ଦେବୀ ନଦୀ
ଦେବୀ ନଦୀ କେଦ୍ର -ପୂର୍ବ ଭାରତୀୟ ରାଜ୍ୟ ସମୂହ ଓଡିଶା , ଛତିଶଗଦ ଆଦି ରାଜ୍ୟ ଦେଇ ପ୍ରବାହିତ ର ମୁଖ୍ୟ ନଦୀ ମହାନଦୀ ର ଏକ ମୁଖ୍ୟ ଉପନଦୀ । ଏହା ଓଡିଶା ର ଜଗତସିଂହପୁରୋ ପୁରୀ ଜିଲ୍ଲା ଦେଇ ପ୍ରବାହିତ ହେଇ ବଙ୍ଗୋପସାଗର ରେ ପତିତ ହେଇଥାଏ ।
ଗତିପଥ
ଏହି ନଦୀ ମହାନଦୀ ର ଉପନଦୀ ଜଳ ସମୂହ ର ଚୁଡାନ୍ତ ପର୍ଯ୍ୟାୟ ରେ ରହିଛି । [୧]ପ୍ରଥମେ କାଠଜୁରି କୁହା ଯାଉଥିବା ଏହି ନଦୀ କଟକ ଠାରେ ମହାନଦୀ ରୁ ବିଚ୍ଛିନ୍ନ ହେଇ ଆଲିପିଙ୍ଗଳ , ମାଛଗା, ନୂଆଗା ଦେଇ ପୁରୀ ଜିଲ୍ଲା ର ଆସ୍ତରଙ୍ଗ କନାସ ବ୍ଲକ ଦେଇ ପ୍ରବାହିତ ହୁଏ । [୨] ଏହା ବଙ୍ଗୋପସାଗର ରେ କଟକ ଓ ପୁରୀ ଜିଲ୍ଲା ର ସୀମା ନିକଟ ରେ ମହାନଦୀ ର ମୁହାଁ ନିକଟ ରେ 70 କିଲୋମିଟର ଦୂର ରେ ପତିତ ହୁଏ । [୩] ନଦୀ ର ମୁହାଣ ଘଞ୍ଚ ଅରଣ୍ୟ ରେ ପରିପୂର୍ଣ ଓ ଜନବସତି ଶୂନ୍ୟ । [୪]
ନୌଚାଳନ
ଏହି ନଦୀ ମାଛଗା ଯାଏ ସୁନାବ୍ୟା । ଜୁଆର ଜଳ ଏଥିରେ ପ୍ରବେଶ କରେ , ମାତ୍ର ବହୁ ପରିମାଣ ରେ ବାଲୁକା ଯୋଗୁଁ ଏହା ମଧ୍ୟ କୁ ବଡ ଜାହାଜ ଆସି ପରେ ନାହି । 1988 ରେ ଏଠାରେ ନଉକା ଦୁର୍ଘଟଣା ରେ ଦୁଇଜଣ ନାବିକ ପ୍ରାଣ ହରେଇଥିଲେ । [୫]
କଚ୍ଛପ ଜନ୍ମସ୍ଥାନ
ଏହି ନଦୀ ମୁହାଣ ନିକଟ ରେ ଉପଯୁକ୍ତ ସ୍ଥାନ ପାଉଥିବାରୁ ଅନେକ ସଂଖ୍ୟା ରେ ଅଲିଭ ରିଡଲି ପ୍ରଜାତି ର କଚ୍ଛପ ସମୁଦ୍ର ରୁ ଆସି ନଦୀ ଶଯ୍ୟା ରେ ବାଲୁକା ରେ ପ୍ରତିବର୍ଷ ଆସି ଅଣ୍ଡା ଦେଇ ଥାନ୍ତି । .[୬] ପ୍ରାୟ ବର୍ଷ କୁ ଶୀତ କାଳ ରେ 800,000 କଚ୍ଛପ ଆସୁଥିବାର ଗଣନା କରାଯାଇଛି । କିନ୍ତୁ ବର୍ତମାନ ବହୁଳ ମୋଟର ବୋଟ ଦ୍ଵାରା ମୁହାଣ ଅଞ୍ଚଳ ରେ ମାଛ ଧାରା ପାଇଁ ଏହା କମି ଯାଉଥିବାର ଲକ୍ଷ୍ୟ କରାଯାଏ । .[୭][୮] ଏହାକୁ କଚ୍ଛପ ଅଭୟାରଣ୍ୟ ଘୋଷଣା କରାଯିବାକୁ ସ୍ଥାନୀୟ ଲୋକ ବିରୋଧ କରନ୍ତି । [୯]
ଆଧାର ସମୂହ
- ↑ A History of British India By William Wilson Hunter, Paul Ernest Roberts
- ↑ Orissa flood Sitrep
- ↑ Manmohan Mohanti. "Mahanadi River Delta, East Coast Of India : An Overview On Evolution And Dynamic Processes" (PDF). Dept. of Geology, Utkal University, Bhubaneswar.
- ↑ Bay of Bengal pilot. p. 144.
{{cite book}}
: Cite uses deprecated parameter|authors=
(help) - ↑ Land and people of Indian states and union territories in 36 volumes Volume
- ↑ A study on industrial growth along coast line of Orissa and its undesirable effect on environment using GIS - an Olive Ridley (sea turtle) perspective
- ↑ Nesting of Olive Ridleys unlikely along Orissa coast
- ↑ Hundreds of dead turtles litter Orissa beach
- ↑ Indian Affairs Annual 2005 By Mahendra Gaur