ଲୀ ରେ BBC ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାବରେ ୨୦ ବର୍ଷ[୪] କାର୍ଯ୍ୟ କରିଥିଲେ . ସେ ଅନେକ ଗୁଡିଏ କାଲ୍ପନିକ ଓ ଅଣ କାଲ୍ପନିକ ପୁସ୍ତକ ରଚନା କରିବା ସହ ବହୁ ସଂଖ୍ୟ ରେ ପୁରସ୍କାର୍ ଲାଭ କରିଥିଲେ . ସେ ଭାରତ ରେ ଓରିଏନ୍ଟାଲ କ୍ଲବ୍ ର ସଦସ୍ୟ ମଧ୍ୟ ରହିଛନ୍ତି .
ବ୍ୟକ୍ତିଗତ ଜୀବନ
ବ୍ରିଟିଶ ଭାରତ ର କଲିକତା ସହର ସନ୍ନିକଟ ଟଳିଗଞ୍ଜ ଠାରେ ମାର୍କ ତୁଳି ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ବ୍ରିଟିଶ ବ୍ୟବସାୟୀ ଥିଲେ । ସେ ବ୍ରିଟିଶ ରାଜ ର ଏକ ଅଗ୍ରଣୀ କମ୍ପାନୀ ର ସହଯୋଗୀ ଅଂଶୀଦାର ଥିଲେ । ମାର୍କ ତାଙ୍କ ଜୀବନ ର ପ୍ରଥମ ଦଶକ ଭାରତ ରେ କଟେଇଥିଲେ । ୪ ବର୍ଷ ବଯଶ ରେ ସେ ଦାର୍ଜିଲିଂ ସ୍ଥ ଏକ ଆବାସିକ ଇଂରାଜୀ ସ୍କୁଲ ରେ ଭର୍ତି ହେଇଥିଲେ । ପରେ ଉଛତର ଶିକ୍ଷ୍ୟା ପାଇଁ ବିଲାତ ଯାଇଥିଲେ ।
ଇଂଲଣ୍ଡ ରେ ସେ ଟାଇଫୋର୍ଡ ସ୍କୁଲ , ମାର୍ଲବୋରୋ କଲେଜ ଓ ଟ୍ରିନୀଟୀ ହଲ ,କେମ୍ବ୍ରିଜଠାରେ ସେ ଥିଓଲଗି ବିଷୟ ରେ ଶିକ୍ଷ୍ୟା ଲାଭ କରିଥିଲେ । ଶିକ୍ଷ୍ୟା ଲାଭ ପରେ ସେ ଧର୍ମଯାଜକ ହେବା ପାଇଁ ଇଚ୍ଛୁକ ଥିଲେ ମଧ୍ୟ ସେହି ଇଚ୍ଛା କୁ ପରିତ୍ୟାଗ କରିଥିଲେ । .
ପତ୍ରକାର ଜୀବନ
ତୁଳି ବିବିସି( BBC) ରେ ୧୯୯୪ ମସିହା ଜୁଆଳି ମାସ ରେ ଯୋଗଦାନ କରି ଭାରତ କୁ ପ୍ରତ୍ୟାବର୍ତନ କାଲେ । ସେ BBC ର ଭାରତ ର ପ୍ରତିନିଧି[୫] ଭାବରେ କାର୍ଯ୍ୟ କଲେ ।ସେ ଏହି କ୍ରମ ରେ ଦକ୍ଷିଣ ଏସିଆ ର ସମସ୍ତ ମୁଖ୍ୟ ଘଟଣାବଳୀ ର ବିବରଣୀ ପ୍ରଦାନ କରିଥିଲେ । ସେ ଇଣ୍ଡୋ-ପାକିସ୍ଥାନ ବ ବିବାଦ , ଭୋପାଳ ବାଷ୍ପ ଦୁର୍ଘଟଣା , ଅପରେସନ ବ୍ଲୁ ଷ୍ଟାର ଓ ତାହା ପରେ ହେଇଥିବା ଇନ୍ଦିରା ଗାନ୍ଧୀ ଙ୍କ ହତ୍ୟା ଓ ଶିଖ- ବିରୋଧୀ ଦଙ୍ଗା, ରାଜୀବ ଗାନ୍ଧୀ ଙ୍କ ହତ୍ୟା ,ବାବରୀ ମସଜିଦ ଭଙ୍ଗା [୬][୭]ଘଟଣା ସବୁ ର ବିଷାଦ ବିବରଣୀ ସଂଗ୍ରହ କରି BBC ଦ୍ଵାରା ପ୍ରସାରିତ କରିଥିଲେ । ୧୯୭୫-୭୭ ମସିହା ଆପାଦକାଳୀନ ସ୍ଥିତି ସମୟ ରେ ତାଙ୍କୁ ଭାରତ ରେ ପ୍ରବେଶ ନିଷେଧ କରାଯାଇଥିଲା ।
BBC ର ତତ୍ କାଳୀନ ମୁଖ୍ୟ ନିର୍ଦେଶକ ଜନ ବିର୍ଟ ଙ୍କ ସହ ମନୋମାଳିନ୍ୟ କାରଣ ରୁ ସେ ଜୁଲାଇ ୧୯୯୪ ରେ BBC ରୁ ଇସ୍ତଫା ଦେଇଥିଲେ । ସେ ଆରୋପ କରିଥିଲେ ଯେ ବିର୍ଟ BBC କୁ " ଭୟ ର ବାତାବରଣ" ମଧ୍ୟ ରେ ଚଳଉଛନ୍ତି ଓ କର୍ମଚାରୀ ମାନଙ୍କ ମନୋବଳ କୁ ଦୁର୍ବଳ କରିବା ଯୋଗୁଁ BBC ର ଜନପ୍ରିୟତା ହରାଉଛନ୍ତି । ସେ ସେହି ବର୍ଷ ଟ୍ରେନ ରେ ପାକିସ୍ଥାନ ଯିବାର ଯତ୍ରକାହାଣୀ "କରାଚି ରୁ ଖଇୱର ପାସ " ନାମ ରେ ପ୍ରକାଶ କରିଥିଲେ । ୧୯୯୪ ପରେ ସେ ସ୍ଵାଧୀନ ଭାବରେ ସମ୍ବାଦିକତା କରିଥିଲେ ଓ ଦିଲ୍ଲୀ ରେ ରହିଛନ୍ତି [୮][୯]। ବର୍ତମାନ ସେ BBC ରେଡିଓ ୪ ରେ ପ୍ରସାରିତ ସାପ୍ତାହିକ ଧାରାବାହିକ " Something Understood " ଉପସ୍ଥାପକ ଭାବେ ପ୍ରସାରିତ କରୁଛନ୍ତି । [୧୦]
ପୁରସ୍କାର ଓ ସମ୍ମାନ
ମର୍କ ତୁଳି ଙ୍କୁ ୧୯୮୫ ମସିହା ରେ ବ୍ରିଟିଶ ସରକାର ଙ୍କ ଦ୍ଵାରା " ଅର୍ଡର ଅଫ ଥି ବ୍ରିଟିଶ ଏମ୍ପାଇୟାର " , ୧୯୯୨ ମସିହା ରେ ଭାରତ ସରକାରଙ୍କ ତରଫ ରୁ " ପଦ୍ମଶ୍ରୀ " ପ୍ରଦାନ କରାଯାଇଥିଲା । ସେ ବ୍ରିଟିଶ ସରକାର ଙ୍କ ଦ୍ଵାରା ୨୦୦୨ ମସିହା [୧୧]ନବବର୍ଷ ଅବସର ରେ " ନାଇଟ " ସମ୍ମାନ ରେ ଭୂଷିତ ହେଇଥିଲେ । ୨୦୦୫ ମସିହା ରେ ଭାରତ ସରକାର ତାଙ୍କୁ ସମ୍ମାନଜନକ " ପଦ୍ମଭୂଷଣ " [୧୨]ପୁରସ୍କାର ପ୍ରଦାନ କରିଥିଲେ । BAFTA ରରଫ ରୁ ମଧ୍ୟ ସେ ଆଜୀବନ ଅବଦାନ ପୁରସ୍କାର ପ୍ରାପ୍ତ ହେଇଛନ୍ତି । [୧୩]
Books
ମର୍କ ତୁଳି ଙ୍କ ଭାରତ ଉପରେ ପରଜ୍ଯବେଶିତ ପ୍ରଥମ ପୁସ୍ତକ "Amritsar: Mrs Gandhi's Last Battle (1985)" କୁ ସେ ବିବିସି ଦିଲ୍ଲୀ ପ୍ରତିନିଧି ସତୀଶ ଜାକବ ଙ୍କ ସହ ମିଳିତ ଭାବରେ ରଚନା କରିଥିଲେ । ଏହା ଅପରେସନ ବ୍ଲୁ ଷ୍ଟାର ଉପରେ ପରଜ୍ଯବେଶିତ ହେଇ ଏଥିରେ ଭାରତୀୟ ସେନା ର ଅମୃତସର ସ୍ଵର୍ଣ ମନ୍ଦିର ରେ ଶିଖ ଦଙ୍ଗା କାରୀ ମାନଙ୍କ ଉପରେ ଆକ୍ରମ ବିଷୟ ର ବିବରଣୀ ରହିଥିଲା ।
ତାଙ୍କର ପରବର୍ତୀ ପୁସ୍ତକ " ରାଜ ରୁ ରାଜୀବ : ଭାରତ ସ୍ଵାଧୀନତା ର ୪୦ ବର୍ଷ " ଜାହିର ମାସନୀ ଙ୍କ ସହ ଲେଖିଥିଲେ ଓ ଏହା ବିବିସି ଦ୍ଵାରା ପ୍ରସାରିତ ସେହି ନାମ ର ଏକ ଧାରାବାହିକ ଉପରେ ପର୍ଜ୍ୟବେଶିତ ହେଇଥିଲା । ଏହି ପୁସ୍ତକ ଆମେରିକା ରେ " ଇଣ୍ଡିଆ: ସ୍ଵାଧୀନତା ର ୪୦ ବର୍ଷ " ନାମ ରେ ପ୍ରକାଶିତ ହେଇଥିଲା ।
ସାମ୍ବାଦିକ ତଥ୍ୟ ଭିତ୍ତିକ ପ୍ରବନ୍ଧାବଳି " ନୋ ଫୁଲ ଷ୍ଟପ " କୁ ତୁଳି ୧୯୮୮ ପ୍ରକାଶିତ କରିଥିଲେ ଯାହା ଆମେରିକା ଯୁକ୍ତରାଷ୍ଟ୍ର ରେ " ଥି ଡିଫିଟ ଅଫ ଏ କଙ୍ଗ୍ରେସମେନ " ନାମ ରେ ପ୍ରକାଶିତ କରିଥିଲେ । ଏହି ପୁସ୍ତକ ଉପରେ " ଥି ଇଣ୍ଡିପେଣ୍ଡାନ୍ତ "ସମ୍ବଦପତ୍ର ରେ ଭୂୟଶୀ ପ୍ରଶଂସା କରାଯାଇଥିଲା । "Tully's profound knowledge and sympathy .. unravels a few of the more bewildering and enchanting mysteries of the subcontinent."( ତୁଳି ଙ୍କ ଗଭୀର ଜ୍ଞାନ ଓ ସହାନୁଭୁତି ର ପରିପ୍ରକାଶ ଓ ଉପମହାଦେଶୀୟ ଘଟଣା ବଳି ର ନିଛକ ସତ୍ୟ ର ପରିପ୍ରକାଶ )
ତୁଳି ଙ୍କ ଏକମାତ୍ର କାଳ୍ପନିକ ଲେଖା " The Heart of India," ୧୯୯୫ ମସିହା ରେ ପ୍ରକାଶିତ ହେଇଥିଲା ।
୨୦୦୨ ମସିହା ରେ ତାଙ୍କ ରଚିତ " India in Slow Motion" ( ସ୍ଵଳ୍ପଗତିଶୀଳ ଭାରତ ) , ଗିଳିଆନ ରାଇଟ ଙ୍କ ସହ ଲେଖିଥିଲେ । ଏହି ପୁସ୍ତକ କୁ ମଧ୍ୟ ସମାଲୋଚକ ମାନେ ଭୂୟଶୀ ପ୍ରସଂଶା କରିଥିଲେ । [୧୪]
ତୁଳି "India's Unending Journey " ଏବଂ "India: The Road Ahead" ପୁସ୍ତକ ଦ୍ୱୟ ୨୦୦୮ ଓ୨୦୧୧ ମସିହା ରେ ରଚନା କରିଥିଲେ ।
ଧର୍ମ ଉପରେ ପର୍ଜ୍ୟବେଶିତ ମାର୍କ ତୁଳି ଙ୍କ ପୁସ୍ତକ " An Investigation into The Lives of Jesus" ଏବଂ ମଦର ତେରେଷା ଙ୍କ ଜୀବନୀ ଉପରେ " ମଦର " ନାମକ ପୁସ୍ତକ ୧୯୯୨ ରେ ପ୍ରକାଶିତ ହେଇଥିଲା ଓ ତାହା ବିବିସି ଧାରାବାହିକ ରୁ ଆଦୃତ ହେଇଥିଲା ।
ତାଙ୍କର ଉପନ୍ୟାସ " ହିନ୍ଦୁତ୍ଵ ସେକ୍ସ " ଓ : ଆଡଭେଞ୍ଚର " ର ମୁଖ୍ୟ ଚରିତ୍ର ର ଅନେକ ସମାନତା ତାଙ୍କ ନିଜ ଚରିତ୍ର ସହ ଥିବାର ସମାଲୋଚକ ମାନେ ଅଭିଯୋଗ କରିଥିଲେ । କିନ୍ତୁ ମାର୍କ ତାହାକୁ ସ୍ଵୀକାର କରିବା ସହ ଏପରିକି ମୁଖ୍ୟ ଚରିତ୍ର ର ନାମ ନିଜ ନାମ ଦିଆ ହେଇଥିବା ଦର୍ଶାଇ ଥିଲେ । କିନ୍ତୁ ଉପନ୍ୟାସ ରେ ଦିଆ ଯାଇଥିବା ହିନ୍ଦୁତ୍ଵ ତାଙ୍କ ନିଜ ହିନ୍ଦୁ ଧର୍ମ ଉପରେ ମତ ନୁହେ ବୋଲି କହିଥିଲେ । [୧୫]
References
- ↑ "Birthdays". The Guardian. Guardian News & Media. 29 October 2014. p. 47.
{{cite news}}
:|access-date=
requires|url=
(help) - ↑ "Mark Tully: The voice of India". London: BBC. 31 December 2001. Retrieved 25 November 2009.
- ↑ Victor, Peter (10 July 1994). "Tully quits BBC". London: The Independent. Retrieved 25 November 2009.
- ↑ "Media reportage: Interview with Mark Tully". The Hindu. 20 February 2000. Retrieved 25 November 2009.
- ↑ Drogin, Bob (22 December 1992). "Profile The BBC's Battered Sahib Mark Tully has been expelled by India, chased by mobs and picketed. He loves his job". Los Angeles Times. Retrieved 25 November 2009.
- ↑
{{cite web}}
: Empty citation (help) - ↑ Tully, Mark (5 December 2002). "Tearing down the Babri Masjid". London: BBC. Retrieved 11 January 2010.
- ↑
{{cite web}}
: Empty citation (help) - ↑ "It's Sir Mark Tully in UK honors list". CNN. 31 December 2001. Retrieved 25 November 2009.
- ↑
{{cite web}}
: Empty citation (help) - ↑ "An honour, says Tully". Press Trust of India. 1 January 2002. Retrieved 25 November 2009.
- ↑
{{cite web}}
: Empty citation (help) - ↑ "BAFTA Awards". awards.bafta.org. Retrieved 2016-11-25.
- ↑ Holland, Michael (7 December 2003). "The Observer". Slow Progress: Michael Holland on India in Slow Motion by Mark Tully. guardian.co.uk. Retrieved 22 November 2011.
- ↑ Nelson, Dean (5 April 2010). "Former BBC correspondent Sir Mark Tully attacked in novel". The Daily Telegraph. London. Retrieved 27 September 2010.