Jump to content

ରଣବୀର ସିଂ

ଉଇକିପିଡ଼ିଆ‌ରୁ
ରଣବୀର ସିଂ
ଜନ୍ମ
ରଣବୀର ସିଂ ଭବନାନୀ

Educationସ୍ନାତକ (କଳା)
Alma materଇଣ୍ଡିଆନା ୟୁନିଭରସିଟି (୨୦୦୭)
ପେଷାଅଭିନେତା
ଜଣାଶୁଣାଅଭିନେତା
Parent(s)ଜଗଜିତ ସିଂ
ଅଞ୍ଜୁ
ପୁରସ୍କାରଫିଲ୍ମ ଫେୟାର ଆୱାର୍ଡ -୨୦୧୧,୨୦୧୪

ରଣବୀର ସିଂ ଜଣେ ଭାରତୀୟ ତଥା ହିନ୍ଦୀ ଚଳଚ୍ଚିତ୍ର ଅଭିନେତା । [୧]

ବାଲ୍ୟ ଜୀବନ ଓ ଶିକ୍ଷା

[ସମ୍ପାଦନା]

୬ ଜୁଲାଇ ୧୯୮୫ରେ ମୁମ୍ବାଇର ଏକ ସିନ୍ଧି ପରିବାରରେ ରଣବୀର ସିଂଙ୍କ ଜନ୍ମ । ପିତା ହେଉଛନ୍ତି ଜଗଜିତ୍ ସିଂ ଏବଂ ମା ଅଞ୍ଜୁ । ରଣବୀରଙ୍କ ଜେଜେବାପା ସୁନ୍ଦର ସିଂ ଭବନାନୀ ଓ ଜେଜେମା ଚାନ୍ଦ ବୁର୍କେ ଭାରତ ବିଭାଜନ ବେଳେ କରାଚୀରୁ(ବର୍ତ୍ତମାନର ପାକିସ୍ଥାନ) ଆସି ମୁମ୍ବାଇରେ ବସବାସ କଲେ । ରଣବୀରଙ୍କର ବଡ଼ ଭଉଣୀ ରିତିକା ଭବନାନୀ ସିଂ ହେଉଛନ୍ତି ଅଭିନେତ୍ରୀ ସୋନମ୍ କାପୁରଙ୍କ ମାଉସୀ ଝିଅ ଭଉଣୀ । ରଣବୀରଙ୍କ ମତରେ ତାଙ୍କ ନାଆରେ ଆଉ ସାଜ୍ଞା ଭବନାନୀ ବ୍ୟବହାର ନ କରି କେବଳ ରଣବୀର ସିଂ ନାମରେ ପରିଚିତ ହେବାକୁ ସେ ପସନ୍ଦ କରନ୍ତି ।

ପିଲାଟି ଦିନରୁ ତାଙ୍କର ଅଭିନୟ ତଥା ନାଚ ପ୍ରତି ଆକର୍ଷଣ ରହିଥିଲା । ମୁମ୍ବାଇର H.R. College of Commerce and Economicsରେ ଯୋଗ ଦେବାପରେ ସେ ଅନୁଭବ କଲେ କି ଅଭିନେତା ହେବା ଏତେ ସହଜ ନୁହେଁ । ଅଭିନେତା ହେବା ନିଶାରୁ ସେ ଦୁରେଇଯାଇ ଉଚ୍ଚତର ଶିକ୍ଷା ପାଇଁ ସେ ଯୁକ୍ତରାଷ୍ଟ୍ର ଆମେରିକା ଯାଇ ଇଣ୍ଡିଆନା ୟୁନିଭରସିଟିରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କଲେ । ତେବେ ୟୁନିଭର୍ସିଟିରେ ସେ ଅଭିନୟ ଶିକ୍ଷାରେ ରୁଚି ରଖିବା ସହ ଥିଏଟର ପାଠ୍ୟକ୍ରମକୁ ଗୌଣ ବିଷୟ ରୂପେ ବାଛିଥିଲେ । ୨୦୦୭ରେ ମୁମ୍ବାଇ ଫେରି କିଛି ଦିନ ବିଜ୍ଞାପନ ଦୁନିଆରେ କପି ଲେଖକ ଭାବେ ଏବଂ କିଛି ଦିନ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କଲେ । ତେବେ ଅଭିନୟ ପ୍ରତି ତାଙ୍କର ନିଶା ତାଙ୍କୁ ଅଭିନୟ ଜଗତକୁ ଟାଣିବାରେ ଲାଗିଲା । ସେ ଗୋଟାଏ ପରେ ଗୋଟାଏ ଅଡିସନ ଦେଲେ ସିନା ପ୍ରାରମ୍ଭିକ ଅବସ୍ଥାରେ କୌଣସିଠାରେ ସଫଳ ହେଲେ ନାହିଁ ।

ଅଭିନୟ ଜୀବନ

[ସମ୍ପାଦନା]

ଜାନୁଆରୀ ୨୦୧୦ରେ ୟଶରାଜ ଫିଲ୍ମସର ପାତ୍ର ମନୋନୟନ ବିଭାଗର ମୁଖ୍ୟ ଶାନୁ ଶର୍ମାଙ୍କଠାରୁ ରଣବୀରଙ୍କୁ ହିନ୍ଦୀ ଚଳଚ୍ଚିତ୍ର Band Baaja Baaraatର ଏକ ପ୍ରମୁଖ ଭୂମିକା ପାଇଁ ଏକ ଅଡିସନ ଦେବାକୁ ଡାକରା ଆସିଲା ।[୨] କମ୍ପାନୀର ଉପାଧ୍ୟକ୍ଷ ଆଦିତ୍ୟ ଚୋପ୍ରା ଅଡିସନର ଟେପ ଦେଖି ରଣବୀରଙ୍କ ଅଭିନୟରେ ପ୍ରଭାବିତ ହେଲେ ଏବଂ ତାଙ୍କୁ ମୁଖ୍ୟ ପାତ୍ର(ନାୟକ) ବିଟ୍ଟୁ ଶର୍ମା ପାଇଁ ମନସ୍ଥ କଲେ । ତେବେ ଅଧ୍ୟକ୍ଷ ମନୀଶ ଶର୍ମା ରଣବୀରଙ୍କ ଅଭିନୟ ପସନ୍ଦ କରିବା ଆଗରୁ ଆଉ କିଛିଥର ଅଡିସନ ନେଇଥିଲେ । ତେବେ ରଣବୀରଙ୍କ ଅଭିନୟ ଦକ୍ଷତାରେ ପ୍ରୀତ ହୋଇ ଚଳଚ୍ଚିତ୍ରର ବିଟ୍ଟୁ ଶର୍ମା ଭୂମିକା ପାଇଁ ତାଙ୍କୁ ମନୋନୀତ କରିନିଆଗଲା । ତାଙ୍କ ବିପକ୍ଷରେ ଅଭିନେତ୍ରୀ ଅନୁଷ୍କା ଶର୍ମା ନାୟୀକା ଭୂମିକାରେ ମନୋନୀତ ହୋଇଥିଲେ ।

ରଣବୀର ଏହି ଭୂମିକା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ଏହି ଉପଲକ୍ଷ୍ୟେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପିଲାଙ୍କ ସହ ମିଶି ଚଲଚ୍ଚିତ୍ରର ବିଟ୍ଟୁ ଭୂମିକାର ହାବ ଭାବ ଶିଖିବାକୁ ଲାଗିଲେ । [୩]ଚଳଚ୍ଚିତ୍ରଟି ବ୍ୟାବସାୟିକ ସଫଳତା ହାସଲ କଲା ଏବଂ ରଣବୀର ତାଙ୍କ୍ ଅଭିନୟ ଦକ୍ଷତା ପାଇଁ ଦର୍ଶକଙ୍କ ପ୍ରିୟପାତ୍ର ହେଲେ । ୫୬ତମ Filmfare Awards ସମାରୋହରେ ରଣବୀର ନୂତନ କଳାକାର ଶ୍ରେଣୀରେ Best Male Debut ଅଭିନେତା ଭାବେ ପୁରସ୍କୃତ ହେଲେ ।

ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ ଦକ୍ଷତା ପ୍ରମାଣିତ କରିଥିବା ଏହି ଅଭିନେତା ଏହା ପରେ ପରେ Ladies vs Ricky Bahl ନାମକ ର୍omantic comedy ଚଲଚ୍ଚିତ୍ରରେ ଅଭ୍ନୟର ସୁଯୋଗ ପାଇଲେ । ଚଳଚ୍ଚିତ୍ରରେ ଅନ୍ୟ ସହ କଲାକାରମାନେ ହେଲେ ଅନୁଷ୍କା ଶର୍ମା, ପରିଣୀତି ଚୋପ୍ରା, ଦୀପନୀତା ଶର୍ମା ଏବଂ ଅଦିତି ଶର୍ମା । ଚଳଚ୍ଚିତ୍ରଟି ବ୍ୟାବସାୟିକ ସଫଲତା ଲାଭ କରିଥିଲା ।

ଚଳଚ୍ଚିତ୍ର

[ସମ୍ପାଦନା]
ବର୍ଷ ନାମ ଭୂମିକା ଟୀକା
୨୦୧୦ବେଣ୍ଡ ବାଜା ବାରାତବିଟ୍ଟୁ ଶର୍ମା
୨୦୧୧Ladies vs Ricky behlRicky Behl
୨୦୧୩ଲୁଟେରାବରୁଣ ଶ୍ରୀବାସ୍ତବ
୨୦୧୩ଗୋଲୀଓ କି ରାସ ଲୀଳା ରାମ ଲୀଳାରାମ ରାଜାରୀ
୨୦୧୪ଗୁଣ୍ଡେବିକ୍ରମ ବୋଷ
୨୦୧୪କିଲ୍ ଦିକ୍ ଦେବ
୨୦୧୪ଫାଇଣ୍ଡିଙ୍ଗ ଫେନ୍ନିଗାବ
୨୦୧୫ହେ ବ୍ରୋସେ ନିଜେ
୨୦୧୫ଦିଲ୍ ଢଡକନେ ଦୋକବିର ମେହେରା
୨୦୧୫ବାଜୀରାଓ ମସ୍ତାନୀପେଶୱା ବାଜୀରାଓ
୨୦୧୬ବେଫିକ୍ରେଧରମ ଗୁଲାଟୀ
୨୦୧୮ପଦ୍ମାବତଆଲ୍ଲାଉଦ୍ଦିନ ଖିଲିଜି

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ଇତ୍ୟାଦି

  1. ↑ "Bollywood's highest paid actor". Archived from the original on 2 December 2017. Retrieved 15 May 2018.
  2. ↑ "A Star is born". Archived from the original on 13 July 2020. Retrieved 15 May 2018.
  3. ↑ "Interview". Archived from the original on 12 December 2010. Retrieved 15 May 2018.

ବାହାର ଆଧାର

[ସମ୍ପାଦନା]