କନ୍ନାଟ ପ୍ଲେସ

ଉଇକିପିଡ଼ିଆ‌ରୁ
କନ୍ନାଟ ପ୍ଲେସ
commercial, shopping
Panoramic view of inner circle and central park in Connaught Place
Panoramic view of inner circle and central park in Connaught Place
Nickname: 
cp
CountryIndia
StateDelhi
DistrictNew Delhi
Named forDuke of Connaught and Strathearn
Government
 • BodyNew Delhi Municipal Council
Languages
Time zoneUTC+5:30 (IST)
PIN
110001
Lok Sabha constituencyNew Delhi

କନ୍ନାଟ ପ୍ଲେସ (कनॉट प्लेस) ଭାରତୀୟ ରାଜଧାନୀ ମହାନଗରର ଏକ ବୃହତ୍ତମ ଆର୍ଥିକ , ବାଣିଜ୍ୟିକ କେନ୍ଦ୍ର । ଏହାକୁ CP କୁହାଯାଇଥାଏ ଓ ଏଠାରେ ଅନେକ ବିଖ୍ୟାତ ଭାରତୀୟ ସଂସ୍ଥାନ ମାନଙ୍କ ମୁଖ୍ୟାଳୟ ରହିଛି ।ନୂଆ ଦିଲ୍ଲୀର ଏହି ମୁଖ୍ୟ ବାଣିଜ୍ୟ ଅଞ୍ଚଳ ବ୍ରିଟିଶ ସମୟରେ ମଧ୍ୟ ଦିଲ୍ଲୀ ସହରର ଗର୍ବର ସ୍ଥାନ ଅଧିକାର କରିଥିଲା ଓ ଏଠାରେ ଅନେକ ଐତିହ ମୂଳକ ସ୍ଥାପତ୍ୟ ରହିଛି । ଏହା " lutyen's ଦିଲ୍ଲୀ" ନାମରେ ଖ୍ୟାତ ଥିଲା ।  

ଏହାର ନିର୍ମାଣ 1929 ମସିହାରେ ଆରମ୍ଭ ହେଇ 1933ରେ ସମାପ୍ତ ହେଇଥିଲା ଓ ଇଂଲଣ୍ଡ କନ୍ନାଟର ପ୍ରଥମ ଡୂକଙ୍କ ନାମାନୁସାରେ ନମିତା ହେଇଥିଲା । ବର୍ତ୍ତମାନ ଏହା ତଳ ଦେଇ  ଦିଲ୍ଲୀ ମେଟ୍ରୋର ଲାଇନ ଯାଇଛି ଓ ଏଠାରେ ରାଜୀବ ଚୌକ ମ୍ନାମକ ମେଟ୍ରୋ ଷ୍ଟେସନ ରହିଛି । [୧]

ଇତିହାସ [ସମ୍ପାଦନା]

1932 ମସିହାରୁ ରହିଥିବା ରେଗାଲ ସିନେମା , କନ୍ନାଟ ପ୍ଲେସର ପ୍ରଥମ ସିନେମଘର 
କନ୍ନଟ ପ୍ଲେସର କେନ୍ଦ୍ର ପାର୍କ ଓ ଭିରତର ଅଞ୍ଚଳର ଚିତ୍ର 

କନ୍ନାଟ ପ୍ଲେସ ନିର୍ମାଣ ଆଗରୁ ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପୂର୍ଣ ଥିଲା । ଜଙ୍ଗଲରେ ହେଟାବାଘ , ଅରଣ୍ୟ ଘୁଷୁରି ଆଦି ରହୁଥିଲେ ଓ ନିକଟସ୍ଥ କାଶମେର ଗେଟ ଓ ସିଭିଲ ଲାଇନ ଅଞ୍ଚଳର ଲୋକେ ସେଟାକୁ ଛୁଟି ଦିନରେ ପକ୍ଷୀ ଶିକାର କରିବାକୁ ଯାଉଥିଲେ । ସେଠାରେ ଥିବା ପ୍ରାଚୀନ ହନୁମାନ ମଦିରକୁ ଅନେକ ଦର୍ଶକ ଆସୁଥିଲେ । ଅଞ୍ଚଳଟି ରାତ୍ର କଳାରେ ଯାତାୟତ ପାଇଁ ବିପଦଜନକ ଥିଲା । 

ଏହି ଅଞ୍ଚଳ ସମେତ ମାଧୋଗଞ୍ଜ , ଜାୟସିଙ୍ଗ ପୁରା ଓ ରାଜା କି ବଜାର ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇ କନ୍ନାଟ ପ୍ଲେସ ନିର୍ମାଣ ପାଇଁ ସ୍ଥାନ ଖାଲି କରାଯାଇଥିଲା । ମୁଗଳ ଶାସନ କାଳରୁ ରହିଥିବା ଏଇତିହାସିକ କୁତବ ରୋଡ , ସହଜନାବାଦ ରୋଡ ଅଞ୍ଚଳରେ ଥିବା ଗ୍ରାମାଞ୍ଚଳକୁ ଖାଲି କରାଯାଇ ସେଠାକାର ଅଧିବାଶିଙ୍କୁ କାରୋଲ ବାଗରେ ରଖାଯାଇଥିଲା । କେବଳ ହନୁମାନ ମନ୍ଦିର , ଜୟସିଙ୍ଘ ପୁରା ଜୈନ ମନ୍ଦିର ଓ ଯନ୍ତର ମନ୍ଥରକୁ ରଖାଯାଇଥିଲା । [୨]

ନିର୍ମାଣ କାର୍ଯ୍ୟ [ସମ୍ପାଦନା]

ବ୍ରିଟିଶ ଭାରତ ସରକାର  ଙ୍କ ମୁଖ୍ୟ ସ୍ଥପତ୍ୟ ବିଦ W. H. Nichollsଙ୍କଦ୍ୱାରା ଏଠାରେ କେନ୍ଦ୍ରୀୟ ବାଣିଜ୍ୟ ଜିଲ୍ଲା ସ୍ଥାପନ ପାଇଁ ଯୋଜନା ତିଆରି ହେଲା । ସେଠାରେ ଉରୋପୀୟ ଢାଞ୍ଚାରେ ଏକ କେନ୍ଦ୍ରୀୟ ପ୍ଲାଜା ନିର୍ମିତ ହେବାର ଯୋଜନା ହେଲା । ତେବେ Nicholls ଭାରତ ଛାଡି ଚାଲି ଯିବାରୁ ଓ "ଲୁଟ୍ୟେନ" ଓ "ବାକର" ଅନ୍ୟ କାମରେ  ବ୍ୟସ୍ତ ଥିବାରୁ "ରବର୍ଟ ଟର ରସେଲ"  ଙ୍କ ଉପରେ ଏହାର ନିର୍ମାଣ ଭାର ସମର୍ପଣ କରାଯାଇଥିଲା ।  

ପ୍ରାଚୀନ ସମୟରେ[ସମ୍ପାଦନା]

ସ୍ଥପତ୍ୟବିଦ ରବର୍ଟ ଟର ରସେଲଙ୍କ ନକ୍ସା ଅନୁସାରେ ନିର୍ମିତ ହେଇଥିବା କନ୍ନାଟ ପ୍ଲେସ 
1986 ମସିହାରେ ନିର୍ମିତ ଭାରତୀୟ ଜୀବନ ବୀମାର " ଜୀବନ ଭର୍ତି " ପରିସର 

ସିନେମା ଘର [ସମ୍ପାଦନା]

 ୧୯୩୧ ମସିହାରେ କଥାଚିତ୍ର ପଦ୍ଧତି ଭାରତରେ ପ୍ରଚଳିତ ହେବା ପରେ ଏହାର ଆଦୃତି ବହୁ ପରିମାଣରେ ବଢି ଯାଇଥିଲା । ( ଆଗରୁ ନିର୍ବାକ ଚଳଚ୍ଚିତ୍ର ନିର୍ମିତ ହକନ୍ନଟ ପ୍ଲେସଠାରେ ପ୍ଲାଜା , ରେଗାଳ ,ରିଭୋଳି ଓ ଓଡିଅନ ନାମକ ୪ଟି ଥିଏଟର ଖୋଲି ଥିଲା । ଏହା ମଧ୍ୟରୁ ରେଗାଳ ଥିଏଟର ପ୍ରଥମେ ୧୯୩୨ ମସିହାରେ ଆରମ୍ଭ ହେଇଥିଲା । ଏଠାରେ ଫିଲ୍ମ ସହିତ ସଙ୍ଗୀତ , ନୃତ୍ୟ ଓ ଅନନ୍ୟ ମନୋରଞ୍ଜନ କରଜ୍ୟକରମ ସବୁ ହାଉଥିଲା । ଏବେ ମଧ୍ୟ ସେ ସବୁ ସିନେମା ଘର ରହିଥିଲେ ମଧ୍ୟ ଏହାର ମାଲିକାନା ପରିବର୍ତନ ହେଇ ପୁନଃ -ନିର୍ମିତ ହେଇଛି । [୩]

ବର୍ତ୍ତମାନ[ସମ୍ପାଦନା]

1970 ମସିହାରେ ନିର୍ମିତ ଭୂତଳ ବଜାର ପରିସର " ପାଳିକା ବଜାର "ର ପ୍ରବେଶ ଦ୍ୱାର 
ବ୍ୟସ୍ତ ସପ୍ତାହନ୍ତ ସମୟରେ କନ୍ନାଟ ପ୍ଲେସର ଦୃଶ୍ୟ 

କେନ୍ଦ୍ର ପାର୍କରେ ଜାତୀୟ ପତାକା [ସମ୍ପାଦନା]

National Flag of India at Central Park, Connaught Place

୨୦୧୪  ମସିହା ମାର୍ଚ ୭  ତାରିଖରେ ସେହି ସମୟର ବୃହତ୍ତମ ତ୍ରିରଙ୍ଗା କୁହାଯାଉଥିବା ୯୦ଫୁଟରେ ୬୦ ଫୁଟ ଆକାରର ଭାରତୀୟ ଜାତୀୟ ପତାକାକୁ ଏକ ୨୦୭ ଫୁଟ ଉଛ ଖମ୍ବ ସହାୟତାରେ କନ୍ନାଟ ପ୍ଲେସର କେନ୍ଦ୍ର ପାର୍କଠାରେ ଉଡ଼ାଯାଇଥିଲା ।  [୪]

ଦିଲ୍ଲୀ ବିସ୍ଫୋରଣ [ସମ୍ପାଦନା]

2008 ମସିହାର ଦିଲ୍ଲୀ ଆତଙ୍କବାଦୀ ବିସ୍ଫୋରଣ ଘଟଣାର 5ଟି ବିସ୍ଫୋରଣ ମଧ୍ୟରୁ ଦୁଇଟି କନ୍ନାଟ ପ୍ଲେସ ଅଞ୍ଚଳରେ ହେଇଥିଲା । ପରିମଳ ପାଇଁ ଥିବା କୁଣ୍ଡରୁ ବୋମାଗୁଡ଼ିକ ମିଳିଥିଲା ଓ ଦୁଇଟି ବିସ୍ଫୋରଣରେ 10 ଜଣ ବ୍ୟକ୍ତି ଆହତ ହେଇଥିଲେ । ଏହା ବାଦ ସମସ୍ତ ପରିମଳ କୁଣ୍ଡ ହଟେଇ ଦିଆ ଯାଇଥିଲା । 

ପୁନଃ -ଉନ୍ନୟନ ଯୋଜନା ସବୁ [ସମ୍ପାଦନା]

2000 ମସିହା ସମୟକୁ କନ୍ନାଟ ପ୍ଲେସ ତାହାର ପୂର୍ବତନ ଗୌରବ ଓ ସୌନ୍ଦର୍ଜୀ ଅନେକାଂଶରେ ହରେଇଥିଲା । ରାସ୍ତାଗୁଡ଼ିକ ଧୀରେ ଧୀରେ ଶଙ୍କିର୍ଣ ହେଇଚାଲିଥିଲା ଓ ନୂତନ ପିଢୀର ଭିଡ ସମ୍ଭାଳିବାକୁ ଅସମର୍ଥ ହେଇ ପଡିଥିଲା । ନୂଆ ଦିଲ୍ଲୀ ମୁନ୍ସିପାଳ କର୍ପୋରେସନ ଏହାର ପୁନରୁଦ୍ଧାର ପାଇଁ ଯୋଜନା କରିଥିଲେ । ରାସ୍ତା , ଜଳ ଯୋଗାଣ , ଟ୍ରାଫିକ ପରିଚାଳନା , ପୁରୁଣା ଅଟ୍ଟାଳିକା ମାନଙ୍କ ସୁରକ୍ଷ୍ୟା ଦିଗ ପାଇଁ ଧ୍ୟାନ ଦିଆଯାଇଥିଲା । 2010 କମନୱେଲ୍ଥ ଗେମ୍ସ ଆଗରୁ ନିର୍ମାଣ କାର୍ଯ୍ୟ ସମାପ୍ତ ହେବାର ଯୋଜନା ଥିଲେ ମଧ୍ୟ ତାହା ହେଇ ପାରିନଥିଲା । 2016 ସୁଦ୍ଧା କିଛି ଅଞ୍ଚଳର କାର୍ଯ୍ୟ ସାରିଥିଲେ ମଧ୍ୟ ବାକି କାମ ସମ୍ପୂର୍ଣ ହେଲା ବେଳକୁ 2020 ମସିହା ହେଇଯାଇଥିବ । 

ରାତ୍ର କାଳରେ କନ୍ନାଟ ପ୍ଲେସ ବାଣିଜ୍ୟିକ ଅଞ୍ଚଳର ଦୃଶ୍ୟ 

ଫିଲ୍ମ  ରେ [ସମ୍ପାଦନା]

ଅନେକ ଭାରତୀୟ  ଫିଲ୍ମରେ କନ୍ନଟ ପ୍ଲେସର ଦୃଶ୍ୟ ରହି ଥାଏ । ଏଠାରେ କିଛି ବିଦେଶୀୟ ଫିଲ୍ମର ଶୁଟିଙ୍ଗ ମଧ୍ୟ ହେଇଥିଲା । 

ପୁନଶ୍ଚ ଦେଖଣା [ସମ୍ପାଦନା]

Other commercial centres in Delhi metropolitan area:

Visitor attractions[ସମ୍ପାଦନା]

  • Agrasen ki Baoli, Connaught Place
  • The Imperial, New Delhi
  • National Philatelic Museum, New Delhi
  • Inner Circle, New Delhi, Connaught Place

ଚିତ୍ର ଗ୍ୟାଲେରି [ସମ୍ପାଦନା]

ଆଧାର [ସମ୍ପାଦନା]

  1. "New Delhi renames 'British' sites to honour the Gandhis". Deseret News. Associated Press. 21 August 1995. Retrieved 14 July 2014.
  2. "A tale of two cities". Hindustan Times. 1 ସେପ୍ଟେମ୍ବର 2011. Archived from the original on 2 July 2015.
  3. "The famous four". Hindustan Times. 14 September 2011.
  4. Malhotra, Aditi (12 March 2014). "Bending the Rules to Fly India's Largest Flag". Wall Street Journal - India. Retrieved 8 June 2014.

ବାହାର ଲିଙ୍କ [ସମ୍ପାଦନା]