ବିରେନ୍ଦ୍ର ଲାକ୍ରା

ଉଇକିପିଡ଼ିଆ‌ରୁ
ବିରେନ୍ଦ୍ର ଲାକ୍ରା
ବ୍ୟକ୍ତିଗତ ସୂଚନା
ଜନ୍ମ (1990-02-03) ୩ ଫେବୃଆରୀ ୧୯୯୦ (ବୟସ ୩୪)
ରାଉରକେଲା, ଓଡ଼ିଶା, ଭାରତ
ଉଚ୍ଚତା 167 cm (5 ft 6 in)
ଓଜନ ୬୮ କେଜି
Playing position ଫୁଲବ୍ୟାକ
Senior career
Years Team Apps (Gls)
୨୦୧୨ରୁ ଚଣ୍ଡିଗଡ଼ କମେଟ୍ସ
ବିପିସିଏଲ
–୨୦୦୮ ଓଡ଼ିଶା ଷ୍ଟିଲର୍ସ
୨୦୧୩-୨୦୧୪ ରାଞ୍ଚି ରାଇନୋସ ୧୫ (0)
୨୦୧୫ ରାଞ୍ଚି ରେସ
National team
୨୦୧୨-୨୦୨୧ ଭାରତୀୟ ପୁରୁଷ ହକି ଦଳ ୧୭୨ (୯)
Medal record
ପୁରୁଷ ହକି
ଏସିଆନ ଗେମ୍ସ
Gold ୨୦୧୪ ଏସିଆନ ଗେମ୍ସ ପୁରୁଷ ହକି ଦଳ
Bronze ୨୦୧୮ ଏସିଆନ ଗେମ୍ସ ପୁରୁଷ ହକି ଦଳ
ଏସିଆ କପ
Silver ୨୦୧୩ ଏସିଆ କପ
ଚାମ୍ପିୟନ୍ସ ଟ୍ରଫି
Silver ୨୦୧୮ ଚାମ୍ପିୟନ୍ସ ଟ୍ରଫି
ଏସିୟାନ ହକି ଚାମ୍ପିୟନସିପ୍
Gold ୨୦୧୬ ଏସିୟାନ ହକି ଚାମ୍ପିୟନସିପ୍
Silver ୨୦୧୨ ଏସିୟାନ ହକି ଚାମ୍ପିୟନସିପ୍
ଏଫ.ଆଇ.ଏଚ ହକି ୱାର୍ଳ୍ଡ ଲିଗ
Bronze ୨୦୧୪-୧୫ ପୁରୁଷ ଦଳ
Bronze ୨୦୧୬-୧୭ ପୁରୁଷ ଦଳ
ରାଷ୍ଟ୍ରମଣ୍ଡଳ ଖେଳ
Silver ରାଷ୍ଟ୍ରମଣ୍ଡଳ ଖେଳ ପୁରୁଷ ଦଳ
Last updated on: ୨ ମାର୍ଚ୍ଚ ୨୦୧୯

ବିରେନ୍ଦ୍ର ଲାକ୍ରା (ଜନ୍ମ : ୩ ଫେବୃଆରୀ ୧୯୯୦) ଜଣେ ଭାରତୀୟ ହକି ଖେଳାଳି । ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ବିରେନ୍ଦ୍ରଙ୍କ ବଡ଼ ଭାଇ ବିମଳ ମଧ୍ୟ ଭାରତୀୟ ହକି ଦଳର ଜଣେ ମିଡ଼ଫିଲ୍ଡର ଖେଳାଳି । ତାଙ୍କ ଭଉଣୀ ଅସୁନ୍ତା ଲାକ୍ରା ମଧ୍ୟ ଭାରତୀୟ ମହିଳା ଦଳରେ ଖେଳିଛନ୍ତି ଓ ଅଧିନାୟିକା ଦାୟିତ୍ୱ ମଧ୍ୟ ନିର୍ବାହ କରିଛନ୍ତି ।[୧] ୨୦୨୦ ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳରେ ସେ ଥିଲେ ଉପ-ଅଧିନାୟକ । ହକିରୁ ସନ୍ୟାସ ନେବା ପରେ ସେ ୨୦୨୨ ମସିହାରେ ଓଡ଼ିଶା ପୁଲିସରେ ଯୋଗ ଦେଇଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ବିରେନ୍ଦ୍ର, ୧୯୯୦ ମସିହା ଫେବୃଆରୀ ୩ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ଲଚ୍ଛଦାଠାରେ ଜନ୍ମଗ୍ରହଣ କରିଥିଲେ । ସେମାନେ ଓରାଁ ଜନଜାତୀର ଲୋକ ।

ଖେଳ ଜୀବନ[ସମ୍ପାଦନା]

ବିରେନ୍ଦ୍ର, ରାଉରକେଲା ଇସ୍ପାତ କାରଖାନାର "ସେଲ ହକି ଏକାଡେମୀ"ରେ ପ୍ରଶିକ୍ଷିତ ହୋଇଥିଲେ । [୨] ୨୦୦୭ରେ ସିଙ୍ଗାପୁରରେ ଅନୁଷ୍ଠିତ ଜୁନିୟର ବିଶ୍ୱ କପପାଇଁ ସେ ଭାରତର ଜୁନିୟର ହକି ଦଳରେ ଚୟିତ ହୋଇଥିଲେ । ଜୁନିୟର ଦଳରେ ଥାଇ ୨୦୦୯ରେ ସେ ସିଡ଼ନିଠାରେ ଅନୁଷ୍ଠିତ "ୟୁଥ ଅଲିମ୍ପିକ୍ସ" ଓ ୨୦୧୦ରେ ଢାକାଠାରେ "ସାଫ ଗେମ୍ସ" ଖେଳିଥିଲେ । ୨୦୧୨ରେ ସେ ଭାରତ ସିନିୟର ଦଳରେ ଚୟିତ ହୋଇ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ପ୍ରଥମେ ଖେଳିଥିଲେ ।

୨୦୧୨ରେ ଅଲିମ୍ପିକ ହକି କ୍ୱାଲିଫାୟର ମ୍ୟାଚରେ ସେ ଫ୍ରାନ୍ସ ବିରୁଦ୍ଧରେ ନିଜର ପ୍ରଥମ ଆନ୍ତର୍ଜାତୀୟ ଗୋଲ କରିଥିଲେ । ୨୦୧୨ ଚାମ୍ପିୟନସିପ ଟ୍ରଫିରେ ଭାରତକୁ ସେମି ଫାଇନାଲ ପର୍ଯ୍ୟନ୍ତ ନେବାରେ ତାଙ୍କର ପ୍ରମୁଖ ଅବଦାନ ରହିଥିଲା । ବେଲଜିୟମ ବିରୋଦ୍ଧରେ ଏହି ମ୍ୟାଚରେ, ସେ ଫରୱାର୍ଡ଼ ଖେଳାଳିକୁ ପାସ ଦେଇ ଗୋଲ କରିବାରେ ସହାୟତା କରିଥିଲେ । ଏହି ଗୋଲଦ୍ୱାରା ଭାରତ ୮ ବର୍ଷ ପରେ ଚାମ୍ପିୟନସିପ ଟ୍ରଫିର ସେମି-ଫାଇନାଲରେ ସ୍ଥାନ ପାଇଥିଲା ।

୨୦୧୪ ରାଷ୍ଟ୍ରମଣ୍ଡଳ ଖେଳରେ ସେ ଭାରତୀୟ ଦଳରେ ଥାଇ ରୌପ୍ୟ ପଦକ ହାସଲ କରିଥିଲେ ।

୨୦୨୦ ଟୋକିଓ ଅଲିମ୍ପିକ୍ସରେ ବିରେନ୍ଦ୍ର ଭାରତୀୟ ଦଳର ଉପ-ଅଧିନାୟକ ଥିଲେ । ଏହି ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ଏହି ଅଲିମ୍ପିକ୍ସ ପରେ ପରେ ୨୦୨୧ ମସିହା ସେପ୍ଟେମ୍ବର ୩୦ତାରିଖରେ ବିରେନ୍ଦ୍ର ଆନ୍ତର୍ଜାତୀୟ ହକିରୁ ସନ୍ୟାସ ନେଇଥିଲେ ।[୩]

ହକି ଖେଳରୁ ସନ୍ୟାସ ନେବା ପରେ, ୨୦୨୨ ମସିହାରେ ସେ ଓଡ଼ିଶା ପୁଲିସ ବିଭାଗରେ ଡିଏସପି ଭାବରେ ଯୋଗଦେଇଥିଲେ ।[୪]

ହକି ଇଣ୍ଡିଆ ଲିଗ[ସମ୍ପାଦନା]

ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣରେ ବିରେନ୍ଦ୍ରଙ୍କୁ ରାଞ୍ଚି ରାଇନୋ ଦଳ ୪୧୦୦୦ ଆମେରିକୀୟ ଡଲାର ଦେଇ କିଣିଥିଲେ ।[୫] ଏହି ପ୍ରତିଯୋଗିତାରେ ରାଞ୍ଚି ଦଳ ପ୍ରଥମ ସ୍ଥାନ ଅଧିକାର କରିଥିଲା । ୨୦୧୫ ସଂସ୍କରଣରେ ସେ ରାଞ୍ଚି ରେସ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ ।

ଆଧାର[ସମ୍ପାଦନା]

  1. "New Indian women's hockey captain: Asunta from Lakra family of Simdega!". Bihar Days. 2011-12-01. Retrieved 2013-01-17.[permanent dead link]
  2. "Profile: Birendra Lakra". NDTV. 2012-07-20. Archived from the original on 2013-02-16. Retrieved 2013-01-17.
  3. "ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା, ଅଲମ୍ପିକ୍ସରେ ମେଡାଲ ଜିତି ରାଜ୍ୟକୁ ଗର୍ବିତ କରିଥିଲେ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 30 September 2021. Retrieved 30 September 2021.
  4. "ବୀରେନ୍ଦ୍ର ଲାକ୍ରା ଡିଏସ୍‌ପି; ଓଡ଼ିଶା ପୁଲିସ୍‌ରେ ୧୩୬ତମ ଖେଳାଳି, ଦ୍ୱିତୀୟ ଡିଏସ୍‌ପି". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 18 February 2022. Retrieved 18 February 2022.
  5. "Hockey India League Auction: the final squads list". CNN-IBN. 2012-12-16. Archived from the original on 2012-12-19. Retrieved 2013-01-17.

ବାହାର ଆଧାର[ସମ୍ପାଦନା]