Jump to content

ଫୋର୍ନିଅର ଗାଙ୍ଗ୍ରିନ

ଉଇକିପିଡ଼ିଆ‌ରୁ
Fournier gangrene
Fournier's gangrene
An area of skin death of the scrotum
ବିଭାଗInfectious disease, urology
ଲକ୍ଷଣInitially none specific, scrotum or labia pain and swelling, fever, redness[]
ଆକ୍ରାନ୍ତ ସମୟRapid[]
କାରଣInfection, often by multiple types of bacteria[]
ବିପଦ କାରକDiabetes, alcoholism, immunocompromised, long term urinary catheters[][]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, may be supported by medical imaging[]
ଚିକିତ୍ସାAntibiotics, surgical removal of infected tissue, supportive care[]
PrognosisGuarded[]
ପୁନଃପୌନିକ1 per 62,500 males a year[]
ମୃତ୍ୟୁ ସାନ୍ଦ୍ରତାHigh risk[]

ଫୋର୍ନିଅର ଗାଙ୍ଗ୍ରିନ ( FG ) ହେଉଛି ଏକ ପ୍ରକାର ନେକ୍ରୋଟାଇଜିଙ୍ଗ ଫାସାଇଟିସ ଯାହା ପେରିନିଅମ ଉପରେ ପ୍ରଭାବ ପକାଇଥାଏ | [] [] ପ୍ରାରମ୍ଭିକ ଲକ୍ଷଣ ପ୍ରାୟ ଅନିର୍ଦ୍ଦିଷ୍ଟ ଥାଏ; ଯଦିଓ ଦ୍ରୁତ ଗତିରେ ଖରାପ ହୁଏ । [] ଏଥିରେ ଅଣ୍ଡକୋଷ/ସ୍କ୍ରୋଟମ୍ କିମ୍ବା ଭଗୋଷ୍ଠ/ଲାବିଆରେ ଯନ୍ତ୍ରଣା ଏବଂ ଫୁଲା, ଜ୍ୱର ଏବଂ ଲାଲ ରଙ୍ଗ ହୋଇପାରେ ।[] ସଂକ୍ରମଣ ଘଣ୍ଟା ପ୍ରତି ପ୍ରାୟ ୨.୫ ସେମି ଆକାରରେ ବ୍ୟାପିଥାଏ ।[] ରୋଗ ଜଟିଳ ହେଲେ ସେପସିସ୍ ହୋଇପାରେ ।[]

ବିପଦ କାରକଗୁଡ଼ିକ ମଧ୍ୟରେ ମଧୁମେହ, ମଦ୍ୟପାନ, ଇମ୍ୟୁନୋକମ୍ପ୍ରୋମାଇଜଡ, ଏକ ଦୀର୍ଘକାଳୀନ ମୂତ୍ର କ୍ୟାଥେଟର ଥିବା ଯୋଗୁ ହୋଇପାରେ ।[] [] ମଧୁମେହରେ ସୋଡିଅମ୍-ଗ୍ଲୁକୋଜ୍ ସହ-ପରିବହନକାରୀ -୨ ଇନହିବିଟର (SGLT2 ଇନହିବିଟର) ଏକ ନିର୍ଦ୍ଦିଷ୍ଟ ବିପଦ ହୋଇପାରେ ।[] ସଂକ୍ରମଣ ୦% ରୁ ଅଧିକ କ୍ଷେତ୍ରରେ ଏକାଧିକ ପ୍ରକାରର ଜୀବାଣୁ ଦ୍ୱାରା ହୋଇଥାଏ ।[] ଅନେକ ଥର ସଂକ୍ରମଣ ପାକସ୍ଥଳୀ, ମୂତ୍ରନଳୀ କିମ୍ବା ଚର୍ମରୁ ବ୍ୟାପିଥାଏ ।[] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ଆଧାରିତ ଏବଂ ଏହା ମେଡିକାଲ ଇମେଜିଙ୍ଗ ଦ୍ୱାରା ସମର୍ଥିତ ହୋଇପାରେ ।[]

ଚିକିତ୍ସାରେ ଆଣ୍ଟିବାୟୋଟିକ, ସଂକ୍ରମିତ ତନ୍ତୁକୁ ଅସ୍ତ୍ରୋପଚାର କରି ଅପସାରଣ ଏବଂ ସହାୟକ ଯତ୍ନ ଆବଶ୍ୟକ ହୋଇଥାଏ ।[] ଅନ୍ୟ ବିକଳ୍ପଗୁଡ଼ିକ ମଧ୍ୟରେ ହାଇପରବାରିକ୍ ଅମ୍ଳଜାନ ଚିକିତ୍ସା ଏବଂ ନକାରାତ୍ମକ-ଚାପ କ୍ଷତ ଚିକିତ୍ସା କରାଯାଇପାରେ ।[] ମୃତ୍ୟୁର ଆଶଙ୍କା ୨୦ରୁ ୮୦% ହୋଇପାରେ ଯଦିଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଧାର କରି ଭିନ୍ନ ହୋଇଥାଏ ।[] [] ଯେଉଁମାନେ ବଞ୍ଚିଯାଆନ୍ତି ତାଙ୍କର ପୁନଃ ନିର୍ମାଣକାରୀ ଅସ୍ତ୍ରୋପଚାର ଆବଶ୍ୟକ ହୁଏ ।[]

ଫୋର୍ନିଅର ଗାଙ୍ଗ୍ରିନ ବର୍ଷକୁ ପ୍ରାୟ ୬୨,୫୦୦ ପୁରୁଷଙ୍କ ଉପରେ ପ୍ରଭାବ ପକାଇଥାଏ ।[] ବୟସ୍କ ବ୍ୟକ୍ତି ଓ ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ଓ ମହିଳାଙ୍କ ଅପେକ୍ଷା ୪୦ ଗୁଣ ଅଧିକ ପ୍ରଭାବିତ ହୁଅନ୍ତି ।[] ଏହା ୧୭୬୪ ମସିହାରେ ବାଉରିଏନ ଦ୍ୱାରା ବର୍ଣ୍ଣନା କରାଯାଇଥିଲା ଏବଂ ୧୮୮୩ ମସିହାରେ ଆଲଫ୍ରେଡ୍ ଫୋର୍ନିୟର ପାଞ୍ଚଟି ମାମଲା ଉପସ୍ଥାପନ କରିବା ପରେ ତାଙ୍କ ନାମ ଅନୁସାରେ ଏହି ରୋଗର ନାମକରଣ ହୋଇଥିଲା । []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Lewis, GD; Majeed, M; Olang, CA; Patel, A; Gorantla, VR; Davis, N; Gluschitz, S (October 2021). "Fournier's Gangrene Diagnosis and Treatment: A Systematic Review". Cureus. 13 (10): e18948. doi:10.7759/cureus.18948. PMID 34815897.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ El-Qushayri, AE; Khalaf, KM; Dahy, A; Mahmoud, AR; Benmelouka, AY; Ghozy, S; Mahmoud, MU; Bin-Jumah, M; Alkahtani, S (March 2020). "Fournier's gangrene mortality: A 17-year systematic review and meta-analysis". International journal of infectious diseases : IJID : official publication of the International Society for Infectious Diseases. 92: 218–225. doi:10.1016/j.ijid.2019.12.030. PMID 31962181.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Hamdy, Freddie C.; Eardley, Ian (2017). Oxford Textbook of Urological Surgery (in ଇଂରାଜୀ). Oxford University Press. p. 76. ISBN 9780191022524. Archived from the original on 2021-08-28. Retrieved 2021-06-15.
  4. ୪.୦ ୪.୧ Mallikarjuna, MN; Vijayakumar, A; Patil, VS; Shivswamy, BS (2012). "Fournier's gangrene: Current practices". ISRN Surgery. 2012: 942437. doi:10.5402/2012/942437. PMC 3518952. PMID 23251819. {{cite journal}}: Unknown parameter |displayauthors= ignored (|display-authors= suggested) (help)CS1 maint: unflagged free DOI (link)