ବର୍ଡର ଲାଇନ ପର୍ସନାଲିଟି ଡିଜଅର୍ଡ଼ର

ଉଇକିପିଡ଼ିଆ‌ରୁ
ବର୍ଡର ଲାଇନ ପର୍ସନାଲିଟି ଡିଜଅର୍ଡ଼ର
emotionally unstable personality disorder – impulsive or borderline type, emotional intensity disorder[୧][୨]
ଆତ୍ମ-ହାନୀ ଯେପରିକି ନିଜକୁ କାଟିବା, ଏହାର ଏକ ସାଧାରଣ ଲକ୍ଷଣ ।[୩]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିମାନସିକ ବେମାରୀ
ଆଇସିଡ଼ି-୧୦F60.3
ଆଇସିଡ଼ି-୯-ସିଏମ୍301.83
ମେଡ଼ିସିନ-ପ୍ଲସ000935
ଇ-ମେଡ଼ିସିନarticle/913575
Patient UKବର୍ଡର ଲାଇନ ପର୍ସନାଲିଟି ଡିଜଅର୍ଡ଼ର
MeSHD001883

ବର୍ଡରଲାଇନ ପର୍ସନାଲିଟି ଡିଜଅର୍ଡ଼ର (ବିପିଡି/BPD) ବା ଭାବାତ୍ମକ ଅସ୍ଥିର ବ୍ୟକ୍ତିତ୍ୱ ଡିଜଅର୍ଡ଼ର ଏକ ଦୀର୍ଘକାଳୀନ ଅସ୍ୱାଭାବିକ ବ୍ୟବ‌ହାରିକ ଢାଞ୍ଚା ଯେଉଁଥିରେ ଅସ୍ଥିର ପାରଷ୍ପରିକ ସମ୍ପର୍କ, ଅସ୍ଥିର ନିଜସ୍ୱ ମାନସିକ ସନ୍ତୁଳନ ଓ ଅସ୍ଥିର ଭାବୁକତା ଦେଖାଯାଏ ।[୩][୪] ଅନେକ ସମୟରେ ଅତ୍ୟଧିକ ପରିତ୍ୟାଗ ଭୟ, ବିପଦ ଜନ‌କ ବ୍ୟବ‌ହାର, ଶୂନ୍ୟତାପଣ ଅନୁଭବ ଓ ଆତ୍ମ-ଆଘାତ ଇତ୍ୟାଦି ଦେଖାଯାଏ । ସାଧାରଣ ଦେଖାଯାଉଥିବା ଘଟଣାରୁ ଏହି ଲକ୍ଷଣ ପ୍ରକାଶ ପାଏ ।[୩] ବୟଃପ୍ରାପ୍ତ ଆରମ୍ଭ ସମୟରୁ ଏହି ବ୍ୟବ‌ହାର ପରିବର୍ତ୍ତନ ହୁଏ ଓ ଅନେକ ରକମର ଘଟଣାରେ ହୁଏ । [୪] ମାଦକ ଦ୍ରବ୍ୟ ସେବନ, ଅବସାଦଖାଇବା ଡିଜଅର୍ଡ଼ର ଇତ୍ୟାଦି ଏହି ରୋଗ ସ‌ହିତ ଦେଖାଯାଏ ।[୩] ଏହି ରୋଗୀମାନଙ୍କ ମଧ୍ୟରୁ ୬ରୁ ୧୦% ଲୋକ ଆତ୍ମହତ୍ୟା ଯୋଗୁ ମୃତ୍ୟୁ ବରଣ କରନ୍ତି । [୩][୪]

ଏହି ରୋଗର କାରଣ ଅସ୍ପଷ୍ଟ କିନ୍ତୁ ଉଭୟ ଜେନେଟିକ ଓ ପରିବେଶ କାରକମାନଙ୍କ ଭୂମିକା ଥିବା ବିଶ୍ୱାସ କରାଯାଏ । ଯମ‌ଜ ଅନୁଶୀଳନର ପ୍ରସ୍ତାବ ଅନୁସାରେ ଏହା ଆଂଶିକ ଭାବରେ ପିତାମାତାଙ୍କ ମଧ୍ୟରୁ ଜଣକଠାରୁ ବଂଶାନୁକ୍ରମିକ ଭାବରେ ଆସେ ।[୩] ଏହି ରୋଗରେ ଲିମ୍ବିକ ସିସ୍ଟମର ସ୍ନାୟୁ ନେଟ‌ୱର୍କର ସଂମ୍ପୃକ୍ତି ଥିବା ଜଣାଯାଏ ।[୫] ଡାଏଗନୋସ୍ଟିକ ଆଣ୍ଡ ସ୍ଟାଟିସ୍ଟିକାଲ ମାନୁଆଲ ଅଫ ମେଣ୍ଟାଲ ଡିଜଅର୍ଡ଼ର ଅନୁସାରେ ଏହି ଏକ ପ୍ରକାର ବ୍ୟକ୍ତିତ୍ୱ ବେମାରୀ ଓ ଏହିଭଳୀ ୯ଟି ଅନ୍ୟ ବେମାରୀ ଅଛି ।[୪] ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ କିନ୍ତୁ ତାହା ପୂର୍ବରୁ ଡାକ୍ତରୀ ପରୀକ୍ଷା କରି ଅନ୍ୟ ସମସ୍ୟା ନ ଥିବା ସିଦ୍ଧ କରିବାକୁ ହୁଏ । [୩] ଆଇଡେଣ୍ଟିଟି ଡିଜଅର୍ଡ଼ରସବ୍‌ସ୍ଟାନ୍ସ ୟୁଜ ଡିଜଅର୍ଡ଼ର ରୋଗ ଦ୍ୱୟରୁ ଅନ୍ତର କରିବାକୁ ହୁଏ ।[୪]

ଏହି ରୋଗକୁ କଗନିଟିଭ ବିହେଭିଅରାଲ ଥେରାପି ଭଳି ସାଇକୋଥେରାପି ଦିଆଯାଏ । ଡାଏଲେକ୍ଟିକାଲ ବିହେଭିଅର ଥେରାପି ଦେଲେ ଆତ୍ମହତ୍ୟା ପ୍ରବଣତା କମିଯାଏ । ଥେରାପି ଜଣ ପିଛା ବା ସମଷ୍ଟି ଭାବରେ ଦିଆଯାଇପାରେ । ଏହି ରୋଗ ଆରୋଗ୍ୟସାଧ୍ୟ ନ ହେଲେ ମଧ୍ୟ ଚିକିତ୍ସାଦ୍ୱାରା ଲକ୍ଷଣ ଉପଶମ କରାଯାଏ । କେତେକ ରୋଗୀଙ୍କର ଡାକ୍ତରଖାନା ଆଡମିଶନ ଆବଶ୍ୟକ ହୁଏ । [୩]

ବାର୍ଷକ ପ୍ରାୟ ୧.୬% ଲୋକ ଏହି ବିପିଡି ରୋଗର ଶିକାର ହୁଅନ୍ତି । [୩] ପୁରୁଷ ରୋଗୀ ସଂଖ୍ୟା ଅପେକ୍ଷା ମହିଳା ରୋଗୀ ସଂଖ୍ୟା ୩ଗୁଣ ଅଧିକ । ବୟସାଧିକ୍ୟ ଲୋକଙ୍କୁ ଏହି ରୋଗ କମ୍ ହୁଏ । ଅଧା ରୋଗୀଙ୍କର ୧୦ ବର୍ଷ ମଧ୍ୟରେ ଉନ୍ନତି ପରିଲକ୍ଷିତ ହୁଏ । ଏହି ରୋଗୀମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜିନିଷ ଅଧିକ ବ୍ୟବ‌ହାର କରିବା ଦେଖାଯାଏ ।[୪] ବର୍ଡ଼ରଲାଇନ ନାମର ଯଥାର୍ଥତା ଉପରେ ଅନେକ ବିଚାର ବିମର୍ଷ ଚାଲିଛି ।[୩]

ଆଧାର[ସମ୍ପାଦନା]

  1. Blom, Jan Dirk (2010). A dictionary of hallucinations (1 ed.). New York: Springer. p. 74. ISBN 9781441912237.
  2. Maj, Mario (2005). Personality disorders. Chichester: J. Wiley & Sons. p. 126. ISBN 9780470090367.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "Borderline Personality Disorder". NIMH. Retrieved 16 March 2016.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Diagnostic and statistical manual of mental disorders : DSM-5 (5th ed.). Washington [etc.]: American Psychiatric Publishing. 2013. pp. 645, 663–6. ISBN 9780890425558.
  5. Leichsenring, F; Leibing, E; Kruse, J; New, AS; Leweke, F (1 January 2011). "Borderline personality disorder". Lancet (London, England). 377 (9759): 74–84. doi:10.1016/s0140-6736(10)61422-5. PMID 21195251.