ବାଳକୃଷ୍ଣ ପାତ୍ର
ବାଳକୃଷ୍ଣ ପାତ୍ର (ଜନ୍ମ: ୧୫ ଜୁନ ୧୯୧୨) ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି [୧] ତଥା ଓଡ଼ିଶାର ପ୍ରଥମ ଲୋକପାଳ ।[୨]
ଶିକ୍ଷା ଓ ପେଶା
[ସମ୍ପାଦନା]ବାଳକୃଷ୍ଣ ପାତ୍ରଙ୍କ ଜନ୍ମ କୋରାପୁଟ ଜିଲ୍ଲାର ଜୟପୁର ସହରରେ ୧୫ ଜୁନ ୧୯୧୨ରେ ହୋଇଥିଲା । ଶ୍ରୀ ପାତ୍ର ୧୯୩୨ ମସିହାରେ ମାଡ୍ରାସ ଲ’ କଲେଜ୍ରୁ ଆଇନ ଡିଗ୍ରୀ (LL.B) ହାସଲ କରିଥିଲେ । ସେ ମାଡ୍ରାସ ଖ୍ରୀଷ୍ଟିଆନ୍ କଲେଜ୍ରେ ଶିକ୍ଷା ଗ୍ରହଣ କରି ତାଙ୍କ ବି.ଏ. ଡିଗ୍ରୀ ଲାଭ କରିଥିଲେ। ଏକ ଦୁର୍ଲଭ ସୂଯୋଗ କ୍ରମେ ସେ ମାଡ୍ରାସର ତତକାଳୀନ ଏଡଭୋକେଟ୍-ଜେନେରାଲ୍ ଥିବା ଏ. କ୍ରୀଷ୍ଣାସ୍ଵାମୀ ଆୟାରଙ୍କ ଅଧିନରେ କାର୍ଯ୍ୟ କରିଥିଲେ । ଏହାର ପରିଣତି ସ୍ଵରୂପ, ସେ ୨୨-୮-୧୯୩୩ ତାରିଖରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ବାରର ଏକ ଆଡଭୋକେଟ୍ ଭାବେ ଯୋଗ ଦେଇଥିଲେ ।
ଯେତେବେଳେ ଓଡ଼ିଶା ରାଜ୍ୟରେ ନ୍ୟାୟିକ ବିଭାଗ ଏବଂ କାର୍ଯ୍ୟ ନିର୍ବାହୀ ବିଭାଗ ପୃଥକୀକରଣ ପ୍ରକ୍ରୀୟା ଆରମ୍ଭ ହେଲା, ସେ ଏକ ବିଶେଷ ଅଧିକାରୀ ଭାବେ ଏହି ଯୋଜନାକୁ ସଂଗଠିତ କରିଥିଲେ ଏବଂ ତାହା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେ ସେହି ପ୍ରକ୍ରୀୟାରେ ସଂପୃକ୍ତ ଥିଲେ ।
ସେ ୩.୪.୧୯୬୮ ରୁ ୧୪.୬.୧୯୭୪ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ ।[୧][୩] ସେ ମଧ୍ୟ ୧୭ ନଭେମ୍ବର ୧୯୮୩ରୁ ୮ ମେ ୧୯୮୬ ପର୍ଯ୍ୟନ୍ତ ଓଡ଼ିଶାର ପ୍ରଥମ ଲୋକପାଳ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Former Judges | Orissa High Court, Cuttack". www.orissahighcourt.nic.in. Retrieved 2025-01-03.
- ↑ ୨.୦ ୨.୧ "LOKPALS OF ODISHA" (PDF). magazines.odisha.gov.in/. Retrieved 3 January 2025.
- ↑ "Proposal for appointment of Shri Balakrishna Patra as permanent Judge in the Orissa High Court". www.abhilekh-patal.in. Retrieved 3 January 2025.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |