କେଓଲାରି
Keolari | |
---|---|
City | |
Country | India |
State | Madhya Pradesh |
District | Seoni |
Languages | |
Time zone | UTC+5:30 (IST) |
PIN | 480994 |
Telephone code | 07694 |
ISO 3166 code | IN-MP |
ଯାନବାହାନ ପଞ୍ଚୀକରଣ | DOES NOT HAVE A RTO |
Website | dietkeolari |
କେଓଲାରି , iଭାରତୀୟ ରାଜ୍ୟ ମଧ୍ୟ ପ୍ରଦେଶ ର ସେୟନି ଜିଲ୍ଲା ରିୟା ଏକ ସହର ଓ ତହସିଲ ଅଞ୍ଚଳ । ଏଠାରେ ୱାଇନ ଗଙ୍ଗା ନଦୀ ଓ ସାଗର ନଦୀ ର ସାଙ୍ଗମ ସ୍ଥଳ ରହିଛି ।
ଭୌଗୋଳିକ ଅବସ୍ଥିତି
" କେୟଲର" ନାମକ ସ୍ଥାନୀୟ ଫସଲ ର ନାମ ଅନୁସାରେ ନମିତା ଏହି ସହର ର ଅବସ୍ଥିତି 22°22′N 79°54′E / 22.37°N 79.90°E.[୧] ସମୁଦ୍ରପତ୍ତନ ର 447 ମିଟର ଉପରେ ଅବସ୍ଥିତ ଏହି ସହର ର ଅନନ୍ୟ ଏକ ବିଶେଷତ୍ଵ ହେଲା ଏହା ଦେଶ ର ଠିକ କେନ୍ଦ୍ର ସ୍ଥାନ ରେ ଅବସ୍ଥିତ ।
ଜନ ଆବାଦୀ
2001 ମସିହା ର ଭାରତୀୟ ଜନଗଣନା ,[୨] ଅନୁସାରେ କେଓଲାରି ର ଜନସଂଖ୍ୟା 8,840 ଥିଲା । ଏହା ମଧ୍ୟ ରୁ ପୁରୁଷ 50.85 % ହେଇଥିବା ବେଳେ ମହିଳା ସଂଖ୍ୟା 49.15 ଥିଲା । ଏହି ସହର ର ସାକ୍ଷ୍ୟରତା ହାର 69.16 % ଯାହା ଜାତୀୟ ହାର 59.5 % ରୁ ବେଶୀ ରହିଥିଲା । [୩]
ଜଳବାଯୁ
ଭାରତୀୟ ମାଲା ଅଞ୍ଚଳ ରେ ଥିବା ଶୁଷ୍କ ଓ ଗରମ ଜଳବାଯୁ ଏଠାରେ ଅନୁଭୂତ ହୁଏ । ଗ୍ରୀଷ୍ମ କାଳୀନ ଉତ୍ତାପ 44 ଡିଗ୍ରୀ ଯାଏ ହୁଏ କିନ୍ତୁ ଶୀତ କାଳ ଆରାମଦାୟକ ରହେ।
ଯାତାୟାତ
ଏଠାରେ ନେରୋ ଗଜ ର ରେଳ ଲାଇନ ସହ ଏକ ଷ୍ଟେସନ ରହିଛି । ଏହି ଲାଇନ ବାଲାଘାଟ ପର୍ଯ୍ୟନ୍ତ ରହିଛି । ଏହାକୁ ବ୍ରଡ ଗଜ କରି ନାଗପୁର ଲାଇନ ସହ ମିଶେଇବାର ଯୋଜନା ରହିଛି ।
ଏହାର ନିକଟସ୍ଥ ବିମାନବନ୍ଦର ନାଗପୁର 180 କିଲୋମିଟର ଓ ଜବଲପୁର 135 କିଲୋମିଟର ଦୂର ରେ ରହିଛି ।