ଫ୍ଲୁଫେନାଜିନ
Clinical data | |
---|---|
Trade names | Prolixin, Modecate, Moditen others |
AHFS/Drugs.com | monograph |
MedlinePlus | a682172 |
Pregnancy category | |
Routes of administration | Oral, IM, depot injection (fluphenazine decanoate) |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 2.7% (Oral) |
Metabolism | unclear[୧] |
Elimination half-life | IM 15 hours (HCL), 7-10 days (decanoate)[୧] |
Excretion | Urine, faeces |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.639 |
Chemical and physical data | |
Formula | C22H26F3N3OS |
Molar mass | 437.523 g/mol |
3D model (JSmol) | |
| |
| |
(verify) |
ଫ୍ଲୁଫେନାଜିନ, ବିକ୍ରୟ ହେଉଥିବା ଏକ ନାମ ପ୍ରଲିକ୍ସିନ ଏକ ଆଣ୍ଟିସାଇକୋଟିକ ବା ମନୋବିକ୍ଷିପ୍ତରୋଧୀ ଔଷଧ ।[୧] ଏହା ସିଜୋଫ୍ରେନିଆ ଭଳି ଦୀର୍ଘକାଳୀନ ସାଇକୋସିସ ରୋଗ ଚିକିତ୍ସାରେ ବ୍ୟବହାର କରାଯାଏ ।[୧] ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ ଓ ଚର୍ମତଳ ଇଞ୍ଜେକସନ ଆକାରରେ ଦିଆଯାଏ । [୧] ଏହାର ଦୀର୍ଘକାଳୀନ ଇଞ୍ଜେକସନ ସଂସ୍କରଣ ୪ ସପ୍ତାହ ପର୍ଯ୍ୟନ୍ତ କାମ କରିପାରେ ।[୧]
ସାଧରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଚଳପ୍ରଚଳ ସମସ୍ୟା (extrapyramidal symptoms/ movement problems), ନିଦୁଆ(ଶମନ) ଭାବ ଓ ଓଜନ ବୃଦ୍ଧି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସ୍ଥାୟୀ ଚଳପ୍ରଚଳ ଅସୁବିଧା , ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ ଓ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ମୂଖ୍ୟତଃ ଦେଖାଯାଏ । ବୟସ୍କ ଲୋକଙ୍କର ଡିମେନସିଆ ଯୋଗୁ ସାଇକୋସିସ ଦେଖାଯାଏ ଓ ଏହା ଫଳରେ ମୃତ୍ୟୁ ସଙ୍କଟ ବଢ଼ିଯାଏ । ପ୍ରୋଲାକ୍ଟିନ ସ୍ତର ବୃଦ୍ଧି ହେବା ଫଳରେ ଦୁଧ ତିଆରି ହୋଇଯାଏ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ । ଫେନିଥିଆଜିନ ଶ୍ରେଣୀର ଫ୍ଲୁଫେନାଜିନ ଏକ ମନୋବିକ୍ଷିପ୍ତରୋଧୀ ଔଷଧ । ଏହାର କାର୍ଯ୍ୟ ପ୍ରଣାଳୀ ସ୍ପଷ୍ଟ ନ ଥିଲେ ମଧ୍ୟ ଡୋପାମିନ ଆଣ୍ଟାଗୋନିସ୍ଟ ଭାବେ କାମ କରୁଥିବା ବିଶ୍ୱାସ କରାଯାଏ । [୧]
ଫ୍ଲୁଫେନାଜିନ ପ୍ରଥମେ ସନ ୧୯୫୯ରେ ବ୍ୟବହୃତ ହେଲା । [୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ଗୋଟିଏ ରୋଗୀ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ଦୈନିକ ୦.୨୨ରୁ ୦.୪୨ଡଲାର ଖର୍ଚ୍ଚ ହୁଏ ।[୧] ଦୀର୍ଘ କାର୍ଯ୍ୟକାରୀ ଔଷଧର ଇଞ୍ଜେକସନ ମୂଲ୍ୟ ୨୦୧୪ରେ ୦.୨୦ରୁ ୬.୨୦ଆମେରିକୀୟ ଡଲାର ଥିଲା । [୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "fluphenazine decanoate". The American Society of Health-System Pharmacists. Retrieved Dec 1, 2015.
- ↑ McPherson, Edwin M. (2007). Pharmaceutical Manufacturing Encyclopedia (3rd ed.). Burlington: Elsevier. p. 1680. ISBN 9780815518563.
- ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
- ↑ "Fluphenazine Decanoate". International Drug Price Indicator Guide. Retrieved 2 December 2015.[permanent dead link]