ଫୁଲ୍ଲରା ମନ୍ଦିର
ଫୁଲ୍ଲରା | |
---|---|
Temple town | |
Country | India |
State | ପଶ୍ଚିମ ବଙ୍ଗ |
District | ବୀରଭୂମ |
Languages | |
• Official | Bengali, English |
Time zone | UTC+05:30 (IST) |
Nearest city | Bolpur Santiniketan |
ଫୁଲ୍ଲରା ମନ୍ଦିର ଭାରତର ପଶ୍ଚିମ ବଙ୍ଗ ପ୍ରଦେଶ ଅନ୍ତର୍ଗତ ବୀରଭୂମ ଜିଲ୍ଲାରେ ଥିବା ବୋଲପୁର ସବଡିଭିଜନ ଅନ୍ତର୍ଗତ ଲବପୁର ସିଡି ବ୍ଲକର ଫୁଲ୍ଲରା ଟାଉନରେ ଅବସ୍ଥିତ । ଏହା ଲଭପୂର (Labhpur) ନିକଟରେ ଅବସ୍ଥିତ । ବୋଲପୁର ଶାନ୍ତିନିକେତନ (Santiniketan) ଟାଉନଠାରୁ ଫୁଲ୍ଲରା ପ୍ରାୟ ୩୦ କିମି ଦୂରରେ ଅବସ୍ଥିତ ।
ଏହି ମନ୍ଦିରର ଗର୍ଭଗୃହରେ କୌଣସି ପ୍ରତିମୂର୍ତ୍ତି ବା ବିଗ୍ରହ ନାହିଁ । ସତୀ ଦେବୀଙ୍କ ପ୍ରତୀକ ଭାବରେ ଏକ ବଡ଼ ପ୍ରସ୍ତର ଖଣ୍ଡକୁ ଏଠାରେ ପୂଜା କରାଯାଏ । ସତୀଙ୍କର ଏକାବନ ଶକ୍ତିପୀଠ ମଧ୍ୟରୁ ଏହା ଗୋଟିଏ ।
ଇତିହାସ
[ସମ୍ପାଦନା]ହିନ୍ଦୁ ପୁରାଣ (Hindu mythology) ଅନୁସାରେ ସତୀଙ୍କର ଶବ ଚାରିପାଖରେ ଶିବ ନୃତ୍ୟ କରି ତାହାକୁ ଖଣ୍ଡ ବିଖଣ୍ଡ କରିଥିଲେ ଓ ସେଥିରୁ ସତୀଙ୍କର ଫୁସଫୁସ ସେହି ଫୁଲରାରେ ପତିତ ହୋଇଥିଲା । ଏହି ମନ୍ଦିର ନିକଟରେ ଏକ ବିରାଟ ପୁଷ୍କରିଣୀ ଅଛି । ହନୁମାନ ଏହି ପୁଷ୍କରିଣୀରୁ ୧୦୮ ପଦ୍ମ ପୁଷ୍ପ ସଂଗ୍ରହ କରି ଦେବୀ ଦୂର୍ଗାଙ୍କ ପୂଜା କରୁଥିବା ଶ୍ରୀ ରାମଚନ୍ଦ୍ରଙ୍କୁ ପ୍ରଦାନ କରିଥିବା କୁହାଯାଏ ।[୧] ଭାରତରେ ଥିବା ଏକାବନ ଶକ୍ତିପୀଠ ମଧ୍ୟରୁ ଏହା ଗୋଟିଏ ଭାବରେ ସମ୍ମାନ ଦିଆଯାଏ ।[୨]
ମେଳା
[ସମ୍ପାଦନା]ମାଘ ପୂର୍ଣମୀରୁ (Magh Purnima) ଆରମ୍ଭ କରି ଦଶ ଦିନ ପର୍ଯ୍ୟନ୍ତ ଏଠାରେ ଏକ ମେଳା ହୁଏ ।
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Fullara". seemyindia. Archived from the original on 2007-08-06. Retrieved 2007-08-16.
- ↑ "Labhpur". Birbhum District administration. Retrieved 2007-08-24.