ବିଳାସପୁର , ଗଞ୍ଜାମ
Bilaspur
ବିଳାସପୁର | |
---|---|
Village | |
Country | India |
State | Orissa |
District | Ganjam |
Elevation | 54 m (177 ft) |
Population (2001) | |
• Total | ୩୦୦ |
Languages | |
Time zone | UTC+5:30 (IST) |
PIN | 761019 |
Telephone code | 06811 |
ବିଳାସପୁର ଭାରତୀୟ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଏକ ଗ୍ରାମ । ଏହା ଖାଲିକୋଟ ବିଧାନ ସଭା ମଣ୍ଡଳୀରେ ଥିବା ବେଳେ ଆସ୍କା ଲୋକ ସଭା ଅଧୀନରେ ରହିଛି । ଖାଲିକୋଟର ପ୍ରାଚୀନ ରାଜାଙ୍କଦ୍ୱାରା ଏହା ଏକ ବ୍ରାହ୍ମଣ ଶାସନ ଭାବରେ ପ୍ରତିଷ୍ଠିତ ହୋଇଥିଲା ।
ଗ୍ରାମରେ ୬୦ଟି ପରିବାର ରହନ୍ତି । ଏଠାରେ ଜନସଂଖ୍ୟା ୩୦୦ । ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା କୃଷି । ଏଠାରେ ବହୁ ସଂଖ୍ୟାରେ ପୂଜକ ଭାବରେ କାର୍ଯ୍ୟ କରନ୍ତି । ଖରାଖରୀ ନଦୀ ଗ୍ରାମର ଉତ୍ତର ଦିଗରେ ପ୍ରବାହିତ ହେଇ ଗ୍ରାମକୁ ଜଳସେଚନ ଦେଇଥାଏ ।
ଉପାସନା ପୀଠ
[ସମ୍ପାଦନା]ଏଠାରେ ଲୋକନାଥ, ଲକ୍ଷ୍ମୀନୃସିଂହ, କନକ ଦୁର୍ଗା ଓ ଠାକୁରାଣୀ ମନ୍ଦିର ରହିଛି। .
ଜନଗଣନା
[ସମ୍ପାଦନା]ଏଠାରେ ୨୦୧୧ ମସିହା ଜନଗଣନା[୧] ଅନୁସାରେ ଲୋକସଂଖ୍ୟା 309ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୧୬୨ ଥିବା ସ୍ଥଳେ ମହିଳା ସଂଖ୍ୟା ୧୪୭ ଥିଲା । ଏଠାରେ ସାକ୍ଷ୍ୟରତା ହାର ୯୪.୪୧% ଥିଲା ଯାହା ଜାତୀୟ ହାରଠାରୁ ଅଧିକ । ଏଠାରେ ପୁରୁଷ ସାକ୍ଷରତା ହାର ୯୬.୦୫% ଥିବା ବେଳେ ମହିଳା ସାକ୍ଷ୍ୟରତା ହାର ୯୨.୫୪% ଥିଲା । ୬ ବର୍ଷରୁ କମ ଜନସଂଖ୍ୟା ୭.୪୪% ଥିଲା ।
ଶିକ୍ଷା
[ସମ୍ପାଦନା]ଏଠାରେ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ହାଇସ୍କୁଲ ନାହି ।