କନ୍ନାଟ ପ୍ଲେସ
Connaught Place | |
---|---|
commercial, shopping | |
Nickname: cp | |
Country | India |
State | Delhi |
District | New Delhi |
Named for | Duke of Connaught and Strathearn |
Government | |
• Body | New Delhi Municipal Council |
Languages | |
Time zone | UTC+5:30 (IST) |
PIN | 110001 |
Lok Sabha constituency | New Delhi |
କନ୍ନାଟ ପ୍ଲେସ (कनॉट प्लेस) ଭାରତୀୟ ରାଜଧାନୀ ମହାନଗର ର ଏକ ବୃହତ୍ତମ ଆର୍ଥିକ , ବାଣିଜ୍ୟିକ କେନ୍ଦ୍ର । ଏହାକୁ CP କୁହାଯାଇଥାଏ ଓ ଏଠାରେ ଅନେକ ବିଖ୍ୟାତ ଭାରତୀୟ ସଂସ୍ଥାନ ମାନଙ୍କ ମୁଖ୍ୟାଳୟ ରହିଛି ।ନୂଆ ଦିଲ୍ଲୀ ର ଏହି ମୁଖ୍ୟ ବାଣିଜ୍ୟ ଅଞ୍ଚଳ ବ୍ରିଟିଶ ସମୟ ରେ ମଧ୍ୟ ଦିଲ୍ଲୀ ସହର ର ଗର୍ବ ର ସ୍ଥାନ ଅଧିକାର କରିଥିଲା ଓ ଏଠାରେ ଅନେକ ଐତିହ ମୂଳକ ସ୍ଥାପତ୍ୟ ରହିଛି । ଏହା " lutyen's ଦିଲ୍ଲୀ" ନାମରେ ଖ୍ୟାତ ଥିଲା ।
ଏହାର ନିର୍ମାଣ 1929 ମସିହା ରେ ଆରମ୍ଭ ହେଇ 1933 ରେ ସମାପ୍ତ ହେଇଥିଲା ଓ ଇଂଲଣ୍ଡ କନ୍ନାଟ ର ପ୍ରଥମ ଡୂକ ଙ୍କ ନାମାନୁସାରେ ନମିତା ହେଇଥିଲା । ବର୍ତମାନ ଏହା ତଳ ଦେଇ ଦିଲ୍ଲୀ ମେଟ୍ରୋ ର ଲାଇନ ଯାଇଛି ଓ ଏଠାରେ ରାଜୀବ ଚୌକ ମ୍ନାମକ ମେଟ୍ରୋ ଷ୍ଟେସନ ରହିଛି । [୧]
ଇତିହାସ
କନ୍ନାଟ ପ୍ଲେସ ନିର୍ମାଣ ଆଗରୁ ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲ ରେ ପୂର୍ଣ ଥିଲା । ଜଙ୍ଗଲ ରେ ହେଟାବାଘ , ଅରଣ୍ୟ ଘୁଷୁରି ଆଦି ରହୁଥିଲେ ଓ ନିକଟସ୍ଥ କାଶମେର ଗେଟ ଓ ସିଭିଲ ଲାଇନ ଅଞ୍ଚଳ ର ଲୋକେ ସେଟାକୁ ଛୁଟି ଦିନ ରେ ପକ୍ଷୀ ଶିକାର କରିବାକୁ ଯାଉଥିଲେ । ସେଠାରେ ଥିବା ପ୍ରାଚୀନ ହନୁମାନ ମଦିର କୁ ଅନେକ ଦର୍ଶକ ଆସୁଥିଲେ । ଅଞ୍ଚଳ ଟି ରାତ୍ର କଳା ରେ ଯାତାୟାତ ପାଇଁ ବିପଦଜନକ ଥିଲା ।
ଏହି ଅଞ୍ଚଳ ସମେତ ମାଧୋଗଞ୍ଜ , ଜାୟସିଙ୍ଗ ପୁରା ଓ ରାଜା କି ବଜାର ଅଞ୍ଚଳ ର ଲୋକଙ୍କୁ ସ୍ଥାନାନ୍ତର କରାଯାଇ କନ୍ନାଟ ପ୍ଲେସ ନିର୍ମାଣ ପାଇଁ ସ୍ଥାନ ଖାଲି କରାଯାଇଥିଲା । ମୁଗଳ ଶାସନ କାଳ ରୁ ରହିଥିବା ଏଇତିହାସିକ କୁତବ ରୋଡ , ସହଜନାବାଦ ରୋଡ ଅଞ୍ଚଳ ରେ ଥିବା ଗ୍ରାମାଞ୍ଚଳ କୁ ଖାଲି କରାଯାଇ ସେଠାକାର ଅଧିବାଶି ଙ୍କୁ କାରୋଲ ବାଗ ରେ ରଖାଯାଇଥିଲା । କେବଳ ହନୁମାନ ମନ୍ଦିର , ଜୟସିଙ୍ଘ ପୁରା ଜୈନ ମନ୍ଦିର ଓ ଯନ୍ତର ମନ୍ଥର କୁ ରଖାଯାଇଥିଲା । [୨]
ନିର୍ମାଣ କାର୍ଯ୍ୟ
ବ୍ରିଟିଶ ଭାରତ ସରକାର ଙ୍କ ମୁଖ୍ୟ ସ୍ଥପତ୍ୟ ବିଦ W. H. Nicholls ଙ୍କ ଦ୍ଵାରା ଏଠାରେ କେନ୍ଦ୍ରୀୟ ବାଣିଜ୍ୟ ଜିଲ୍ଲା ସ୍ଥାପନ ପାଇଁ ଯୋଜନା ତିଆରି ହେଲା । ସେଠାରେ ଉରୋପୀୟ ଢାଞ୍ଚା ରେ ଏକ କେନ୍ଦ୍ରୀୟ ପ୍ଲାଜା ନିର୍ମିତ ହେବାର ଯୋଜନା ହେଲା । ତେବେ Nicholls ଭାରତ ଛାଡି ଚାଲି ଯିବାରୁ ଓ "ଲୁଟ୍ୟେନ" ଓ "ବାକର" ଅନ୍ୟ କାମ ରେ ବ୍ୟସ୍ତ ଥିବାରୁ "ରବର୍ଟ ଟର ରସେଲ" ଙ୍କ ଉପରେ ଏହାର ନିର୍ମାଣ ଭାର ସମର୍ପଣ କରାଯାଇଥିଲା ।
Early years
ସିନେମା ଘର
୧୯୩୧ ମସିହା ରେ କଥାଚିତ୍ର ପଦ୍ଧତି ଭାରତ ରେ ପ୍ରଚଳିତ ହେବା ପରେ ଏହାର ଆଦୃତି ବହୁ ପରିମାଣ ରେ ବଢି ଯାଇଥିଲା । ( ଆଗରୁ ନିର୍ବାକ ଚଳଚିତ୍ର ନିର୍ମିତ ହକନ୍ନଟ ପ୍ଲେସ ଠାରେ ପ୍ଲାଜା , ରେଗାଳ ,ରିଭୋଳି ଓ ଓଡିଅନ ନାମକ ୪ ଟି ଥିଏଟର ଖୋଲି ଥିଲା । ଏହା ମଧ୍ୟ ରୁ ରେଗାଳ ଥିଏଟର ପ୍ରଥମେ ୧୯୩୨ ମସିହା ରେ ଆରମ୍ଭ ହେଇଥିଲା । ଏଠାରେ ଫିଲ୍ମ ସହିତ ସଙ୍ଗୀତ , ନୃତ୍ୟ ଓ ଅନନ୍ୟ ମନୋରଞ୍ଜନ କରଜ୍ୟକରମ ସବୁ ହାଉଥିଲା । ଏବେ ମଧ୍ୟ ସେ ସବୁ ସିନେମା ଘର ରହିଥିଲେ ମଧ୍ୟ ଏହାର ମାଲିକାନା ପରିବର୍ତନ ହେଇ ପୁନଃ -ନିର୍ମିତ ହେଇଛି । [୩]
Today
କେନ୍ଦ୍ର ପାର୍କ ରେ ଜାତୀୟ ପତାକା
୨୦୧୪ ମସିହା ମାର୍ଚ ୭ ତାରିଖ ରେ ସେହି ସମୟ ର ବୃହତ୍ତମ ତ୍ରିରଙ୍ଗା କୁହାଯାଉଥିବା ୯୦ଫୁଟ ରେ ୬୦ ଫୁଟ ଆକାର ର ଭାରତୀୟ ଜାତୀୟ ପତାକା କୁ ଏକ ୨୦୭ ଫୁଟ ଉଛ ଖମ୍ବ ସହାୟତା ରେ କନ୍ନାଟ ପ୍ଲେସ ର କେନ୍ଦ୍ର ପାର୍କ ଠାରେ ଉଡ଼ାଯାଇଥିଲା । [୪]
ଦିଲ୍ଲୀ ବିସ୍ଫୋରଣ
2008 ମସିହା ର ଦିଲ୍ଲୀ ଆତଙ୍କବାଦୀ ବିସ୍ଫୋରଣ ଘଟଣା ର 5 ଟି ବିସ୍ଫୋରଣ ମଧ୍ୟ ରୁ ଦୁଇଟି କନ୍ନାଟ ପ୍ଲେସ ଅଞ୍ଚଳ ରେ ହେଇଥିଲା । ପରିମଳ ପାଇଁ ଥିବା କୁଣ୍ଡ ରୁ ବୋମା ଗୁଡିକ ମିଳିଥିଲା ଓ ଦୁଇଟି ବିସ୍ଫୋରଣ ରେ 10 ଜଣ ବ୍ୟକ୍ତି ଆହତ ହେଇଥିଲେ । ଏହା ବାଦ ସମସ୍ତ ପରିମଳ କୁଣ୍ଡ ହଟେଇ ଦିଆ ଯାଇଥିଲା ।
ପୁନଃ -ଉନ୍ନୟନ ଯୋଜନା ସବୁ
2000 ମସିହା ସମୟ କୁ କନ୍ନାଟ ପ୍ଲେସ ତାହାର ପୂର୍ବତନ ଗୌରବ ଓ ସୌନ୍ଦର୍ଜୀ ଅନେକାଂଶ ରେ ହରେଇଥିଲା । ରାସ୍ତା ଗୁଡିକ ଧୀରେ ଧୀରେ ଶଙ୍କିର୍ଣ ହେଇଚାଲିଥିଲା ଓ ନୂତନ ପିଢୀ ର ଭିଡ ସମ୍ଭାଳିବାକୁ ଅସମର୍ଥ ହେଇ ପଡିଥିଲା । ନୂଆ ଦିଲ୍ଲୀ ମୁନ୍ସିପାଳ କର୍ପୋରେସନ ଏହାର ପୁନରୁଦ୍ଧାର ପାଇଁ ଯୋଜନା କରିଥିଲେ । ରାସ୍ତା , ଜଳ ଯୋଗାଣ , ଟ୍ରାଫିକ ପରିଚାଳନା , ପୁରୁଣା ଅଟ୍ଟାଳିକା ମାନଙ୍କ ସୁରକ୍ଷ୍ୟା ଦିଗ ପାଇଁ ଧ୍ୟାନ ଦିଆଯାଇଥିଲା । 2010 କମନୱେଲ୍ଥ ଗେମ୍ସ ଆଗରୁ ନିର୍ମାଣ କାର୍ଯ୍ୟ ସମାପ୍ତ ହେବାର ଯୋଜନା ଥିଲେ ମଧ୍ୟ ତାହା ହେଇ ପାରିନଥିଲା । 2016 ସୁଦ୍ଧା କିଛି ଅଞ୍ଚଳ ର କାର୍ଯ୍ୟ ସାରିଥିଲେ ମଧ୍ୟ ବାକି କାମ ସମ୍ପୂର୍ଣ ହେଲା ବେଳକୁ 2020 ମସିହା ହେଇଯାଇଥିବ ।
ଫିଲ୍ମ ରେ
ଅନେକ ଭାରତୀୟ ଫିଲ୍ମ ରେ କନ୍ନଟ ପ୍ଲେସ ର ଦୃଶ୍ୟ ରହି ଥାଏ । ଏଠାରେ କିଛି ବିଦେଶୀୟ ଫିଲ୍ମ ର ଶୁଟିଙ୍ଗ ମଧ୍ୟ ହେଇଥିଲା ।
ପୁନଶ୍ଚ ଦେଖଣା
Other commercial centres in Delhi metropolitan area:
- Janakpuri District Centre
- Netaji Subhash Place
- Nehru Place
- Bhikaji Cama Place
- Rajendra Place
- Shivaji Place
- South Extension
Visitor attractions
- Agrasen ki Baoli, Connaught Place
- The Imperial, New Delhi
- National Philatelic Museum, New Delhi
- Inner Circle, New Delhi, Connaught Place
ଚିତ୍ର ଗେଲେରୀ
-
Skyscrapers at Connaught Place
-
The Statesman Building
-
Central Park
-
Shops along the innermost Connaught Circle at night in early 2006
-
Typical Georgian buildings
-
Agrasen Ki Baoli is hidden among the high-rises of Connaught Place
-
Small Mosque
-
Inner circle
-
On one of the spokes
-
Street scene
-
View from a restaurant
-
Palika Bazar entrance at the time of the 2010 Commonwealth Games
-
Connaught Place commercial area
ଆଧାର ସମୂହ
- ↑ "New Delhi renames 'British' sites to honour the Gandhis". Deseret News. Associated Press. 21 August 1995. Retrieved 14 July 2014.
- ↑ "A tale of two cities". Hindustan Times. 1 ସେପ୍ଟେମ୍ବର 2011. Archived from the original on 2 July 2015.
{{cite news}}
: Unknown parameter|deadurl=
ignored (|url-status=
suggested) (help) - ↑ "The famous four". Hindustan Times. 14 September 2011.
- ↑ Malhotra, Aditi (12 March 2014). "Bending the Rules to Fly India's Largest Flag". Wall Street Journal - India. Retrieved 8 June 2014.