ବାମା (ଲେଖିକା)
ବାମା (ଜନ୍ମ ୧୯୫୮), ବାମା ଫାଉଷ୍ଟିନା ସୁସାଇରାଜ ଭାବରେ ମଧ୍ୟ ଜଣାଶୁଣା, ଜଣେ ତାମିଲ ଦଳିତ ନାରୀବାଦୀ, ଶିକ୍ଷିକା ଏବଂ ଔପନ୍ୟାସିକା । ସେ ତାମିଲନାଡୁରେ ଦଳିତ ଖ୍ରୀଷ୍ଟିଆନ ମହିଳାମାନଙ୍କଦ୍ୱାରା ଅନୁଭୂତ ଆନନ୍ଦ ଏବଂ ଦୁଃଖ ବର୍ଣ୍ଣିତ ତାଙ୍କର ଆତ୍ମଜୀବନୀ ଉପନ୍ୟାସ କାରୁକ୍କୁ (୧୯୯୨) ପାଇଁ ଖ୍ୟାତି ଅର୍ଜନ କରିଥିଲେ ।[୧] ପରବର୍ତ୍ତୀ ସମୟରେ ସେ ଆଉ ଦୁଇଟି ଉପନ୍ୟାସ ସଙ୍ଗତି (୧୯୯୪) ଏବଂ ବନ୍ମମ୍ (୨୦୦୨) ତଥା ଦୁଇଟି କ୍ଷୁଦ୍ରଗଳ୍ପ ସଂକଳନ ଲେଖିଥିଲେ: କୁସୁମ୍ବୁକରନ (୧୯୯୬) ଏବଂ ଓରୁ ତତ୍ତ୍ୱମ୍ ଏରୁମୈୟମ୍ (୨୦୦୩) ।[୨] ଏହା ବ୍ୟତୀତ ସେ କୋଡ଼ିଏଟି କ୍ଷୁଦ୍ର କାହାଣୀ ମଧ୍ୟ ଲେଖିଛନ୍ତି ।
ଜୀବନୀ
[ସମ୍ପାଦନା]ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ବାମା ୧୯୫୮ ମସିହାରେ ତତ୍କାଳୀନ ମାଡ୍ରାସ ରାଜ୍ୟର ପୁଥୁପାଟିର ପରାଇୟାର ସମ୍ପ୍ରଦାୟର ଏକ ରୋମାନ କ୍ୟାଥୋଲିକ୍ ପରିବାରରେ ଫାଉଷ୍ଟିନା ମେରି ଫାତିମା ରାଣୀ ନାମରେ ଜନ୍ମଗ୍ରହଣ କରିଥିଲେ ।[୧] ପରେ ସେ ନିଜ ଲେଖନୀ ନାମ "ବାମା" ରଖିଥିଲେ । ତାଙ୍କ ପିତା ସୁସାଇରାଜ ଭାରତୀୟ ସେନାରେ ନିୟୋଜିତ ଥିଲେ ।[୩] ତାଙ୍କ ମାଆଙ୍କ ନାମ ଥିଲା ସେବସ୍ତୀଆମ୍ମା । ସେ ପ୍ରସିଦ୍ଧ ଦଳିତ ଲେଖକ ରାଜ ଗୌତମନଙ୍କ ଭଉଣୀ । ବାମାଙ୍କ ଜେଜେବାପା ହିନ୍ଦୁ ଧର୍ମରୁ ଖ୍ରୀଷ୍ଟିଆନ ଧର୍ମକୁ ଧର୍ମାନ୍ତରିତ ହୋଇଥିଲେ ।[୧] ବାମାଙ୍କ ପୂର୍ବପିଢ଼ି ଦଳିତ ସମ୍ପ୍ରଦାୟର ଥିଲେ ଏବଂ କୃଷି ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ବାମା ତାଙ୍କ ଗାଁରେ ନିଜର ପ୍ରାରମ୍ଭିକ ଶିକ୍ଷାଗ୍ରହଣ କରିଥିଲେ । ତାଙ୍କର ପ୍ରାରମ୍ଭିକ ସାହିତ୍ୟିକ ପ୍ରଭାବ ମଧ୍ୟରେ ଜୟକାନ୍ତନ, ଅଖିଳନ, ମଣି ଏବଂ ପାର୍ଥସାରଥୀ ଆଦି ତାମିଲ ଲେଖକମାନେ ଅନ୍ତର୍ଭୁକ୍ତ । କଲେଜରେ ସେ ଖାଲିଲ ଜିବ୍ରାନ ଏବଂ ରବୀନ୍ଦ୍ରନାଥ ଠାକୁରଙ୍କ ଲେଖା ପଢ଼ୁଥିଲେ । ସ୍ନାତକୋତ୍ତର ପରେ ସେ ଅନେକ ଗରିବ ଝିଅଙ୍କୁ ଜଣେ ସ୍କୁଲ ଶିକ୍ଷକ ଭାବେ ପଢ଼ାଉଥିଲେ । ପରେ ସେ ସାତ ବର୍ଷ ଧରି ଜଣେ ନନ୍ ଭାବରେ କାର୍ଯ୍ୟ କରିଥିଲେ ।[୩] ସେ ଜାତିଭିତ୍ତିକ ଭେଦଭାବରୁ ରକ୍ଷା ପାଇବା ପାଇଁ ଧର୍ମଗତ କାମରେ ଭାଗନେବା ସହ ଗରିବ ଦଳିତ ଝିଅମାନଙ୍କ ଅଗ୍ରଗତିରେ ସାହାଯ୍ୟ କରିବାର ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ କାର୍ଯ୍ୟ କରିଛନ୍ତି ।
ରଚନାବଳୀ
[ସମ୍ପାଦନା]- କାରୁକ୍କୁ (୧୯୯୨; ୨୦୧୨ରେ ଦ୍ୱିତୀୟ ସଂସ୍କରଣ)
- ସଙ୍ଗତି (୧୯୯୪)
- କୁସୁମ୍ବୁକରନ (୧୯୯୬)
- ବନ୍ମମ୍ (୨୦୦୨)
- ଓରୁ ତତ୍ତ୍ୱମ୍ ଏରୁମୈୟମ୍ (୨୦୦୩)
- ଜଷ୍ଟ ୱାନ ୱାର୍ଡ଼ (୨୦୧୮; ମାଳିନୀ ସେଶାଦ୍ରୀଙ୍କଦ୍ୱାରା ଅନୂଦିତ)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Dutt, Nirupama. "Caste in her own image". The Tribune.
- ↑ "Biography, Tamil Studies conference". Tamil Studies Conference. Archived from the original on 2010-01-28. Retrieved 2012-01-07.
- ↑ ୩.୦ ୩.୧ Sudha, Sarojini. "From Oppression to Optimum Through Self-spun Philosophy- A Comparative Reading of the Fictional Output of Maya Angelou and Bama" (PDF). Shodhganga.inflibnet,ac.in. Archived (PDF) from the original on 20 August 2018. Retrieved 20 May 2017.
- ତାମିଲ ଲେଖକ
- ୧୯୫୮ ଜନ୍ମ
- ଜୀବିତ ବ୍ୟକ୍ତି
- ଭାରତୀୟ ନାରୀବାଦୀ ଲେଖକ-ଲେଖିକା
- ବିଂଶ ଶତାବ୍ଦୀର ଭାରତୀୟ ଲେଖିକା
- ଏକବିଂଶ ଶତାବ୍ଦୀର ଭାରତୀୟ ଲେଖିକା
- ଏକବିଂଶ ଶତାବ୍ଦୀର ଭାରତୀୟ ଔପନ୍ୟାସିକ-ଔପନ୍ୟାସିକା
- ତାମିଲନାଡୁର ଲେଖିକା
- ବିଂଶ ଶତାବ୍ଦୀର ଭାରତୀୟ ଔପନ୍ୟାସିକ-ଔପନ୍ୟାସିକା
- ଭାରତୀୟ ଔପନ୍ୟାସିକା
- ବିଂଶ ଶତାବ୍ଦୀର ଭାରତୀୟ କ୍ଷୁଦ୍ରଗଳ୍ପ ଲେଖକ-ଲେଖିକା
- ଏକବିଂଶ ଶତାବ୍ଦୀର ଭାରତୀୟ କ୍ଷୁଦ୍ରଗଳ୍ପ ଲେଖକ-ଲେଖିକା
- ଭାରତୀୟ କ୍ଷୁଦ୍ରଗଳ୍ପ ଲେଖିକା
- ତାମିଲନାଡୁର ଔପନ୍ୟାସିକ-ଔପନ୍ୟାସିକା
- ଜନ୍ମ ତାରିଖ ଅଜଣା (ଜୀବନ୍ତ ଲୋକ)
- ଦଳିତ ଲେଖିକା