ବାଜିରାଓ ମସ୍ତାନୀ (୨୦୧୫ର ହିନ୍ଦୀ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ବାଜିରାଓ ମସ୍ତାନୀ
ନିର୍ଦ୍ଦେଶକସଞ୍ଜୟ ଲୀଲା ଭଂସାଲୀ
ପ୍ରଯୋଜକସଞ୍ଜୟ ଲୀଲା ଭଂସାଲୀ ,କିଶୋର ଲୁଲ୍ଲା
ଚିତ୍ରନାଟ୍ୟପ୍ରକାଶ ଆର୍ କପାଡିଆ
କଳାକାରରଣବୀର ସିଂ, ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, ତନ୍ୱି ଆଜମି
ବର୍ଣ୍ଣନାଇର୍ଫାନ ଖାନ
ସଙ୍ଗୀତସଞ୍ଜୟ ଲୀଲା ଭଂସାଲୀ, ସଞ୍ଚିତ ବାଲହରା
ଚିତ୍ରଗ୍ରହଣସୁଦୀପ ଚାଟାର୍ଜୀ
ସମ୍ପାଦକରାଜେଶ ଜି ପାଣ୍ଡେ
ବିତରକଇରୋଶ ଇଣ୍ଟେର୍ନ୍ୟାସନାଲ
ମୁକ୍ତିଲାଭ ତାରିଖ
ଡିସେମ୍ବର, ୨୦୧୫
କଥାଚିତ୍ରର ସମୟ
୧୫୮ ମିନିଟ
ଦେଶ ଭାରତ
ଭାଷାହିନ୍ଦୀ

ବାଜିରାଓ ମସ୍ତାନୀ ହେଉଛି ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଐତିହାସିକ କଥାବସ୍ତୁ ଉପରେ ପର୍ଯ୍ୟବସିତ ତଥା ପ୍ରେମ ପ୍ରସଙ୍ଗ ଯୁକ୍ତ ହିନ୍ଦୀ ଚଳଚ୍ଚିତ୍ର ।[୧] [୨]ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ସଞ୍ଜୟ ଲୀଲା ଭଂସାଲୀ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରଣବୀର ସିଂ, ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, ତନ୍ୱି ଆଜମି ଇତ୍ୟାଦି । ସଞ୍ଜୟ ଲୀଲା ଭଂସାଲୀ ଏବଂ କିଶୋର ଲୁଲ୍ଲାଙ୍କଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ଭଂସାଲୀ ପ୍ରଡକସନସ୍ ବ୍ୟାନରରେ ନିର୍ମିତ । ଚଳଚ୍ଚିତ୍ରର ପ୍ରମୁଖ ଅଂଶ ମୁମ୍ବାଇର ଫିଲ୍ମସିଟି ଷ୍ଟୁଡିଓରେ ଶୁଟିଂ ହୋଇଛି ।[୩]

କାହାଣୀ[ସମ୍ପାଦନା]

Nagnath S. Inamdarଙ୍କ ଲିଖିତ ମରାଠୀ ଉପନ୍ୟାସ ରାଉର କାହାଣୀ (ମରାଠା ପେଶୱା ବାଜିରାଓଙ୍କ କାହାଣୀ) ନେଇ ଚଳଚ୍ଚିତ୍ରଟି ନିର୍ମିତ । ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ଭାଗରେ ମରାଠା ରାଜା ଛତ୍ରପତି ଶାହୁଜୀ ଏକ ନୂଆ ପେଶୱା (ରାଜ ଦରବାରରେ ମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରମୁଖ ଅଧିକାରୀ) ନିଯୁକ୍ତି କରିବାକୁ ଚାହିଁଲେ । ଶ୍ରୀପଦ ରାଓ ନିଜେ ଏହି ପଦବୀ ନିମିତ୍ତ ଏକ ଦାବେଦାର ଥିଲେ ମଧ୍ୟ ଅମ୍ବାଜି ପନ୍ତ ବାଜିରାଓ ନାମକ ଆଉ ଏକ ଯୁବକଙ୍କ ନାମ ଏଥିପାଇଁ ମନୋନୀତ କଲେ । ତେବେ ପଦବୀ ମଣ୍ଡିତ କରିବା ଆଗରୁ ଏହି ଯୁବକର ଆଧ୍ୟାତ୍ମିକ ଜ୍ଞାନ ତଥା ଯୁଦ୍ଧ ପଟୁତା ପରୀକ୍ଷା କରିବା ଜରୁରୀ ଥିଲା । ଶ୍ରୀପଦ ଏହି ପରୀକ୍ଷା କରିବା ଆଳରେ ତାକୁ ଧନୁ ଶରଦ୍ୱାରା ଏକ ମୟୂରର ପକ୍ଷିକୁ ଦୁଇଫାଳ କରିବାକୁ ଆଦେଶ ଦେବାମାତ୍ରେ ସେ ତାହା କରି ଦେଖାଇଲେ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତେ ତାଙ୍କୁ ପେଶୱା ପଦବୀରେ ନିଯୁକ୍ତି ଦିଆଗଲା ।

ଘଟଣାର ଦଶ ବର୍ଷ ପରେ ଥରେ ବାଜିରାଓଙ୍କ ପତ୍ନୀ କାଶୀବାଇଙ୍କୁ ଭେଟିବାକୁ ତାଙ୍କ ପିଲାଦିନର ସାଥୀ ଭାନୁ (ଯିଏ କି ବିଧବା ହୋଇସାରିଥିଲେ) ଆସିଥିଲେ । ଏଠାରେ କହିରଖେ ଯେ ଭାନୁର ସ୍ୱାମୀ ରାଜ୍ୟ-ବିରୋଧୀ ଗୁପ୍ତଚର ଗତିବିଧୀ ପାଇଁ ବାଜିରାଓଙ୍କ ଆଦେଶ କ୍ରମେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ଏହି ଦେଖା ସାକ୍ଷାତ ବେଳେ ଭାନୁ କୁହନ୍ତି ଯେ ଆଜି ସେ ଯେପରି ତାଙ୍କ ପରଲୋକଗତ ସ୍ୱାମୀଙ୍କ ପାଇଁ ବିଳାପ କରୁଛନ୍ତି, ଦିନ ଆସିବେ କାଶିବାଇ ମଧ୍ୟ ବାଜିରାଓଙ୍କ ପାଇଁ ବିଳାପ କରିବ ।

ବାଜିରାଓଙ୍କ ସିରୋଞ୍ଜା ଗସ୍ତ ବେଳର କଥା । ବାଜିରାଓଙ୍କ ଅସ୍ଥାୟୀ ତମ୍ବୁ ଭିତରକୁ ହଠାତ ଏକ ମହିଳା ପଶିଆସିଲେ । ନିଜକୁ ମସ୍ତାନୀ (ବୁନ୍ଦେଲଖଣ୍ଡର ରାଜଦୂତ) ପରିଚୟ ଦେଇ ସେ ବୁନ୍ଦେଲଖଣ୍ଡ ସୀମାରୁ ଆକ୍ରମଣକାରୀଙ୍କୁ ତଡିବାରେ ବାଜିରାଓଙ୍କ ସାହାଯ୍ୟ ଭିକ୍ଷା କଲେ । ଜଣେ ହିନ୍ଦୁ ରାଜପୁତ ରାଜା ଛତ୍ରଶାଳଙ୍କ ଝିଅ ବୋଲି ପରିଚୟ ହେଉଥିବା ଏହି ଝିଅର ଯୁଦ୍ଧ ପଟୁତାରେ ବାଜିରାଓ ଅତ୍ୟନ୍ତ ପ୍ରୀତ ହୋଇ ନିଜର ସୈନ୍ୟ ସାମନ୍ତଙ୍କୁ ନେଇ ବୁନ୍ଦେଲଖଣ୍ଡର ସହାୟତା କରି ସୀମାରୁ ଆକ୍ରମଣ କାରୀଙ୍କୁ ତଡିବାରେ ସମର୍ଥ ହେଲେ । ବୁନ୍ଦେଲଖଣ୍ଡର ଅନୁରୋଧ କ୍ରମେ ଏହି ବିଜୟ ଉତ୍ସବରେ ବାଜିରାଓ ଯୋଗଦେଲେ । ଘଟଣା ଚକ୍ରରେ ବାଜିରାଓ ଏବଂ ମସ୍ତାନୀଙ୍କ ମଧ୍ୟରେ ସମ୍ପର୍କ ପ୍ରେମର ରୁପ ନେଲା ।

କାହାଣିରେ ଅନେକ ରୋଚକ ମୋଡ ତଥା ପ୍ରେମ ପାଇଁ ବଳିଦାନର ନିଦର୍ଶନ ରହିଛି । ଜୀବଦ୍ଦଶାରେ ବାଜିରାଓ ଏବଂ ମସ୍ତାନୀ ପରସ୍ପରଠାରୁ ଅଲଗା ହୋଇଛନ୍ତି ଏବଂ କାହାଣି ଶେଷରେ ଏକ ଦୁଃଖଦ ଅନ୍ତରେ ଦୁହେଁ ମୃତ୍ୟୁବରଣ କରିଛନ୍ତି ।

ଚରିତ୍ର[ସମ୍ପାଦନା]

ଏହା ଛଡା ଅନ୍ୟାନ୍ୟ ଗୌଣ ଚରିତ୍ରରେ ଇର୍ଫାନ ଖାନ, ଆଦିତ୍ୟ ପାଞ୍ଚୋଲି ଇତ୍ୟାଦି ମଧ୍ୟ ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି ।[୪]

କଣ୍ଠଶିଳ୍ପୀ[ସମ୍ପାଦନା]

ଗୀତ କଣ୍ଠଶିଳ୍ପୀ ଅବଧୀ
ଦିୱାନୀ ମସ୍ତାନୀ ଶ୍ରେୟା ଘୋଷାଲ ୫ ମିନିଟ୍ ୪୦ ସେକେଣ୍ଡ
ଆୟତ୍ତ ଅରିଜିତ ସିଂ ୪ ମିନିଟ୍ ୨୨ ସେକେଣ୍ଡ
ମଲ୍ହାରୀ ବିଶାଲ ଦଦ୍‌ଲାନୀ ୪ ମିନିଟ୍ ୦୫ ସେକେଣ୍ଡ
ମୋହେ ରଙ୍ଗ ଦେ ଲାଲ ପଣ୍ଡିତ ବିର୍ଜୁ ମହାରାଜ, ଶ୍ରେୟା ଘୋଷାଲ ୩ ମିନିଟ୍ ୫୨ ସେକେଣ୍ଡ
ଅଲବେଲା ସାଜନ ଶଶୀ ସୁମନ, କୁନାଲ ପଣ୍ଡିତ ୩ ମିନିଟ୍ ୨୯ ସେକେଣ୍ଡ
ଅବ ଅତୋହେ ଜାନେ ନା ଦୁଁଙ୍ଗି ପାୟଲ ଦେବ, ଶ୍ରେୟସ ପୂରନୀକା ୩ ମିନିଟ୍ ୫୪ ସେକେଣ୍ଡ
ପିଙ୍ଗା ଶ୍ରେୟା ଘୋଷାଲ, ବୈଶାଲୀ ମାହାଦେ ୪ ମିନିଟ୍ ୧୬ ସେକେଣ୍ଡ
ଆଜ ଇବାଦତ୍ତ ଜାଭେଦ ବଶୀର ୪ ମିନିଟ୍ ୪୫ ସେକେଣ୍ଡ
ଫିତୁରୀ ବୈଶାଲୀ ମାହାଦେ ୩ ମିନିଟ୍ ୫୬ ସେକେଣ୍ଡ
ଗଜାନନ ସୁଖବିନ୍ଦର ସିଂ ୩ ମିନିଟ୍ ୩୪ ସେକେଣ୍ଡ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଏସୀୟାନ ଫିଲ୍ମ ଆୱାର୍ଡ ---ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ
  • ଫିଲ୍ମଫେୟାର ଆୱାର୍ଡ --- ଶ୍ରେଷ୍ଠ ଚଳଚ୍ଚିତ୍ର ,ଶ୍ରେଷ୍ଠ ନିର୍ଦ୍ଦେଶକ(ସଞ୍ଜୟ ଲୀଲା ଭ୍ଂସାଲୀ), ଶ୍ରେଷ୍ଠ ଅଭିନେତା(ରଣବୀର ସିଂ) , ଶ୍ରେଷ୍ଠ ଅଭିନେତ୍ରୀ (ଦୀପିକା ପାଦୁକୋନ)
  • ଆଇଫା ଆୱାର୍ଡ --- ଶ୍ରେଷ୍ଠ ନିର୍ଦ୍ଦେଶକ(ସଞ୍ଜୟ ଲୀଲା ଭ୍ଂସାଲୀ), ଶ୍ରେଷ୍ଠ ଅଭିନେତା(ରଣବୀର ସିଂ)

ଆଧାର[ସମ୍ପାଦନା]

  1. "Bajirao Mastani Movie Review". Retrieved 31 May 2018.
  2. "6 Epic Films That Took Forever To Make". Retrieved 31 May 2018.
  3. "Major portions of Bajirao Mastani shoot in Mumbai's Film City studios". Retrieved 31 May 2018.
  4. "Bajirao Mastani Cast & Crew". Retrieved 31 May 2018.

ବାହାର ଆଧାର[ସମ୍ପାଦନା]