ଶିବାଜୀ ପ୍ଲେସ

ଉଇକିପିଡ଼ିଆ‌ରୁ

ଶିବାଜି ପ୍ଲେସ ଜିଲ୍ଲା କେନ୍ଦ୍ର ,  ଭାରତୀୟ ରାଜଧାନୀଦିଲ୍ଲୀ ସହରର ପଶ୍ଚିମାଞ୍ଚଳରେ ରାଜୌରୀ ଗାର୍ଡେନ ଅଞ୍ଚଳରେ ଥିବା ଏକ ବାଣିଜ୍ୟିକ କେନ୍ଦ୍ର । ଏଠାରେ ଜିଲ୍ଲା କେନ୍ଦ୍ର ବର୍ତ୍ତମାନ ନିର୍ମାଣାଧୀନ ଅବସ୍ଥାରେ ଥିବା ବେଳେ ପାଞ୍ଚଟି ଶାପିଙ୍ଗ ମଲ୍ଲ ବର୍ତ୍ତମାନ ଖୋଲି ସାରିଲାଣି । 

ଅବସ୍ଥିତି [ସମ୍ପାଦନା]

ଶିବାଜି ପ୍ଲେସ ଜିଲ୍ଲା କେନ୍ଦ୍ର ଦିଲ୍ଲୀର ରାଜୌରୀ ଗାର୍ଡେନର ମଧ୍ୟ ସ୍ଥଳୀରେ ଅବସ୍ଥିତ । ଦିଲ୍ଲୀ ରିଙ୍ଗ ରୋଡ ଓ ନଜାଫାଗଡ ରୋଡ ଏହାକୁ ସଂଯୋଗ ଦେଇଥାଏ । ଏହି ଜିଲ୍ଲା କେନ୍ଦ୍ରଦ୍ୱାରା ମୁଖ୍ୟ ଆବାସିକ ଅଞ୍ଚଳ ସବୁ , ଯଥା , ପଞ୍ଜାବୀ ବାଗ , ରାଜୌରୀ ଗାର୍ଡେନ , ଶିବାଜି ଏଙ୍କ୍ଲେବ , ଶିବାଜି ବିହାର , ତିଳକ ନଗର , ମାନସରୋବର ଗାର୍ଡେନ , କିଟି ନଗର , ପଶ୍ଚିମ ବିହାର ଓ ପଟେଲ ନଗର[୧] ଉପକୃତ ହେବେ । ଏହି ଜିଲ୍ଲା କେନ୍ଦ୍ର ଦେଇ ଦିଲ୍ଲୀ ସହରର ବ୍ଲୂ ଲାଇନ ମେଟ୍ରୋ ରୁଟ ଯାଇଛି । [୨]

ବିଶେଷତ୍ୱ[ସମ୍ପାଦନା]

65 ଏକର ପରିମିତ ସ୍ଥାନରେ ନିର୍ମିତ ହଉଥିବା ଏହି ଜିଲ୍ଲା କେନ୍ଦ୍ରରେ ୧୧ଟି ଶୋପିଙ୍ଗ ମଲ୍ଲ ରହିବା ସହ ବିଭିନ୍ନ ବାଣିଜ୍ୟିକ ଓ ଅନନ୍ୟ ପ୍ରତିଷ୍ଠାନର କର୍ଜୟାଳୟ , ଏକ ପଞ୍ଚ ତାରକା ବିଶିଷ୍ଟ ହୋଟେଲ , ମହାନଗର ନିଗମର ନାଗରିକ ସୁବିଧା କେନ୍ଦ୍ର ରହିବ । ଏହି ସ୍ଥାନରେ ଦିଲ୍ଲୀ ମେଟ୍ରୋର ଷ୍ଟେସନ , ଦିଲ୍ଲୀ ପରିବହନ ନିଗମର ବସ ଟର୍ମିନାଲ , ପୋଲିସ ଷ୍ଟେସନ ,୨ ଋ  ପେଟ୍ରୋଲ ପମ୍ପ ସହ ସିନେମା ଘର ରହିବ । ଏଠାରେ ଯଥେଷ୍ଟ ପାର୍କିଂ ସୁବିଧା ସହ ଭୂତଳ ପାର୍କିଂ ସ୍ଥାନ ମଧ୍ୟ ରହିବ । ଏହା ବ୍ୟତୀତ ପ୍ଲାଜା ଓ ଆମୋଦ  ସ୍ଥାନ ରହିବ । .[୩]

ଶପିଙ୍ଗ ମଲ [ସମ୍ପାଦନା]

ଫାଇଲ:TdiMall.jpg
ଶିବାଜି ପ୍ଲେସଠାରେ ଥିବା TDI ଶପିଙ୍ଗ ମଲ

ଏଠାରେ " ସିଟି ସ୍କୋୟାର "  ଶପିଙ୍ଗ ମଲ,  "TDI ଶପିଙ୍ଗ ମଲ", "TDI ପାରାଗନ ଶପିଙ୍ଗ ମଲ."," ସପର ସ୍ଟପ " , ଆଦି ଖୋଲି ସାରିଥିବା ବେଳେ ଅନ୍ୟଗୁଡ଼ିକ କ୍ରମଶଃ ଖୋଲିବ । [୪]

ଫାଇଲ:TdiParagon.jpg
ଶିବାଜୀ ପ୍ଲେସ ଜିଲ୍ଲା କେନ୍ଦ୍ର  ଠାରେ ଥିବା TDI ପାରାଗନ ଶପିଙ୍ଗ ମଲ

ପୁନଶ୍ଚ ଦେଖଣା[ସମ୍ପାଦନା]

କନ୍ନାଟ ପ୍ଲେସ

ଆଧାର [ସମ୍ପାଦନା]

  1. "Publications". Archived from the original on 2005-02-15. Retrieved 2017-01-12.
  2. Delhi Metro Rail Corporation Ltd.
  3. The Hindu : Building up the Westside
  4. "::: Welcome to MGF Developments - The City Square, New Delhi:::". Archived from the original on 2007-05-03. Retrieved 2017-01-12.