ବିଦ୍ୟୁତ ଆଘାତ
Effects of lightning | |
ବିଭାଗ | Emergency medicine |
---|---|
ଆକ୍ରାନ୍ତ ସମୟ | 20 to 45 year old males[୧] |
କାରଣ | Lightning strike[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on history of the injury and examination[୧] |
ପ୍ରତିକାର | Avoiding the outdoors during a thunderstorm[୨] |
ଚିକିତ୍ସା | CPR, artificial ventilation[୧] |
ପୁନଃପୌନିକ | 240,000 a year[୧] |
ମୃତ୍ୟୁ ସାନ୍ଦ୍ରତା | 24,000 a year[୧] |
ବିଦ୍ୟୁତ ଆଘାତ ବିଜୁଳି ମାରିବା ଯୋଗୁ ହୁଏ ।[୩] ପ୍ରାରମ୍ଭିକ ଲକ୍ଷଣଗୁଡ଼ିକରେ ହୃଦ୍ରୋଧ ଓ ଶ୍ୱାସକ୍ରିୟା ବନ୍ଦ ହୋଇପାରେ ।[୪] ହୃଦ୍ରୋଧ ସ୍ୱତଃସ୍ପୃତ ଭାବରେ ଶୀଘ୍ର ସମାଧାନ ହୋଇପାରେ କିନ୍ତୁ ଶ୍ୱାସକ୍ରିୟ ବନ୍ଦ ସମୟ ଅଧିକ ଲମ୍ବା ହୋଇଥାଏ | [୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପୋଡ଼ାଜଳା ଏବଂ ଧାରହୀନ ଆଘାତ ହୋଇପାରେ | [୧] ବଞ୍ଚିରହୁଥିବା ଲୋକଙ୍କ ମଧ୍ୟରୁ ୭୫% ଲୋକଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହେ, ଯେପରିକି ମୋତିଆବିନ୍ଦୁ ଏବଂ ଶ୍ରବଣ ଶକ୍ତି ହ୍ରାସ | [୧] ଯଦି ମୃତ୍ୟୁ ଘଟେ ତେବେ ଏହା ସାଧାରଣତଃ ଅସ୍ୱାଭାବିକ ହୃଦୟର ଗତି କିମ୍ବା ଶ୍ୱାସକ୍ରିୟ ବିଫଳତା ଯୋଗୁ ହୋଇଥାଏ | [୧]
ଆଲୋକ ଆଘାତକୁ ସିଧାସଳଖ ଆଘାତ ଷ୍ଟ୍ରାଇକ୍, ପାର୍ଶ୍ୱ ଆଘାତ, ସ୍ପର୍ଶ ଆଘାତ ଏବଂ ଭୂକରେଣ୍ଟ ଶ୍ରେଣୀରେ ବିଭକ୍ତ କରାଯାଇଛି |[୪] ଭୂମି ବିଦ୍ୟୁତ ପ୍ରାୟ ଅର୍ଦ୍ଧେକ ମାମଲା ସୃଷ୍ଟି କରେ ଏବଂ ଯେତେବେଳେ ବଜ୍ରପାତ ସମୟରେ ଭୂମି ମାଧ୍ୟମରେ ବ୍ୟକ୍ତିଙ୍କ ନିକଟକୁ ଗତିକରେ | ପାର୍ଶ୍ୱ ଆଘାତ ପ୍ରାୟ ଏକ ତୃତୀୟାଂଶ ପରିସ୍ଥିତି ସୃଷ୍ଟି କରେ ଏବଂ ବଜ୍ରପାତ ସମୟରେ ବ୍ୟକ୍ତିଙ୍କ ନିକଟକୁ ବାୟୁରୁ ଡେଇଁପଡେ | ଯେତେବେଳେ ବ୍ୟକ୍ତି ଆଘାତପ୍ରାପ୍ତ ବସ୍ତୁକୁ ସ୍ପର୍ଶ କରେ ସେତେବେଳେ ସ୍ପର୍ଶ ଆଘାତ ହୁଏ | ସିଧାସଳଖ ଆଘାତ ପ୍ରାୟ ୫% କ୍ଷେତ୍ରରେ ହୋଇଥାଏ । ବୈଦୁତିକ ଆଘାତ, ଉତ୍ତାପ ଆଘାତ ଏବଂ ଯାନ୍ତ୍ରିକ ଆଘାତ ଭଳି ତିନି ପ୍ରକାର ଆଘାତ ହୋଇପାରେ |ଆଘାତର ଏବଂ ପରୀକ୍ଷଣର ଇତିହାସ ଉପରେ ରୋଗ ନିର୍ଣ୍ଣୟ ସାଧାରଣତଃ ଆଧାରିତ ହୋଇଥାଏ ।
ବିଜୁଳି ମାରିବା ବା ବଜ୍ରପାତ ସମୟରେ ଘରଠାରୁ ଦୂରରେ ରହିବାକୁ ରୋକାଯାଏ ଅନ୍ତର୍ଭୁକ୍ତ | [୫] ଯଦି ବାହାରେ ରହିବାକୁ ନିହାତି ଆବଶ୍ୟକ ଥାଏ ତେବେ ଭୂସଂଲଗ୍ନ ହେବାକୁ ପରାମର୍ଶ ଦିଆଯାଏ | [୨] ଘର ଭିତରେ ଥିଲେ ବୈଦ୍ୟୁତିକ ଉପକରଣ ଏବଂ ଜଳ ସ୍ପର୍ଶ କରିବାକୁ ମନା କରାଯାଏ | [୨] ଯେଉଁମାନେ ହୃଦ୍ରୋଧ ହୋଇଥାଏ ଏବଂ ନାଡ଼ି ଚାଲୁନଥାଏ, ସେମାନଙ୍କର ତୁରନ୍ତ କାର୍ଡ଼ିଓପଲମୋନାରି ରିସସିଟେସନ (CPR) ଆରମ୍ଭ କରାଯିବା ଉଚିତ | [୪] ଯେଉଁମାନଙ୍କର କେନ୍ଦ୍ରୀୟ ନାଡ ଅଛି କିନ୍ତୁ ଶ୍ୱାସକ୍ରିୟା ନାହିଁ ସେମାନଙ୍କର ପାଟିରୁ ପାଟି କୃତ୍ରିମ ଭେଣ୍ଟିଲେସନ କରାଯାଏ | [୧] [୬]
ଅନୁମାନ କରାଯାଏ ଯେ ବର୍ଷକୁ ୨୪୦,୦୦୦ ଥର ବଜ୍ରପାତ ହୁଏ ଓ ସେଥିଯୋଗୁ ୨୪,୦୦୦ ସଂଖ୍ୟକ ମୃତ୍ୟୁ ସହିତ | [୪] ପାର୍ବତ୍ୟ ଅଞ୍ଚଳ ଏବଂ ଭାରୀ-ଆର୍ଦ୍ରତା ବିଶିଷ୍ଟ ବାୟୁ ପ୍ରବାହ ହେଉଥିବା ମଧ୍ୟ ଆଫ୍ରିକା ଭଳି ଅଞ୍ଚଳଗୁଡିକ ସର୍ବାଧିକ ବଜ୍ରପାତର ହାର ରହିଛି | [୭] ବଜ୍ରପାତରେ ପୀଡିତା ଗର୍ଭବତୀ ମହିଳାମାନଙ୍କ ମଧ୍ୟରେ ଶିଶୁ ମୃତ୍ୟୁ ପ୍ରାୟ ୫୦% ହୋଇଥାଏ | [୧] ଯୁକ୍ତରାଷ୍ଟ୍ରରେ ପ୍ରାୟ ୧୦,୦୦୦ ଲୋକ ସେମାନଙ୍କ ଜୀବନ କାଳରେ ବଜ୍ରପାତରେ ଆକ୍ରାନ୍ତ ହୁଅନ୍ତି ।[୧] ମହିଳାଙ୍କ ତୁଳନାରେ ପୁରୁଷମାନେ ୪ଗୁଣ ଅଧିକ ପ୍ରଭାବିତ ହୁଅନ୍ତି। [୧] ସାଧାରଣତଃ ପ୍ରଭାବିତ ବୟସ ଶ୍ରେଣୀ ୨୦ରୁ ୪୫ ବର୍ଷ ଥାଏ | [୧]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Jensen, JD; Vincent, AL (January 2019). "Lightning Injuries". StatPearls. PMID 28722949.
- ↑ ୨.୦ ୨.୧ ୨.୨ "Lightning Safety Tips". CDC (in ଆମେରିକୀୟ ଇଂରାଜୀ). 23 January 2019. Archived from the original on 7 November 2019. Retrieved 11 November 2019.
- ↑ Mallinson, T (2013). "Understanding the correct assessment and management of lightning injuries". Journal of Paramedic Practice. 5 (4): 196–201. doi:10.12968/jpar.2013.5.4.196.
- ↑ ୪.୦ ୪.୧ ୪.୨ ୪.୩ Jensen, JD; Vincent, AL (January 2019). "Lightning Injuries". StatPearls. PMID 28722949.
- ↑ "Lightning Safety Tips". CDC (in ଆମେରିକୀୟ ଇଂରାଜୀ). 23 January 2019. Archived from the original on 7 November 2019. Retrieved 11 November 2019.
- ↑ "First Aid Recommendations Lightning". CDC (in ଆମେରିକୀୟ ଇଂରାଜୀ). 23 January 2019. Archived from the original on 21 October 2019. Retrieved 11 November 2019.
- ↑ Davis, Chris; Engeln, Anna; Johnson, Eric L.; McIntosh, Scott E.; Zafren, Ken; Islas, Arthur A.; McStay, Christopher; Smith, William R.; Cushing, Tracy (December 2014). "Wilderness Medical Society practice guidelines for the prevention and treatment of lightning injuries: 2014 update". Wilderness & Environmental Medicine. 25 (4 Suppl): S86–95. doi:10.1016/j.wem.2014.08.011. ISSN 1545-1534. PMID 25498265.