ବାଟମଙ୍ଗଳା

ଉଇକିପିଡ଼ିଆ‌ରୁ
ବାଟ ମଙ୍ଗଳା ମନ୍ଦିର
ବାଟ ମଙ୍ଗଳା ଦେବୀ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtପୁରୀ
Location
Countryଭାରତ
ମଙ୍ଗଳା ମନ୍ଦିର, ପୁରୀ

ବାଟ ମଙ୍ଗଳା ମନ୍ଦିର ହେଉଛି ହିନ୍ଦୁ ଦେବୀ ମା ମଙ୍ଗଳାଙ୍କ ପାଇଁ ଉତ୍ସର୍ଗୀକୃତ ଏକ ମନ୍ଦିର । ଏହି ମନ୍ଦିରଟି ଓଡ଼ିଶା ପ୍ରଦେଶରେ ଥିବା ହିନ୍ଦୁମାନଙ୍କ ପବିତ୍ର ପୁରୀ ସ‌ହରଠାରୁ ୭ କିମି ଦୂରରେ ଅବସ୍ଥିତ ।[୧] ଜଗନ୍ନାଥ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଏହି ମନ୍ଦିରକୁ ଦଣ୍ଡବତ କରିକି ଯାଆନ୍ତି । ବ୍ୟବ‌ହାରିକ କଥାବସ୍ତୁ ଅନୁସାରେ, ଭକ୍ତବୃନ୍ଦ ଜଗନ୍ନାଥ ମନ୍ଦିରକୁ ଯିବା ପୂର୍ବରୁ ପ୍ରଥମେ ଏହି ମନ୍ଦିରରେ ପ୍ରାର୍ଥନା କରନ୍ତି ।

କିମ୍ବଦନ୍ତୀ[ସମ୍ପାଦନା]

ଲୋକ‌କଥା ଅନୁସାରେ, ଥରେ ବ୍ରାହ୍ମା ଏଠାକୁ ଆସିଥିଲେ, ସେ ଆଖପାଖରେ ଶୂନ୍ୟତା ଅନୁଭବ କଲେ ।[୨] ସେହି ସମୟରେ ମାଆ ବାଟ ମଙ୍ଗଳା ଆବିର୍ଭାବ ହୋଇ ତାଙ୍କୁ ଜଗନ୍ନାଥଙ୍କ ଆଡ଼କୁ ପଥ ପ୍ରଦର୍ଶିତ କରିଥିଲେ । ଏହିପରି ବ୍ରହ୍ମା ତାଙ୍କର ଲକ୍ଷସ୍ଥଳରେ ପ‌ହଞ୍ଚିଥିଲେ ଓ ବ୍ରହ୍ମାଣ୍ଡିୟ ସୃଷ୍ଟିର ରଚନା କରିଥିଲେ ।

ଅବସ୍ଥିତି[ସମ୍ପାଦନା]

ମାଅ ବାଟ ମଙ୍ଗଳାଙ୍କର ଏହି ମନ୍ଦିରଟି ପୁରୀ-ଭୁବନେଶ୍ୱର ୮ନଂ ରାଜ୍ୟ ରାଜପଥରେ ଗଲାବେଳେ ଅଠରନଳାଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଅବସ୍ଥିତ ।[୩] ମନ୍ଦିର ମୁଖ୍ୟ ଦେବୀ ମାଆ ମଙ୍ଗଳାଙ୍କର ସୁନ୍ଦର ସୁନ୍ଦର ୩ଟି ଆଖି ସ‌ହ ଭୁଜଦ୍ୱୟ ପଶା ଓ ଅଙ୍କୁଶ ଧାରଣ କରିଥାନ୍ତି । ମାଆ ନିଜ ଆସ୍ଥାନରେ ପଦ୍ମାସନା ଭଙ୍ଗୀ ସ‌ହ ହସ ହସ ମୁଖରେ ବିରାଜମାନ କରିଛନ୍ତି । ସେ ଦେବୀ ଦୁର୍ଗା, ମହା ମଙ୍ଗଳା, ସର୍ବମଙ୍ଗଳା ଏବଂବାଟ ମଙ୍ଗଳାଙ୍କର ମନ୍ତ୍ର ସ‌ହିତ ପୂଜା ପାଆନ୍ତି ।[୩]

ପୂଜାର୍ଚ୍ଚନା[ସମ୍ପାଦନା]

ଓଡ଼ିଆ ଭାଷାରେ ବାଟର ଅର୍ଥ ହେଉଛି ରାସ୍ତା ଅଥବା ମାର୍ଗ । ଯେହେତୁ ମାଆ ମଙ୍ଗଳା ଶ୍ରୀକ୍ଷେତ୍ର ଯିବାକୁ ମାର୍ଗ ଦର୍ଶାଇଥାନ୍ତି, ସେଥିପାଇଁ ତାଙ୍କୁ ବାଟମଙ୍ଗଳା ନାମରେ ସର୍ବତ୍ର ଜଣାଯାଏ । ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାଉଥିବା ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ମାଆ ବାଟ ମଙ୍ଗଳା ବାଟ କଢ଼େଇ ନିଅନ୍ତି ବୋଲି ବିଶ୍ୱାସ ରହିଛି । ପୁରୀ ଭ୍ରମଣରେ ଆସୁଥିବା ସମସ୍ତ ଯାତ୍ରୀ ତ‌ଥା ଶ୍ରାଦ୍ଧାଳୁ ବୃନ୍ଦ ମାଆଙ୍କ ପାଖରେ ଶ୍ରଦ୍ଧା ଓ ଭକ୍ତିର ସ‌ହ ପୂଜାର୍ଚ୍ଚନା କରିଥାନ୍ତି, ଯାହା ଫଳରେ ଆସିବା ଏବଂ ଫେରିବା ବେଳେ ସେମାନଙ୍କର ଯାତ୍ରା ନିରାପଦ ଏବଂ ସୁଖମୟ ହେବ ।[୩]

ନବକଳେବର ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଆସୁଥିବା କାଠବୋଝେଇ ଶଗଡ଼ ଗୁଡ଼ିକ ମାଆ ବାଟ ମଙ୍ଗଳାଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ଶ୍ରୀକ୍ଷେତ୍ର ଭିତରକୁ ପ୍ରବେଶ କରିଥାନ୍ତି ।[୩]

ଓଡ଼ିଶାର ପ୍ରମୁଖ ପର୍ବ ଯଥା, ଦୁର୍ଗାପୂଜା, ଦଶହର, ଚୈତ୍ର ମଙ୍ଗଳବାର ଆଦି ବେଶ ଆଡ଼ମ୍ବର ସ‌ହକାରେ ଏହି ମନ୍ଦିରରେ ପାଳନ କରାଯାଏ ।

ଆଧାର[ସମ୍ପାଦନା]

  1. Jena, Somanath (June 2004). "Kakatpur Mangala and Batamangala of Puri" (PDF). Orissa Review. Retrieved 2 January 2015.
  2. Dash, Durgamadhab (October 2012). "Goddess Batamangala" (PDF). Orissa Review. Retrieved 2 January 2015.
  3. ୩.୦ ୩.୧ ୩.୨ ୩.୩ "BATA MANGALA TEMPLE". Retrieved 20 July 2016.