ମାର୍କ ତୁଳି

ଉଇକିପିଡ଼ିଆ‌ରୁ

ସାର ମର୍କ ତୁଳି
Born
William Mark Tully

(1935-10-24) ୨୪ ଅକ୍ଟୋବର ୧୯୩୫ (ବୟସ ୮୮)
EducationMarlborough College
Trinity Hall, Cambridge
Occupation(s)Journalist, writer
Signature

ସାର୍ ଉଇଲିୟମ ମାର୍କ୍ ତୁଲି, KBE (ଜନ୍ମ ୨୪ ଅକ୍ଟୋବର୍ ୧୯୩୫) [୧][୨]ନୂଆ ଦିଲ୍ଲୀରେ ଅବସ୍ଥାପିତ ବ୍ରିଟିଶ୍ ବ୍ରାଡ୍ କାସ୍ଟିଂଗ୍  କରପୋରେସନ୍ ( BBC) ପୁର୍ବତନ ବୁରୋ ମୁଖ୍ୟ . ସେ ଜୁଲାଇ ୧୯୯୪ ମସିହା ରେ[୩] ଇସ୍ତଫା ଦେବା  ଅଗରୁ ଦୀର୍ଘ ୩୦ ବର୍ଷ ଧରି BBCରେ କାର୍ଯ୍ୟ କରିଥିଲେ . ସେ ଦିଲ୍ଲୀରେ BBCର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାବରେ ୨୦ ବର୍ଷ[୪] କାର୍ଯ୍ୟ କରିଥିଲେ . ସେ ଅନେକ ଗୁଡିଏ କାଲ୍ପନିକ ଓ ଅଣ କାଲ୍ପନିକ ପୁସ୍ତକ ରଚନା କରିବା ସହ ବହୁ ସଂଖ୍ୟରେ ପୁରସ୍କାର୍ ଲାଭ କରିଥିଲେ .  ସେ ଭାରତରେ ଓରିଏନ୍ଟାଲ କ୍ଲବ୍ରର ସଦସ୍ୟ ମଧ୍ୟ ରହିଛନ୍ତି .   

ବ୍ୟକ୍ତିଗତ ଜୀବନ [ସମ୍ପାଦନା]

ବ୍ରିଟିଶ ଭାରତର କଲିକତା ସହର ସନ୍ନିକଟ ଟଳିଗଞ୍ଜଠାରେ ମାର୍କ ତୁଳି ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ବ୍ରିଟିଶ ବ୍ୟବସାୟୀ ଥିଲେ । ସେ ବ୍ରିଟିଶ ରାଜର ଏକ ଅଗ୍ରଣୀ କମ୍ପାନୀର ସହଯୋଗୀ ଅଂଶୀଦାର ଥିଲେ । ମାର୍କ ତାଙ୍କ ଜୀବନର ପ୍ରଥମ ଦଶକ ଭାରତରେ କଟାଇଥିଲେ । ୪ ବର୍ଷ ବୟସରେ ସେ ଦାର୍ଜିଲିଂସ୍ଥ ଏକ ଆବାସିକ ଇଂରାଜୀ ସ୍କୁଲରେ ଭର୍ତ୍ତି ହୋଇଥିଲେ । ପରେ ଉଚ୍ଚତର ଶିକ୍ଷା ପାଇଁ ବିଲାତ ଯାଇଥିଲେ । 

ଇଂଲଣ୍ଡରେ ସେ ଟାଇଫୋର୍ଡ ସ୍କୁଲ , ମାର୍ଲବୋରୋ କଲେଜ ଓ ଟ୍ରିନୀଟୀ  ହଲ ,କେମ୍ବ୍ରିଜଠାରେ ସେ ଥିଓଲଗି ବିଷୟରେ ଶିକ୍ଷା ଲାଭ କରିଥିଲେ । ଶିକ୍ଷା ଲାଭ ପରେ ସେ ଧର୍ମଯାଜକ ହେବା ପାଇଁ ଇଚ୍ଛୁକ ଥିଲେ ମଧ୍ୟ ସେହି ଇଚ୍ଛାକୁ ପରିତ୍ୟାଗ କରିଥିଲେ । .

ପତ୍ରକାର ଜୀବନ [ସମ୍ପାଦନା]

ତୁଳି ବିବିସି( BBC)  ରେ ୧୯୯୪ ମସିହା ଜୁଆଳି ମାସରେ ଯୋଗଦାନ କରି ଭାରତକୁ ପ୍ରତ୍ୟାବର୍ତନ କାଲେ । ସେ BBCର ଭାରତର ପ୍ରତିନିଧି[୫] ଭାବରେ କାର୍ଯ୍ୟ କଲେ ।ସେ ଏହି କ୍ରମରେ ଦକ୍ଷିଣ ଏସିଆର ସମସ୍ତ ମୁଖ୍ୟ ଘଟଣାବଳୀର ବିବରଣୀ ପ୍ରଦାନ କରିଥିଲେ । ସେ ଇଣ୍ଡୋ-ପାକିସ୍ଥାନ ବ ବିବାଦ , ଭୋପାଳ ବାଷ୍ପ ଦୁର୍ଘଟଣା , ଅପରେସନ ବ୍ଲୁ ଷ୍ଟାର ଓ ତାହା ପରେ ହେଇଥିବା  ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଓ ଶିଖ- ବିରୋଧୀ ଦଙ୍ଗା, ରାଜୀବ ଗାନ୍ଧୀଙ୍କ ହତ୍ୟା ,ବାବରୀ ମସଜିଦ ଭଙ୍ଗା ଘଟଣା[୬] ସବୁର ବିଷାଦ ବିବରଣୀ ସଂଗ୍ରହ କରି BBCଦ୍ୱାରା ପ୍ରସାରିତ କରିଥିଲେ । ୧୯୭୫-୭୭ ମସିହା ଆପାଦକାଳୀନ ସ୍ଥିତି ସମୟରେ  ତାଙ୍କୁ ଭାରତରେ ପ୍ରବେଶ ନିଷେଧ କରାଯାଇଥିଲା । 

BBCର ତତ୍କାଳୀନ ମୁଖ୍ୟ ନିର୍ଦ୍ଦେଶକ ଜନ ବିର୍ଟଙ୍କ ସହ ମନୋମାଳିନ୍ୟ କାରଣରୁ ସେ ଜୁଲାଇ ୧୯୯୪ରେ BBCରୁ ଇସ୍ତଫା ଦେଇଥିଲେ । ସେ ଆରୋପ କରିଥିଲେ ଯେ ବିର୍ଟ BBC  କୁ " ଭୟର ବାତାବରଣ" ମଧ୍ୟରେ ଚଳଉଛନ୍ତି ଓ କର୍ମଚାରୀମାନଙ୍କ ମନୋବଳକୁ ଦୁର୍ବଳ କରିବା ଯୋଗୁଁ BBCର ଜନପ୍ରିୟତା ହରାଉଛନ୍ତି । ସେ ସେହି ବର୍ଷ ଟ୍ରେନରେ ପାକିସ୍ଥାନ ଯିବାର ଯତ୍ରକାହାଣୀ "କରାଚିରୁ ଖଇୱର ପାସ " ନାମରେ ପ୍ରକାଶ କରିଥିଲେ । ୧୯୯୪ ପରେ ସେ ସ୍ୱାଧୀନ ଭାବରେ ସମ୍ବାଦିକତା କରିଥିଲେ ଓ ଦିଲ୍ଲୀରେ ରହିଛନ୍ତି । ବର୍ତ୍ତମାନ ସେ BBC ରେଡିଓ ୪ରେ ପ୍ରସାରିତ ସାପ୍ତାହିକ ଧାରାବାହିକ " Something Understood " ଉପସ୍ଥାପକ ଭାବେ ପ୍ରସାରିତ କରୁଛନ୍ତି ।[୩]

ପୁରସ୍କାର ଓ ସମ୍ମାନ [ସମ୍ପାଦନା]

ମର୍କ ତୁଳିଙ୍କୁ ୧୯୮୫ ମସିହାରେ  ବ୍ରିଟିଶ ସରକାରଙ୍କଦ୍ୱାରା  " ଅର୍ଡର ଅଫ ଥି ବ୍ରିଟିଶ ଏମ୍ପାଇୟାର " , ୧୯୯୨ ମସିହାରେ ଭାରତ ସରକାରଙ୍କ ତରଫରୁ " ପଦ୍ମଶ୍ରୀ " ପ୍ରଦାନ କରାଯାଇଥିଲା । ସେ ବ୍ରିଟିଶ ସରକାରଙ୍କଦ୍ୱାରା ୨୦୦୨ ମସିହା [୭]ନବବର୍ଷ ଅବସରରେ " ନାଇଟ " ସମ୍ମାନରେ ଭୂଷିତ ହେଇଥିଲେ । ୨୦୦୫ ମସିହାରେ ଭାରତ ସରକାର ତାଙ୍କୁ ସମ୍ମାନଜନକ " ପଦ୍ମଭୂଷଣ " [୮]ପୁରସ୍କାର ପ୍ରଦାନ କରିଥିଲେ । BAFTA ରରଫରୁ ମଧ୍ୟ ସେ ଆଜୀବନ ଅବଦାନ ପୁରସ୍କାର ପ୍ରାପ୍ତ ହେଇଛନ୍ତି । [୯]

ରଚିତ ପୁସ୍ତକ ସମୂହ[ସମ୍ପାଦନା]

ଫାଇଲ:Mark Tully No Full Stops In India.jpg
୧୯୯୨ ମସିହାରେ ପ୍ରକାଶିତ ମାର୍କ ତୁଳିଙ୍କ ଏକ ଶ୍ରେଷ୍ଠ ପ୍ରଚଳିତ ପୁସ୍ତକ "No Full Stops in India" ।   

ମର୍କ ତୁଳିଙ୍କ ଭାରତ ଉପରେ  ପର୍ଯ୍ୟବସିତ ପ୍ରଥମ ପୁସ୍ତକ "Amritsar: Mrs Gandhi's Last Battle (1985)"କୁ ସେ ବିବିସି ଦିଲ୍ଲୀ ପ୍ରତିନିଧି ସତୀଶ ଜାକବଙ୍କ ସହ ମିଳିତ ଭାବରେ ରଚନା କରିଥିଲେ । ଏହା ଅପରେସନ ବ୍ଲୁ ଷ୍ଟାର ଉପରେ ପର୍ଯ୍ୟବସିତ ହେଇ ଏଥିରେ ଭାରତୀୟ ସେନାର ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ଶିଖ ଦଙ୍ଗା କାରୀ ମାନଙ୍କ ଉପରେ ଆକ୍ରମ ବିଷୟର ବିବରଣୀ ରହିଥିଲା ।   

ତାଙ୍କର ପରବର୍ତ୍ତୀ ପୁସ୍ତକ " ରାଜରୁ ରାଜୀବ : ଭାରତ ସ୍ୱାଧୀନତାର ୪୦ ବର୍ଷ "  ଜାହିର ମାସନୀଙ୍କ ସହ ଲେଖିଥିଲେ ଓ ଏହା ବିବିସିଦ୍ୱାରା ପ୍ରସାରିତ ସେହି ନାମର ଏକ ଧାରାବାହିକ ଉପରେ ପର୍ଯ୍ୟବସିତ ହେଇଥିଲା । ଏହି ପୁସ୍ତକ ଆମେରିକାରେ " ଇଣ୍ଡିଆ: ସ୍ୱାଧୀନତାର ୪୦ ବର୍ଷ " ନାମରେ ପ୍ରକାଶିତ ହେଇଥିଲା । 

 ସାମ୍ବାଦିକ ତଥ୍ୟ ଭିତ୍ତିକ ପ୍ରବନ୍ଧାବଳି  " ନୋ ଫୁଲ ଷ୍ଟପ "କୁ ତୁଳି  ୧୯୮୮ ପ୍ରକାଶିତ କରିଥିଲେ ଯାହା ଆମେରିକା ଯୁକ୍ତରାଷ୍ଟ୍ରରେ "  ଥି ଡିଫିଟ ଅଫ  ଏ କଙ୍ଗ୍ରେସମେନ " ନାମରେ ପ୍ରକାଶିତ କରିଥିଲେ । ଏହି ପୁସ୍ତକ ଉପରେ " ଥି ଇଣ୍ଡିପେଣ୍ଡାନ୍ତ "ସମ୍ବଦପତ୍ରରେ ଭୂୟଶୀ ପ୍ରଶଂସା କରାଯାଇଥିଲା । "Tully's profound knowledge and sympathy .. unravels a few of the more bewildering and enchanting mysteries of the subcontinent."( ତୁଳିଙ୍କ ଗଭୀର ଜ୍ଞାନ ଓ ସହାନୁଭୁତିର ପରିପ୍ରକାଶ ଓ ଉପମହାଦେଶୀୟ ଘଟଣା ବଳିର ନିଛକ ସତ୍ୟର ପରିପ୍ରକାଶ ) 

ତୁଳିଙ୍କ ଏକମାତ୍ର କାଳ୍ପନିକ ଲେଖା " The Heart of India," ୧୯୯୫ ମସିହାରେ ପ୍ରକାଶିତ ହେଇଥିଲା । 

୨୦୦୨ ମସିହାରେ ତାଙ୍କ ରଚିତ " India in Slow Motion" ( ସ୍ୱଳ୍ପଗତିଶୀଳ ଭାରତ ) , ଗିଳିଆନ ରାଇଟଙ୍କ ସହ ଲେଖିଥିଲେ । ଏହି ପୁସ୍ତକକୁ ମଧ୍ୟ ସମାଲୋଚକମାନେ ଭୂୟଶୀ ପ୍ରସଂଶା କରିଥିଲେ ।  [୧୦]

ତୁଳି "India's Unending Journey " ଏବଂ "India: The Road Ahead" ପୁସ୍ତକ ଦ୍ୱୟ ୨୦୦୮ ଓ୨୦୧୧ ମସିହାରେ ରଚନା କରିଥିଲେ । 

ଧର୍ମ ଉପରେ ପର୍ଯ୍ୟବସିତ ମାର୍କ ତୁଳିଙ୍କ ପୁସ୍ତକ " An Investigation into The Lives of Jesus"  ଏବଂ ମଦର ତେରେଷାଙ୍କ ଜୀବନୀ ଉପରେ " ମଦର " ନାମକ ପୁସ୍ତକ ୧୯୯୨ରେ ପ୍ରକାଶିତ ହେଇଥିଲା ଓ ତାହା ବିବିସି ଧାରାବାହିକରୁ ଆଦୃତ ହେଇଥିଲା । 

ତାଙ୍କର ଉପନ୍ୟାସ " ହିନ୍ଦୁତ୍ୱ ସେକ୍ସ " ଓ : ଆଡଭେଞ୍ଚର "ର ମୁଖ୍ୟ ଚରିତ୍ରର ଅନେକ ସମାନତା ତାଙ୍କ ନିଜ ଚରିତ୍ର ସହ ଥିବାର ସମାଲୋଚକମାନେ ଅଭିଯୋଗ କରିଥିଲେ । କିନ୍ତୁ ମାର୍କ ତାହାକୁ ସ୍ୱୀକାର କରିବା ସହ ଏପରିକି ମୁଖ୍ୟ ଚରିତ୍ରର ନାମ ନିଜ ନାମ ଦିଆ ହେଇଥିବା ଦର୍ଶାଇ ଥିଲେ । କିନ୍ତୁ ଉପନ୍ୟାସରେ ଦିଆ ଯାଇଥିବା ହିନ୍ଦୁତ୍ୱ ତାଙ୍କ ନିଜ ହିନ୍ଦୁ ଧର୍ମ ଉପରେ ମତ ନୁହେ ବୋଲି କହିଥିଲେ । [୧୧]

References[ସମ୍ପାଦନା]

  1. "Birthdays". The Guardian. Guardian News & Media. 29 ଅକ୍ଟୋବର 2014. p. 47. {{cite news}}: |access-date= requires |url= (help)
  2. "Mark Tully: The voice of India". London: BBC. 31 ଡିସେମ୍ବର 2001. Retrieved 25 ନଭେମ୍ବର 2009.
  3. ୩.୦ ୩.୧ Victor, Peter (10 ଜୁଲାଇ 1994). "Tully quits BBC". London: The Independent. Retrieved 25 ନଭେମ୍ବର 2009.
  4. "Media reportage: Interview with Mark Tully". The Hindu. 20 ଫେବୃଆରୀ 2000. Retrieved 25 ନଭେମ୍ବର 2009.
  5. Drogin, Bob (22 ଡିସେମ୍ବର 1992). "Profile The BBC's Battered Sahib Mark Tully has been expelled by India, chased by mobs and picketed. He loves his job". Los Angeles Times. Retrieved 25 ନଭେମ୍ବର 2009.
  6. Tully, Mark (5 ଡିସେମ୍ବର 2002). "Tearing down the Babri Masjid". London: BBC. Retrieved 11 ଜାନୁଆରୀ 2010.
  7. "An honour, says Tully". Press Trust of India. 1 ଜାନୁଆରୀ 2002. Retrieved 25 ନଭେମ୍ବର 2009.
  8. "Padma Bhushan Awardees". Indian government. 2005. Retrieved 25 ନଭେମ୍ବର 2009.
  9. "BAFTA Awards". awards.bafta.org. Retrieved 25 ନଭେମ୍ବର 2016.
  10. Holland, Michael (7 ଡିସେମ୍ବର 2003). "The Observer". Slow Progress: Michael Holland on India in Slow Motion by Mark Tully. guardian.co.uk. Retrieved 22 ନଭେମ୍ବର 2011.
  11. Nelson, Dean (5 ଅପ୍ରେଲ 2010). "Former BBC correspondent Sir Mark Tully attacked in novel". The Daily Telegraph. London. Retrieved 27 ସେପ୍ଟେମ୍ବର 2010.