ବାଘମରା
Baghmara | |
---|---|
city | |
Nickname: Pitcher Plant Town | |
Country | India |
State | Meghalaya |
District | South Garo Hills |
Population (2001) | |
• Total | ୮,୬୪୩ |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | ML |
ଭାଘମରା (IPA: ˌbægˈmɑ:rə) ଭାରତୀୟ ରାଜ୍ୟ ମେଘାଲୟର ଦକ୍ଷିଣ ଗାରୋ ଜିଲ୍ଲାର ମୁଖ୍ୟାଳୟ । ଏହି ସହରକୁ ଲାଗି ବାଂଲା ଦେଶ ରହିଛି । ଏହା ଟୁରାଠାରୁ 113 କିଲୋମିଟର ଦୂର ବାରଟି । ଏହା ମଧ୍ୟ ଦେଇ ଏକ ନଦୀ ପ୍ରବାହିତ । ଏହାର ଚତୁର୍ଦିଗରେ ପାହାଡ ସମୂହ ରହିଛି । ଏଠାରୁ 45 କିଲୋମିଟର ଦୂରରେ ପର୍ବତ ଉପରେ ବିଖ୍ୟାତ ସୁଜି ଗୁମ୍ଫା ରହିଛି ଓ ବାଘମରାଠାରୁ ସେଠାକୁ ଯାଇ ହୁଏ । ଏଠାରୁ ବସ ଓ କାରଦ୍ୱାରା ରାସ୍ତା ପଥ ଦେଇ ଯାତାୟତ କରିବାକୁ ହୁଏ । ଏଠାରେ ସୁସ୍ୱାଦୁ ମାଛ ଉପଲବ୍ଧ ହେଇଥାଏ ଓ ପ୍ରାଚୀନ କାଳରେ ସାମୁଦ୍ରିକ ବାଣିଜ୍ୟ ମଧ୍ୟ ଏଠାରୁ ହାଉଥିଲା । ଏହାର ଅରଣ୍ୟରେ ଜୀବଭକ୍ଷୀ ବୃକ୍ଷୀ ରହିଥାଏ ।
ଇତିହାସ
[ସମ୍ପାଦନା]ବଂ ଲସ୍କର ନାମକ ଜଣେ ବ୍ୟକ୍ତି ଏଠାରେ ବହୁ ପୂର୍ବରୁ ଏକ ବେଙ୍ଗଲ ଟାଇଗରକୁ ଖାଲି ହାତରେ ଯୁଦ୍ଧ କରି ମାରିଦେଇଥିଲେ । ସେହି ଦିନରୁ ଏହି ସ୍ଥାନର ନାମ ବାଘମରା ହେଲା । ବଂ ଲସ୍କରଙ୍କ ଏକ କବର ଖାନା ବାଘମରା ସହର ମଧ୍ୟଞ୍ଚଳରେ ରହିଛି । ପୂର୍ବରୁ ଏହି ସ୍ଥାନର ନାମ "ବାରୋକାର " ଥିଲା , ଯାହାର ଅର୍ଥ 12ଟି ଜଳାଧାର ।
ଜନସଂଖ୍ୟା
[ସମ୍ପାଦନା]2001 ମସିହା ଜନଗଣନାରେ ଏହି ସ୍ଥାନର ଜନସଂଖ୍ୟା 8643 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 53 % ଥିବା ସମୟରେ ମହିଳା ସଂଖ୍ୟା 47% ଥିଲା । 6 ବର୍ଷରୁ କମ ସଂଖ୍ୟା 16 % ରହିଥିଲା । ଏଠାରେ ସାକ୍ଷ୍ୟରତା ହାର 70 % , ଯାହା ଜାତୀୟ ହାରଠାରୁ ଅଧିକ ।
ପର୍ଯ୍ୟଟକ ସ୍ଥଳୀ ସମୂହ
[ସମ୍ପାଦନା]- ବାଳପାଖରାମ ଜାତୀୟ ପାର୍କ
- ସୁଜି ଗୁମ୍ଫା
- ଫିଚର ବୃକ୍ଷୀ
- ସିମସଙ୍ଗ ନଦୀଚିଟମଙ୍ଗ ଶ୍ରୁଙ୍ଗ
- ବାଂଲାଦେହର ଦୃଶ୍ୟ
- ପ୍ରଜାପତି ପାର୍କ
- ନେଙ୍ଗକଙ୍ଗ ଗୁମ୍ଫା