ବାସୁ ସେଠୀ

ଉଇକିପିଡ଼ିଆ‌ରୁ

ବାସୁ ସେଠୀ ଜଣେ ଭାରତୀ ସ୍ୱାଧୀନତା ସଂଗ୍ରାମୀ ଥିଲେ |[୧] ମେଳିର ନେତୃତ୍ତ୍ୱ ନେଇଥିଲେ । ଫସଲ ହାନି ଯୋଗୁ ଦୁର୍ଭିକ୍ଷ ପଡ଼ିବା ସତ୍ତ୍ୱେ ରାଜାଙ୍କ ଅତ୍ୟାଚାର ପୂର୍ବବତ ରହିଥିବାରୁ ସେ ୧୯୨୧-୨୨ ମସିହାରେ ପ୍ରଜାମାନଙ୍କୁ ଏକଜୁଟ କରି ବିଦ୍ରୋହ କରିଥିଲେ । ୧୯୨୨ ଅପ୍ରେଲ ୨୨ ତାରିଖରେ ବ୍ରିଟିଶ ସେନାର ଗୁଳିମାଡ଼ରେ ସେ ନିହତ ହୋଇଥିଲେ ।

ଜୀବନୀ[ସମ୍ପାଦନା]

ବାସୁ ସେଠୀ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାସ୍ଥିତ ରାଜକନିକା ବ୍ଲକ ଅନ୍ତର୍ଗତ ତେନ୍ତୁଳିକୋଳି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଘରେ ଅର୍ଥାଭାବରୁ ସେ ପାଠ ପଢ଼ିପାରିନଥିଲେ । ତାଙ୍କ ପୂର୍ବଜ ଅମଳର ଜମିକୁ ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଜବରଦଖଲ କରିଥିଲେ ।[୨] ରାଜା ପ୍ରଜାମାନଙ୍କ ପାଖରୁ ଚଉଷଠି ପ୍ରକାର କର ଆଦାୟ କରି ଭୋଗବିଳାସରେ ଜୀବନ କାଟିବାକୁ କରି ସେ ପ୍ରଜାମେଳି କରିଥିଲେ । ୧୯୨୧-୨୨ ମସିହାରେ ଫସଲ ହାନି ଯୋଗୁ ଦୁର୍ଭିକ୍ଷ ପଡ଼ିବା ସତ୍ତ୍ୱେ ରାଜାଙ୍କ ଅତ୍ୟାଚାର ପୂର୍ବବତ ରହିବାରୁ ତାଙ୍କ ନେତୃତ୍ୱରେ ପ୍ରଜାମାନେ ବିଦ୍ରୋହ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

୧୯୨୨ ମସିହାରେ ମେଘପୁରସ୍ଥିତ ବଜ୍ରମହାକାଳୀ ମନ୍ଦିର ପ୍ରାଙ୍ଗଣରେ ରାଜା, ବ୍ରିଟିଶ ସେନା ଏବଂ କଟକ ଜିଲ୍ଲାର ତତ୍କାଳୀନ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀକୃଷ୍ଣ ମହାପାତ୍ର ପ୍ରଜାମେଳିକୁ ଦମନ କରିବା ପାଇଁ ନାନାଦି ଅତ୍ୟାଚାର କରିବା ଆରମ୍ଭ କଲେ । ଏହି ସେନାନୀ ସହ ଏକ ମୁହାଁମୁହିଁ ଯୁଦ୍ଧରେ ଏହି ବର୍ଷ ଅପ୍ରେଲ ୨୨ ତାରିଖରେରେ ଗୁଳିମାଡ଼ରେ ମେଘପୁରର ବେବର୍ତ୍ତା ପୋଖରୀ କୂଳରେ ସେ ନିହତ ହୋଇଥିଲେ ।[୩]

ଆଧାର[ସମ୍ପାଦନା]

  1. "Martyrs Sethy, Madhual remembered". The Pioneer (in ଇଂରାଜୀ). The Pioneer. Retrieved 2023-03-03.
  2. "Role of Raja Rajendra Rao Narayan Bhanja Deo of Kanika (Orissa)- An Old and Rare Book | Exotic India Art". www.exoticindiaart.com (in ଇଂରାଜୀ). Retrieved 2023-03-03.
  3. "Tributes to martyrs of non-cooperation". The New Indian Express. Retrieved 2023-03-03.