ବିଶୁନି ମଢୁଆଳ

ଉଇକିପିଡ଼ିଆ‌ରୁ


ବିଶୁନି ମଢ଼ୁଆଳ ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୧][୨] କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ପ୍ରଜା ଅତ୍ୟାଚାର ବିରୋଧରେ ସେ ବିଦ୍ରୋହ କରିଥିଲେ । ୧୯୨୨ ଏପ୍ରିଲ ୨୨ ତାରିଖରେ ମେଘପୁରସ୍ଥିତ ବଜ୍ର ମହାକାଳୀ ମନ୍ଦିର ପ୍ରାଙ୍ଗଣରେ ରାଜାଙ୍କ ବିରୁଦ୍ଧରେ ସଂଗ୍ରାମ କରି ୨୩ ତାରିଖରେ ନିହତ ହୋଇଥିଲେ ।

ଜୀବନୀ[ସମ୍ପାଦନା]

ବିଶୁନି ମଢ଼ୁଆଳ ଆଧୁନିକ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାସ୍ଥିତ ରାଜକନିକା (ତତ୍କାଳୀନ କନିକା) ତହସିଲ ଅନ୍ତର୍ଗତ ବର୍ତ୍ତନି ଗ୍ରାମରେ ଏକ ଖଣ୍ଡାୟତ ପରିବାରରେ ଜନ୍ମଗ୍ରହଣ ଜନ୍ମଗ୍ରହଣ କରିଥିଲେ ।[୩] ଅର୍ଥ ଅଭାବରୁ ସେ ବିଶେଷ ପାଠ ପଢ଼ିପାରିନଥିଲେ । ସେ ବୃତ୍ତିରେ ଚାଷୀ ଥିଲେ । ସେ ସ୍ଥାନୀୟ ଲକ୍ଷ୍ମଣ ମଢ଼ୁଆଳଙ୍କ କୁଳପାଳ ଏବଂ ଦୀନବନ୍ଧୁ ଖଣ୍ଡାୟତ ପରିବାରର ବିଶ୍ୱସ୍ତ ଅନୁଚର ଥିଲେ । କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ[୪] ପ୍ରଜାଙ୍କ ପ୍ରତି କରୁଥିବା ଅନ୍ୟାୟ, ଅତ୍ୟାଚାର ବିରୋଧରେ ସେ ପ୍ରଜାମେଳି କରି ବିଦ୍ରୋହ ଆରମ୍ଭ କରିଥିଲେ । ରାଜା ପ୍ରଜାମାନଙ୍କଠାରୁ ଚଉଷଠି ପ୍ରକାର କର ଆଦାୟ କରୁଥିଲେ ଏବଂ ଭୋଗ ବିଳାସରେ ଜୀବନ କାଟୁଥିଲେ | ୧୯୨୧-୨୨ ମସିହାରେ ଫସଲ ହାନି ଯୋଗୁଁ ଦୁର୍ଭିକ୍ଷ ପଡ଼ିଥିଲା । କିନ୍ତୁ ରାଜାଙ୍କ ଅତ୍ୟାଚାର ନ କମିବାରୁ ପ୍ରଜାମାନେ ବିଦ୍ରୋହ କଲେ । ବିଶୁନି ମଢ଼ୁଆଳ ଏହି ପ୍ରଜାବିଦ୍ରୋହର ନେତୃତ୍ୱ ନେଇଥିଲେ । ରାଜାଙ୍କ ସେନାଙ୍କୁ ବ୍ରିଟିଶ ସରକାରଙ୍କ ତରଫରୁ କଟକର ସବଇନସ୍ପେକ୍ଟର ଶ୍ରୀକୃଷ୍ଣ ମହାପାତ୍ର ଏବଂ ଇନ୍ସପେକ୍ଟର ରାଧାଶ୍ୟାମ ଦାସଙ୍କ ସହଯୋଗ କରୁଥିଲେ । ଏପ୍ରିଲ ୨୩ ତାରିଖରେ ଏହି ସେନା ଗୁଳିରେ ବିଶୁନି ମଢ଼ୁଆଳ ମେଘପୁରସ୍ଥିତ ବଜ୍ରମହାକାଳୀ ମନ୍ଦିର ପ୍ରାଙ୍ଗଣରେ ଥିବା ବେବର୍ତା ପୋଖରୀ ପଡ଼ିଯାଇ ନିହତ ହୋଇଥିଲେ ।[୫]

ଆଧାର[ସମ୍ପାଦନା]

  1. Pioneer, The. "Martyrs Sethy, Madhual remembered". The Pioneer (in ଇଂରାଜୀ). Retrieved 2023-03-03.
  2. Priya. "Rajkanika locals protest infringement into martyr's memorials, observe bandh". Rajkanika locals protest infringement into martyr’s memorials, observe bandh (in ଇଂରାଜୀ). Retrieved 2023-03-03.
  3. "Bartani · Odisha 754220, India". Bartani · Odisha 754220, India (in ଇଂରାଜୀ). Retrieved 2023-03-03.
  4. "Role of Raja Rajendra Rao Narayan Bhanja Deo of Kanika (Orissa)- An Old and Rare Book | Exotic India Art". www.exoticindiaart.com (in ଇଂରାଜୀ). Retrieved 2023-03-03.
  5. "Tributes to martyrs of non-cooperation". The New Indian Express. Retrieved 2023-03-03.